ବନ୍ଧୁଗଣ, ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଏଥିରେ ଜୀବନକୁ ସଫଳ ଓ ସୁଖମୟ କରିବା ପାଇଁ ଉପୋଯୋଗୀ କଥା କୁହାଯାଇଛି । ଚାଣକ୍ୟ ଏକ ମହାନ ଜ୍ଞାନୀ ପୁରୁଷ ଥିଲେ । ତେବେ ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କ କିଛି ନୀତି ବିଷୟରେ ଯାହା ଆପଣଙ୍କ ଜୀବନରେ କିଛି ନା କିଛି ବାଟରେ କାମରେ ଆସିବ । ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ସମ୍ବନ୍ଧରେ କିଛି ଅଦ୍ଭୁତ ବିଚାର ବିଷୟରେ ଜଣାଇବାକୁ ଯାଉଛୁ ।
ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜ ଭାଗ୍ୟ କୁ ଖୋଲିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ସକାଳୁ ଉଠିବା ମାତ୍ରେ ଏହି ୬ ଟି କାମ ନିଶ୍ଚିତ କରିବା ଦରକାର । ଘରର ଗୁରୁଜନ ଲୋକମାନେ ବହୁତ କିଛି ଶିକ୍ଷା ଦେଇଥାନ୍ତି ଯାହାଦ୍ଵାରା ଜୀବନରେ କିଛି ସମସ୍ୟା ନ ଆସିବ । ଆମ ଦେଶ ଓ ସମାଜରେ ସଂସ୍କାର କୁ ଅଧିକ ମହତ୍ତ୍ଵ ଦିଆଯାଇଛି । ଆଜି ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛି ଯାହାକୁ କରିବା ଦ୍ଵାରା ଆପଣଙ୍କର ଧନ ଲାଭ ହେବା ସହିତ ମାନ ସମ୍ମାନରେ ମଧ୍ୟ ଉନ୍ନତି ଆସିବ ।
ତେବେ ଚାଲନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ଭାବେ ଜାଣିବା । ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରେ ପ୍ରଥମେ ଦୁଇ ହାତର ଦର୍ଶନ କରିବା ଉଚିତ । ଗୋଡ ତଳେ ପକାଇବା ଆଗରୁ ପୃଥିବୀ ମାତାକୁ କ୍ଷମା ମାଗିବା ଉଚିତ କାରଣ ପୃଥିବୀ କୁ ଆମ୍ଭର ମାତା ବୋଲି କୁହାଯାଇଛି । ଏମିତି କରିବା ଦ୍ୱାରା ଆପଣଙ୍କ ସବୁ ଦୋଷ ଦୂର ହେବା ସହ ଶରୀରରେ ସକରାତ୍ମକ ଉର୍ଯା ଆସିଥାଏ ।
ପ୍ରତିଦିନ ସକାଳୁ ଉଠି ଗାଧେଇବା ନିହାତି ଆବଶ୍ୟକ । ଏବଂ ସ୍ନାନ କରିବା ସମୟରେ ସବୁ ତୀର୍ଥ ସ୍ଥଳ ଓ ପବିତ୍ର ନଦୀ ମାନଙ୍କର ନାମ ଜପ କରିବା ଉଚିତ । ଏମିତି କରିବା ଦ୍ୱାରା ଆପଣଙ୍କୁ ସବୁ ତୀର୍ଥ ର ପୁଣ୍ୟ ମିଳିଥାଏ । ଯଦି ସମ୍ଭବ ହୋଇପାରେ ତେବେ ପ୍ରତିଦିନ ଗାଧେଇବା ସମୟରେ ପାଣିରେ ଗଙ୍ଗା ଜଳ ମିଶାଇ ଗାଧେଇବା ବହୁତ ଶୁଭ ହୋଇଥାଏ । ସ୍ନାନ କରି ସାରିବା ପରେ ତମ୍ବା ପାତ୍ର ରେ ଜଳ ପୂର୍ଣ୍ଣ କରି ସୂର୍ଯ୍ୟ ଦେବତା ଙ୍କୁ ଜଳ ଅର୍ପଣ କରିବା ଉଚିତ ।
ଏମିତି କରିବା ଦ୍ୱାରା ଦିନ ବହୁତ ଭଲରେ କଟିଥାଏ ଓ ଆତ୍ମା ଓ ମନକୁ ଉର୍ଯା ମିଳିଥାଏ । ଏବଂ ସୂର୍ଯ୍ୟଙ୍କ ପ୍ରଭାବ ଆପଣଙ୍କ ବୁଦ୍ଧି ଉପରେ ପଡ଼ିଥାଏ । ମାନ ସମ୍ମାନ ବୃଦ୍ଧି ହେବା ସହ ଆର୍ଥିକ ବୃଦ୍ଧି ମଧ୍ୟ ହୋଇଥାଏ । ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ସାରିବା ପରେ ତୁଳସୀ ମାତା ଙ୍କୁ ଜଳ ଅର୍ପଣ କରିବା ଦରକାର ଓ ଘରର ମନ୍ଦିରରେ ପୂଜା ପାଠ କରିବା ଆବଶ୍ୟକ । ଯଦି ସମ୍ଭବ ହୋଇପାରେ ଗାଈ କୁ ରୋଟି ଖାଇବାକୁ ଦେବେ ।
ଏମିତି କରିବା ଦ୍ୱାରା ଘରେ ସବୁବେଳେ ସୁଖ ଲାଗି ରହିଥାଏ ଏବଂ ଧନର ଅଭାବ ହୋଇନଥାଏ । ଶେଷରେ ଯଦି ଆପଣ ଅଫିସ କିମ୍ବା ବ୍ୟବସାୟ କୁ ବାହାରୁଛନ୍ତି ତେବେ ସେହି ସମୟରେ ମାତା ପିତାଙ୍କ ଆଶୀର୍ବାଦ ନେଇ ବାହାରିବା ଉଚିତ । ବାସ୍ତୁଶାସ୍ତ୍ରରେ ଏହି ୬ ଟି କାମ ସକାଳୁ ଉଠି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ