ମକର ରାଶିର ବ୍ୟକ୍ତି କେଉଁ କାମ କଲେ ସୁଖରେ କାଟିବ ଜୀବନ ? ଜାଣନ୍ତୁ Astrologer Pragyan Tripathy ଙ୍କ ଠାରୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମର ସମୁଦାୟ ୧୨ ଟି ରାଶି ମଧ୍ୟରୁ ଆଜିର ଆଲୋଚ୍ୟର ବିଷୟ ହେଉଛି ମକର ରାଶି । ଏହି ରାଶିର ଅଧିପତି ହେଉଛନ୍ତି ଭଗବାନ ଶନିଦେବ । ମକର ରାଶିର ବ୍ୟକ୍ତିବିଶେଷ ମାନେ ଅତ୍ୟନ୍ତ କର୍ମଠ ହୋଇଥାନ୍ତି । ସେମାନେ କାମ କରିବାକୁ ବହୁତ ହିଁ ଭଲ ପାଇଥାନ୍ତି । ଏହି ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଖରେ ସମୟାନୁବର୍ତ୍ତିତା ଗୁଣ ରହିଥାଏ । ଯେକୌଣସି କର୍ମ ସ୍ତଳରେ କାର୍ଯ୍ୟ କଲେ ମଧ୍ୟ ଠିକ ସମୟରେ ଉପସ୍ଥିତ ହୋଇବା ଓ ଅଧିକ କାମ କରି ଆସିବା ।

ଏହି ରାଶିର ପ୍ରାୟ ଲୋକଙ୍କ ବିଶେଷତା ଅଟେ । ନିଜର କର୍ମ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଏହି ମକର ରାଶିର ବ୍ୟକ୍ତିମାନେ ସମୟ ସମୟରେ ନିଜ ପରିବାର ପ୍ରତି ସମୟ ଦେଇ ପାରି ନଥାନ୍ତି । ରାଜନୀତିରେ ଏହି ରାଶିର ଲୋକମାନଙ୍କର ଅଧିକ ମାତ୍ରାରେ ରୁଚି ରହିଥାଏ । ମାନସିକ ପ୍ରାୟତଃ କାର୍ଯ୍ୟରେ ସ୍ତିର ରହିଥାନ୍ତି ।

କୌଣସି କାମକୁ ଶୀଘ୍ର ପରିବର୍ତ୍ତନ କରି କରିବାକୁ ଭଲ ପାଇନଥାନ୍ତି । ଯେତେବେଳେ ମକର ରାଶି ଧାରଣ କରିଥିବା ବ୍ୟକ୍ତି କୌଣସି କାରଣ ବଶତଃ ଅଧିକ ବିରକ୍ତ ହୋଇଯାଇଥାନ୍ତି । ସେମାନେ ସେଠାରେ ଭୀଷଣ କ୍ରୋଧ ପ୍ରକାଶ କରିଥାନ୍ତି । ମକର ରାଶିର ବ୍ୟକ୍ତିମାନେ ନିଜ ରାଶିର ଭାବକୁ ଶକ୍ତିଶାଳୀ କରିବା ପାଇଁ ଏକ ଉପଚାର କରନ୍ତୁ । ଗୋଟିଏ ଷ୍ଟିଲ ପାତ୍ରରେ କିଛି ବିରି ପୁରାଇ ଘରର ନିଜ ବେଡ୍ ରୁମ୍ ତଳେ ରଖିଦିଅନ୍ତୁ ।

ଶନିବାରରୁ ଆରମ୍ଭ କରି ୭ ଦିନ ପର୍ଯ୍ୟନ୍ତ କିଛି କିଛି ମାତ୍ରାରେ ସେହି ଷ୍ଟିଲ ପାତ୍ରରେ ବିରି ଆଣି ରଖନ୍ତୁ । ୭ ଦିନ ପୂରଣ ହୋଇସାରିଲା ପରେ ସେହି ବିରିକୁ ଆଣି ନିଜେ ବରା ପ୍ରସ୍ତୁତ କରି ଅସହାୟ ବ୍ୟକ୍ତିଙ୍କୁ ଖାଇବାକୁ ଦିଅନ୍ତୁ । ନଚେତ ସେହି ବିରି ଆଣି ପାରା କିମ୍ବା କୌଣସି ପକ୍ଷୀଙ୍କୁ ମଧ୍ୟ ଖାଇବାକୁ ଦେଇପାରିବେ ।

ଏହି ଉପଚାରକୁ ୭ ଦିନ ନିଷ୍ଟାର ସହ କରିସାରିବା ପରେ ଯେଉଁ ଦିନ ୮ଦିନ ହେବ । ସେହି ଦିନ ହିଁ ଏହି ବିରି ନେଇ ବରା କରି ଖାଇବାକୁ ଦିଅନ୍ତୁ, ନଚେତ ପଖିଙ୍କୁ ଖାଇବାକୁ ଦିଅନ୍ତୁ । ମକର ରାଶିର ବ୍ୟକ୍ତିଙ୍କର ଯଦି ନିଜ ଜୀବନକୁ ନେଇ କିଛି ମଧ୍ୟ ସମସ୍ଯା ରହିଥାଏ । ତେବେ ଏହି ଉପଚାର କରିବା ଦ୍ଵାରା ନିହାତି ଭାବେ ସେହି ରାଶିର ବ୍ୟକ୍ତି ମାନଙ୍କର ମଙ୍ଗଳ ହେବ ।

ମକର ରାଶି ବ୍ୟକ୍ତିବିଶେଷ ମାନେ ନିଜ ରାଶି ଘରକୁ ଟାଣ ରଖିବାକୁ ଚାହୁଁଥିଲେ କଳା ଅଙ୍ଗୁର ସେବନ କରନ୍ତୁ । ଏହା ସହିତ କଳା ରାଶି ଆଣିକି ସେଥିରେ ଲଡୁ ପ୍ରସ୍ତୁତ କରନ୍ତୁ । ସେହି କଳା ରାଶିରେ ପ୍ରସ୍ତୁତ ଲଡୁକୁ ଭଗବାନ ହନୁମାନଙ୍କ ପାଖରେ ପ୍ରସାଦ କରି ତାହାକୁ ଅନ୍ୟ ମାନଙ୍କୁ ବାଣ୍ଟିଦିଅନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *