ସାବଧାନ ! ଆଳୁ ଖାଉଥିଲେ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା (Health Tips)

ବନ୍ଧୁଗଣ, ଆଳୁ ଏଭଳି ଏକ ପାରିବା ଅଟେ ଯାହାକୁ ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି । ସାଧା ହେଉ ଅଥବା ଆମିଷ ସବୁଥିରେ ଆଳୁ ପଡିଥାଏ । ଆଳୁ ଖାଇବାରେ ସ୍ଵାଦିଷ୍ଟ ହେବା ସହିତ ଏହା ସ୍ୱାସ୍ଥ୍ୟ ନିମନ୍ତେ ମଧ୍ୟ ଲାଭ ଦାୟକ ହୋଇଥାଏ । ଆଳୁ ରେ ଭିଟାମିନ- A, ପୋଟାସିୟମ, ଭିଟାମିନ-ସି, ମ୍ୟାଗ୍ନେସିୟମ, ଫସଫରସ, ଜିଙ୍କ ଏବଂ ଆଇରନ ଭଳି ଅନେକ ଉପକାରୀ ପୋଷକ ତତ୍ଵ ଭରପୁର ରହିଅଛି । ଏହା ସହିତ ଆଳୁ ରେ କାର୍ବୋହାଇଡ୍ରେଟ, ପ୍ରୋଟିନ, ଗ୍ଳୁକୋଜ, ଏବଂ ଆମୀନୋ ଏସିଡ ମଧ୍ୟ ରହିଅଛି ।

କିନ୍ତୁ କିଛି ଲୋକ ଙ୍କ ପାଇଁ ଆଳୁ ଖାଇବା ଅତ୍ୟନ୍ତ ଖ୍ଯାତି କାରକ ହୋଇପାରେ । ତେବେ ଆସନ୍ତୁ ଜାଣିବା ଯେ କେଉଁ ସମସ୍ୟା ଥିଲେ ଆଳୁ ଖାଇବା ଉଚିତ ନୁହେଁ । ଯଦି ଆପଣ ନିୟମିତ ଭାବରେ ଆଳୁ ଖାଉଛନ୍ତି ତେବେ ଆପଣଙ୍କ ଏସିଡିଟି ସମସ୍ୟା ଆହୁରି ବଢିପାରେ ।

ଏହା ବ୍ୟତୀତ ଆଳୁ ଖାଇବା ଦ୍ଵାରା ଗ୍ୟାସ ହେବାର ମଧ୍ୟ ସମ୍ଭାବନା ରହିଥାଏ । ଡାକ୍ତର ମାନେ ଏସିଡିଟି ରେ ଆଳୁ ଖାଇବା ନିମନ୍ତେ ମନା କରନ୍ତି । ଡାଇବେଟିସ ଏହି ରୋଗୀ ମାନେ ଆଳୁ ଆଦୌ ଖାଇବା ଉଚିତ ନୁହେଁ । ଯେଉଁ ମାନେ ହାଇ ବ୍ଲଡ଼ ସୁଗାର ରେ ପୀଡିତ ଅଛନ୍ତି ସେମାନେ ଆଳୁ ଖାଇବା ଠାରୁ ଦୂରେଇ ରହିବା ଉଚିତ । ଏହା ସେମାନଙ୍କ ସୁଗାର ଲେବଲ କୁ ଆହୁରୀ ବଢାଇପାରେ ।

ବ୍ଲଡ଼ ପ୍ରେସର ରୋଗୀ ମାନେ ମଧ୍ୟ ସନ୍ତୁଳିତ ପରିମାଣରେ ଆଳୁ ଖାଇବା ଉଚିତ । ଅଧିକ ଆଳୁ ଖାଇବା ଦ୍ଵାରା ହାଇ ବ୍ଲଡ଼ ପ୍ରେସର ହୋଇପାରେ । ସେମାନେ ଅଳ୍ପ ପରିମାଣରେ ଆଳୁ ଖାଇବା ଉଚିତ । ଏହା ସହିତ ଯେଉଁ ମାନଙ୍କ ମୋଟପଣ ଶୀଘ୍ର ବଢିଯାଉଛି, ସେମାନଙ୍କର ଆଳୁ ଖାଇବା ଉଚିତ ନୁହେଁ । ଆଳୁ ରେ ବହୁତ ପରିମାଣରେ କାର୍ବୋ ଥାଏ । ଯାହା ଫଳରେ ଓଜନ ଦୃତ ଗତିରେ ବଢିଥାଏ । ଯଦି ଆପଣ ମୋଟାପଣ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଆଳୁ ବହୁତ କମ ପରିମାଣରେ ଖାଆନ୍ତୁ ।

ଯଦି ଆପଣ ଅଧିକ ପରିମାଣରେ ଆଳୁ ଖାଉଛନ୍ତି ତେବେ ନିଶ୍ଚିତ ଭାବରେ ତାହାକୁ କମାଇବାକୁ ଚେଷ୍ଟା କରନ୍ତୁ । ନଚେତ ନାନା ସମସ୍ୟା ର ସମୁଖୀନ ହୋଇ ପାରନ୍ତି । ଏହା ସହିତ ଯଦି ଆପଣଙ୍କ ଓଜନ ଅତ୍ୟଧିକ ବଢିବାରେ ଲାଗିଛି ଆପଣ ନୀତିଦିନ ବ୍ୟାୟମ କରିବାକୁ ପ୍ରୟାସ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *