ନିଜ ବିବାହ ରେଖା (Marriage line) ରୁ ଜାଣନ୍ତୁ କେବେ, କେମିତି ଓ କାହା ସହିତ ହେବ ଆପଣଙ୍କ ବିବାହ, Love ମ୍ୟାରେଜ ହେବ ନା ଆରେଞ୍ଜ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିବାହ ଏକ ପବିତ୍ର ବନ୍ଧନ ହୋଇଥାଏ । କାହା ସହିତ କାହାର ବିବାହ ହେବ ତାହା ଆଗରୁ ନିର୍ଧାରିତ ହୋଇ ରହିଜାଇଥାଏ । କଥାରେ ଅଛି ଯିଏ ଯାହା ହାଣ୍ଡିରେ ଚାଉଳ ପକାଇଥିବ । ସେ ତାକୁ ହିଁ ବିବାହ କରିବ । ହାତର ଅନେକ ପ୍ରକାରର ରେଖା ରହିଥାଏ । ଭିନ୍ନ ଭିନ୍ନ ରେଖା ବିଭିନ୍ନ ନିଜ ସହିତ ଜଡିତ ତଥ୍ୟର ବାକ୍ଷା ଦେଇଥାଏ। ଆଜି ଆପଣ ନିଜର ହାତ ରେଖା ଦେଖିକରି ନିଜର ବାହାଘର ସମ୍ବଦ୍ଧୀୟ ତଥ୍ୟ ବିଷୟରେ ଜାଣିପାରିବେ ।

ନିଜର ବାହାଘର ସମ୍ବଦ୍ଧୀୟ ତଥ୍ୟ ଜାଣିବାକୁ ଆପଣ ନିଜ ଡାହାଣ ହାତକୁ ଦେଖନ୍ତୁ । ଆପଣଙ୍କର କାଣୀ ଆଙ୍ଗୁଠିର ତଳ ସ୍ଥାନକୁ ବୁଦ୍ଧ ପର୍ବତ କୁହାଯାଇଥାଏ । ତା’ ତଳେ ଥିବା ରେଖାକୁ ହୃଦୟ ରେଖା କୁହାଯାଇଥାଏ । ବୁଧ ପର୍ବତ ଉପରେ ଯେଉଁ ରେଖା ଥାଏ । ତାହାକୁ ବିବାହ ରେଖା କୁହାଯାଇଥାଏ । ବୁଧ ପର୍ବତ ଯଦି ବାହାରକୁ ସାମାନ୍ୟତମ ବାହାରିକି ଥାଏ । ତାହା ବହୁତ ହିଁ ଶୁଭ ମନାଯାଇଥାଏ ।

ଯଦି ବୁଧ ପର୍ବତ ଦବିକି ଥାଏ । ତେବେ ବିବାହ ପାଇଁ କିଛି ଅସୁବିଧା ସୃଷ୍ଟି ହୋଇପାରେ । ବିବାହ ରେଖା ହୃଦୟ ରେଖାର ଯେତେ ନିକଟରେ ଥିବ । ସେତେ ଶୀଘ୍ର ଆପଣଙ୍କ ବିବାହ ହେବାର ସମ୍ଭାବନା ଥାଏ । ଯଦି ବିବାହ ରେଖା ବୁଧ ପର୍ବତର ଠିକ ମଝି ସ୍ଥାନରେ ଥାଏ । ତେବେ ଆପଣଙ୍କ ବିବାହ ୨୫ ବର୍ଷର ପାଖାପାଖି ମଧ୍ୟରେ ହେବାର ସମ୍ଭାବନା ଥାଏ ।

ବିବାହ ରେଖା କାଣୀ ଆଙ୍ଗୁଠି ପାଖାପାଖି ଥିଲେ । ବିବାହ ସେତେ ବିଳମ୍ବ ହେବାର ଦେଖାଯାଇଥାଏ । ପ୍ରାୟତଃ ଲୋକମାନଙ୍କ ହାତର ଡାହାଣ ପାପୁଲିର ବୁଧ ପର୍ବତ ଉପରେ ୧ ରୁ ଅଧିକ ବିବାହ ରେଖା ଥିବାର ମଧ୍ୟ ଦେଖାଯାଇଥାଏ । ଏହାର ଅର୍ଥ ଏହା ନୁହେଁ କି ଯେ ଆପଣଙ୍କର ଅନେକଙ୍କ ସହିତ ବିବାହ ହେବ । ସେହି ବିବାହ ରେଖା ମଧ୍ୟରୁ ଯେଉଁ ରେଖା ସବୁଠାରୁ ଅଧିକ ଗଭୀର ତଥା ଗାଢ ଥିବ ।

ସେହି ରେଖା ଆପଣଙ୍କ ପ୍ରକୃତ ବିବାହ ରେଖା ହୋଇଥାଏ । ଏହା ସହିତ ବିବାହ ରେଖା ପାଖରେ ଅନ୍ୟ ଯେଉଁ ସବୁ ରେଖା ରହିଥାଏ । ସେ ଆପଣଙ୍କର ପ୍ରେମ ସମ୍ବଦ୍ଧୀୟ ସୂଚନା ଦେଇଥାଏ । ଯେପରି ଆପଣ କାହା ସହିତ ଗଭୀର ପ୍ରେମ କରୁଥିଲେ କିନ୍ତୁ କୌଣସି କାରଣ ବଶତଃ ସେହି ପ୍ରେମ ସଫଳ ହୋଇପାରିନଥିବ ।

ବିବାହ ରେଖା ଆପଣଙ୍କର ଯେତେ ଲମ୍ବା ଗାଢା ଓ ସୁନ୍ଦର ହୋଇଥିବ । ଆପଣଙ୍କର ଜୀବନ ସାଥି ସେତେ ପରିମାଣରେ ଭଲ ହୋଇଥିବ । ଆପଣଙ୍କ ଜୀବନସାଥି ଆପଣଙ୍କୁ ସେତେ ଅଧିକ ଭଲ ପାଇବ ଓ ଦାମ୍ପତ୍ୟ ଜୀବନ ମଧୁରମୟ ରହିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *