Astrology- ଧନତେରସ ଦିନ ନିଜ ରାଶି ଅନୁସାରେ କିଣି ଆଣନ୍ତୁ ଏହି ଜିନିଷ, ଘରକୁ ଆସିବେ ସ୍ଵୟଂ ମା ଲକ୍ଷ୍ମୀ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଧନତେରସ ଧନର ବହୁତ ବଡ ପର୍ବ ହୋଇଥାଏ । ଏହି ଦିନ ପ୍ରଭୁ ଗଣେଶ ଓ ମା ଲକ୍ଷ୍ମୀଙ୍କର ପୂଜା ଅର୍ଚନା କରିବା ଦ୍ଵାରା ଘରେ ଆର୍ଥିକ ସ୍ଥିତି  ଭଲ ରହିଥାଏ । ଏହି ଦିନ ଯଦି ରାଶି ଅନୁସାରେ ଜିନିଷ କିଣିକି ଘରକୁ ଆଣିଥାନ୍ତି । ଏହା ଆପଣଙ୍କ ଘର ପାଇଁ ଧନ ବୃଦ୍ଧି କାରଣ ହୋଇଥାଏ । ବ୍ୟକ୍ତିବିଶେଷ ମାନେ ନିଜ ରାଶି ଅନୁସାରେ ଜିନିଷ କିଣିବା ଦ୍ଵାରା ସର୍ବଦା ମା ଲକ୍ଷ୍ମୀଙ୍କର ଶୁଭ ନଜରରେ ରହିଥାନ୍ତି ।

ପ୍ରଥମେ ଜାଣିବା ମେଶ ରାଶି । ଏହି ରାଶିର ଲୋକ ମାନେ ସୁନା, ଚାନ୍ଦି କିମ୍ବା ତମ୍ବାର ଯେକୌଣସି ଜିନିଷ ଘରକୁ ଆଣନ୍ତୁ । ଧନତେରସ ଦିନ ଯଦି ମେଶ ରାଶି ମାନେ ଜମିବାଡି ଆଦି କିଣିଥାନ୍ତି । ତେବେ ତାଙ୍କ ଘରର ସୁଖ ସମୃଦ୍ଧି ବଢିଥାଏ । ବୃଷ ରାଶିର ଲୋକ ମାନେ ଘରକୁ ନୂତନ ଯାନବାହାନ, ଚାନ୍ଦି କିମ୍ବା ହୀରାରୁ ପ୍ରସ୍ତୁତ ଅଳଙ୍କାର କିଣିବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ ।

ମିଥୁନ ରାଶିର ଲୋକ ମାନେ ସୁନା, ରୂପା, ପିତ୍ତଳର କିମ୍ବା ଇଲୋକଟ୍ରୋନିକ ଜିନିଷ ମଧ୍ୟ କ୍ରୟ କରି ଘରକୁ ଆଣିବା ଦ୍ଵାରା ଘରର ମଙ୍ଗଳ ହୋଇଥାଏ । କର୍କଟ ରାଶିର ବ୍ୟକ୍ତିବିଶେଷ ମାନେ ଚାନ୍ଦିର ଠାକୁର ବାସନ ଓ ସୁନା କିଣିବା ଅତି ମଙ୍ଗଳ ହୋଇଥାଏ । ସିଂହ ରାଶିର ଲୋକ ମାନେ ତମ୍ବା କିମ୍ବା ସୁନା ଯେକୌଣସି ବସ୍ତୁ ଘରକୁ କ୍ରୟ କରି ଆଣିବା ଦ୍ଵାରା ବର୍ଷ ସାରା ମା ଲକ୍ଷ୍ମୀଙ୍କର ଆଶୀଷର ପାତ୍ର ଆପଣ ହୋଇପାରିବେ ।

ତମ୍ବାର ଠାକୁର ବାସନ କିଣିବା ଏହା ଆପଣଙ୍କ ମଙ୍ଗଳଦାୟୀ ହୋଇବ । କନ୍ୟା ରାଶିର ବ୍ୟକ୍ତିବିଶେଷ ସୁନା, ରୂପା, ମା ଲକ୍ଷ୍ମୀ, ପ୍ରଭୁ ଗଣେଶଙ୍କର ମୂର୍ତ୍ତି ଓ ଶ୍ରୀ ଜନ୍ତ୍ର ଘରକୁ ନେଇ ଆସନ୍ତୁ । ଏହା କିଣିବା ଦ୍ଵାରା ଆପଣଙ୍କ ଘରେ ବର୍ଷ ସାରା ଧନ ସମ୍ବଦ୍ଧୀୟ ବିବାଦ ରହିନଥାଏ । ତୁଳା ରାଶିର ଲୋକ ମାନେ ଏହି ଧନତେରସର ପବିତ୍ର ଅବସରରେ ଘରକୁ ରୂପାର କୌଣସି ଜିନିଷ ମଧ୍ୟ ଘରକୁ ନେଇ ଆସନ୍ତୁ ।

ନିଶ୍ଚୟ ଆପଣଙ୍କର ଆର୍ଥିକ ସୁଧାର ଘଟିବ । ବିଛା ରାଶିର ଲୋକ ମାନେ ସୁନା, ରୂପା, ତମ୍ବା କିମ୍ବା ଅଷ୍ଟ ଧାତୁର କୌଣସି ଜିନିଷ ମଧ୍ୟ କିଣିପାରିବେ । ଧନୁ ରାଶିର ଲୋକ ମାନେ ସୁନା କିମ୍ବା ରୂପାରେ ତିଆରି କୌଣସି ଅଳଙ୍କାର ଘରକୁ ନେଇ ଆସନ୍ତୁ । ମକର ରାଶିର ଲୋକ ସୁନା, ରୂପା କିମ୍ବା ଅଷ୍ଟ ଧାତୁରେ ନିର୍ମିତ କୌଣସି ବସ୍ତୁ ଘରକୁ ଆଣନ୍ତୁ ।

କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମଧ୍ୟ ସୁନା, ରୂପା କିମ୍ବା ଅଷ୍ଟ ଧାତୁର ବସ୍ତୁ କ୍ରୟ କରି ଘରକୁ ଆଣିବା ଉଚିତ । ମୀନ ରାଶିର ବ୍ୟକ୍ତିବିଶେଷ ନିହାତି ଭାବେ ସେହି ଦିନ ଘରକୁ ସୁନାର ଜିନିଷ କିଣିକି ଆନନ୍ତୁ । ଯଦି ଏହା ସମ୍ଭବ ନୁହେଁ । ତେବେ ପିତ୍ତଳ ଓ ଶ୍ରୀ ଜନ୍ତ୍ର ଘରକୁ ନେଇ ଆସନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *