ଦୀପାବଳିରେ 2022 ର ସବୁଠୁ ବଡ ସୂର୍ଯ୍ୟ ପରାଗ ! ପୟା ଶ୍ରାଦ୍ଧ କେମିତି ଦେବେ ? ଦୀପାବଳି କେମିତି ପାଳିବେ ? ବଡ ବଡୁଆ କେମିତି ଡାକିବେ ? କଣ କୁହେ Jyotish Shastra

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚଳିତ ମାସ ଅକ୍ଟୋବର ୨୫ ତାରିଖରେ ଅମାବାସ୍ୟା ପାଳିତ ହେବା ପାଇଁ ଯାଉଛି । ଏହା ସହିତ ସେହି ଦିନ ସୂର୍ଯ୍ୟ ଗ୍ରହଣ ବା ସୂର୍ଯ୍ୟ ପରାଗ ମଧ୍ୟ ପଡୁଅଛି  । ଅକ୍ଟୋବର ୨୪ ତାରିଖ ସନ୍ଧ୍ୟା ୫ ଟା ୨୭ ମିନିଟରେ ଅମାବାସ୍ୟା ଆରମ୍ଭ ହେଉଛି । ସେହି ରାତି ୪ ଟା ୫୮ ମିନିଟ ପୂର୍ବରୁ ସୂର୍ଯ୍ୟ ପରାଗ ପାଇଁ ଦେବ ନିତୀ, ପାକ କର୍ମ ଓ ଭୋଜନାଦି ସାରିବା ପାଇଁ ପଡିବ । ସେଥିପାଇଁ ସନ୍ଧ୍ୟା ୫ ଟା ୨୭ ମିନିଟ ପର୍ଯ୍ୟନ୍ତ ରୁ ୪ ଟା ୫୮ ମିନିଟରେ ଆଲୋକର ପର୍ବ ଦୀପାବଳୀ ପର୍ବ ପାଳନ କରିବାକୁ ପଡିବ ।

ଏହି ସମୟରେ ଆପଣ ବଡବଡୁଆଙ୍କୁ ଡାକିପାରିବେ ।ଏହି ସମୟରେ ଆପଣ ପିତୃ ପୁରୁଷଙ୍କ ପାଇଁ ଦୀପ ଦାନ କରିପାରିବେ । ଏହି ସମୟରେ  ମା ଶ୍ୟାମା କାଳୀଙ୍କର ମଧ୍ୟ ପୂଜା ଅର୍ଚନା କାର୍ଯ୍ୟ କରାଯାଇପାରିବ । ଯେଉଁ ମାନେ ପିତୃ ପୁରୁଷଙ୍କୁ ମହାଳୟା ଶ୍ରାଦ୍ଧ କରିନଥିବେ । ସେମାନେ ଅକ୍ଟୋବର ୨୪ ତାରିଖ ସୋମବାର ଦିନ ମହାଳୟା ଶ୍ରାଦ୍ଧ କର୍ମ କରିପାରିବେ ।

ଏହି ଅକ୍ଟୋବର ୨୪ ତାରିଖ ଦିନ ଦୀପାବଳୀ ଅବସରରେ କେତେକ କାର୍ଯ୍ୟ ନିଷେଧ ଥାଏ । ମାଛ ମାଂସ ଓ ମଦ୍ୟପାନ କରିବା ଅନୁଚିତ । ସ୍ତ୍ରୀ ସଂଭୋଗ କରିବା ମଧ୍ୟ ଉଚିତ ନୁହେଁ। ଏହି ଦିନରେ ତେଲ ଲଗାଇ ସ୍ନାନ କରିବା ଦ୍ଵାରା ଘରୁ ଦରିଦ୍ରତା ଦୂର ହୋଇଥାଏ । ଏହି ଦୀପାବଳୀ ଦିନ ମଧ୍ୟ ମା ଲକ୍ଷ୍ମୀଙ୍କୁ ବିଶେଷ ଭାବେ ପୂଜା ଅର୍ଚନା କରାଯାଇଥାଏ ।

ଆପଣ ଏହି ଦୀପାବଳୀର ପବିତ୍ର ଅବସରରେ ଘରକୁ ଦୀପ ପ୍ରଜ୍ବୋଳିତ କରିବା ଆଲୋକିତ କରିବା ସହ ଘରର ଦରିଦ୍ରତା ରୂପକ ଅନ୍ଧକାରକୁ ଦୂର କରିବା ପାଇଁ ନିହାତି ଭାବେ ଦୀପାବଳୀ ଦିନ ଏହି ଉପାୟଟି କରନ୍ତୁ । ଏହି ଉପଚାର କରିବା ପାଇଁ ଆପଣଙ୍କୁ କେତୋଟି ଜିନିଷର ଆବଶ୍ୟକତା ରହିଛି । ୧୨୫ ଗ୍ରାମର ଅଭୀର, ୧୨୫ ଗ୍ରାମର ସିନ୍ଦୁର, ୧ ମିଟର ୨୫ ସେଣ୍ଟିମିଟରର ୨ ଟି ରେଶମୀ ନାଲି କପଡା ଆଣିବେ ।

ଅଭୀର ୧୨୫ ଗ୍ରାମର ୨ ଟି ପୁଟୁଳା ଆଣିବା ସହ ସେହିପରି  ୨ ଟି ୧୨୫ ଗ୍ରାମର ୨ଟି ପୁଟୁଳାରେ ସିନ୍ଦୁର ଆଣିବେ । ୨ ଟି ନଡିଆର ମଧ୍ୟ ଦରକାର । ଆପଣ ଦୀପାବଳୀ ଦିନ ରାତିରେ ୧୨୫ ଗ୍ରାମର ଅଭୀର, ୧୨୫ ଗ୍ରାମର ସିନ୍ଦୁର, ଗୋଟିଏ ନଡିଆ, ଗୋଟିଏ ନାଲି କପଡା ନେଇ ନିକଟସ୍ଥ ଦେବୀ ମା ମନ୍ଦିରରେ ଦୀପ ଜାଲି ପୂଜା କରି ମା’ ଙ୍କୁ ସେହି ଜିନିଷ ସବୁ ସମର୍ପଣ କରି ଚାଲି ଆସନ୍ତୁ ।

ଅନ୍ୟ ଯେଉଁ ସେଟ ଯେପରି ନଡିଆ, ସିନ୍ଦୁର ନାଲି କପଡା ଓ ଅଭୀର ଥିବ ଆପଣଙ୍କ ପାଖରେ ଥିବ । ତାକୁ ନେଇ ଅନ୍ୟ ଏକ ଦେବୀ ମନ୍ଦିରକୁ ଯାଇ ସେଠାରୁ ଏହି ଜିନିଷ ସବୁ ପୂଜା ଅର୍ଚନା କରି ଆଣି ଘରେ ସେହି ନାଲି କପଡାରେ ବାନ୍ଧି ତାହାକୁ ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ । ଏହି ଉପାୟକୁ ନିଷ୍ଟାର ସହ କରିବା ଦ୍ଵାରା ଧନ ଜନିତ ସମସ୍ଯା ଦୂର ହୋଇବା ସହ ଆପଣଙ୍କ ଅର୍ଥ ବୃଦ୍ଧି ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *