ଘର ଛାଡି ପଳେଇବେ ସବୁ ମୂଷା, କରନ୍ତୁ ଏହି ଘରୋଇ ଉପାୟ ! (Home Remedies To Get Rid of Rats)

ବନ୍ଧୁଗଣ, ମଶା ଏବଂ ମୂଷା ଏହି ଦୁଇଟି ଆମ୍ଭ ପାଇଁ କାଳ ଅଟନ୍ତି । ମଶା କାମୁଡିଲେ କେଉଁ ରୋଗ ହୋଇଥାଏ ଏହା ଆପଣ ମାନେ ଭଲ ଭାବରେ ଜାଣିଥିବେ । ବାକି ରହିଲା ମୂଷା, ମୂଷା ଯଦି ଆପଣଙ୍କ ଘରେ ରହିବ ତେବେ ଆପଣଙ୍କ ଘରର କୌଣସି ମଧ୍ୟ ଜିନିଷ ସଠିକ ରହିବ ନାହିଁ । ସେ ସବୁ ଜିନିଷ କାଟିକରି ଉଡାଇ ଦେବ । କପଡା ଠାରୁ ଆରମ୍ଭ କରି ଇଲେକ୍ଟ୍ରି ତାର ପର୍ଯ୍ୟନ୍ତ ସେ ସବୁ ଜିନିଷ କୁ କାଟିକରି ଉଡାଇ ଦେବ ।

ସେଥିପାଇଁ କିଛି ଲୋକ ବିରକ୍ତ ହୋଇଯାନ୍ତି । ଆଜି ଆମ୍ଭେ ଆପଣ ମାନଙ୍କ ସହିତ ଏକ ଚମତ୍କାରୀ ଘରୋଇ ଉପାୟ ସେୟାର କରିବାକୁ ଯାଉଅଛୁ । ଯଦି ଏହାକୁ ମୂଷା ଖାଇବେ ତେବେ ସେ ୩୦ ମିନିଟ ମଧ୍ୟରେ ଘରୁ ବାହାରିବେ ନଚେତ ସେ ମରିଯିବେ । ଆସନ୍ତୁ ଜାଣିବା ଏହି ରେମେଡି କୁ ଆପଣ ମାନେ କିଭଳି ବନାଇବେ ? ମୂଷା ଘଉଡାଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ର ଆବଶ୍ୟକତା ଅଟେ ତାହା ହେଉଛି ବିଲାତି ।

ଏହା ଆପଣଙ୍କ ରୋଷେଇ ଘରୁ ଆପଣଙ୍କୁ ବହୁତ ସହଜରେ ମିଳିଯିବ । ପ୍ରଥମେ ଆପଣ ଚାମଚ ସାହାର୍ଯ୍ୟ ରେ ବିଲାତି କୁ ଅଳ୍ପ ପିଟି ଦିଅନ୍ତୁ । ଏହାପରେ ଆପଣ ବିଲାତି କୁ ମଝିରୁ କାଟି ଦିଅନ୍ତୁ । ଏହାପରେ ଆପଣ ଆଉ ଦୁଇଟି ସାମଗ୍ର ର ପ୍ରୟୋଗ କରନ୍ତୁ ତାହା ହେଉଛି ଲଙ୍କା ଗୁଣ୍ଡା ଏବଂ ଚିନୀ । ପ୍ରଥମେ ଆପଣ ଅଳ୍ପ ଲଙ୍କା ଗୁଣ୍ଡା ନିଅନ୍ତୁ । ଏହାପରେ ଫାଳେ ବିଲାତି ରେ ସେହି ଲଙ୍କାଗୁଣ୍ଡା କୁ ପକାନ୍ତୁ ।

ଆପଣ ଅଧଚାମଚ ପାଖାପାଖି ଲଙ୍କା ଗୁଣ୍ଡା ଫାଳେ ବିଲାତି ମଧ୍ୟରେ ପୁରାଇ ଦିଅନ୍ତୁ । ଚାମଚ ସାହାର୍ଯ୍ୟ ରେ ଆପଣ ଏହି ଲଙ୍କାଗୁଣ୍ଡା କୁ ଠେଲି ଠେଲି ସଂପୂର୍ଣ୍ଣ ବିଲାତି ମଧ୍ୟରେ ଭର୍ତ୍ତି କରି ଦିଅନ୍ତୁ । ଏହାପରେ ଆପଣ ଚିନୀ ନିଅନ୍ତୁ, ସେହି ବିଲାତି ଉପରେ ଆପଣ ଚିନୀ କୁ ପକାଇ ଦିଅନ୍ତୁ । ଆପଣ ଏହିଭଳି ଭାବରେ ଚିନୀ ରଖନ୍ତୁ ଯେପରି ଲଙ୍କାଗୁଣ୍ଡା ମିଶିବ ନାହିଁ । ଏହିଭଳି ଆପଣ ଦାବି ଦାବି ଚିନୀ କୁ ବିଲାତି ଉପରେ ରଖି ଦିଅନ୍ତୁ ।

ଟମାଟୋ ଏବଂ ଚିନୀ ଖାଇବାକୁ ମୂଷା କୁ ବହୁତ ଭଲ ଲାଗିଥାଏ । ଯଦି ଆପଣ ଲଙ୍କା ଗୁଣ୍ଡା ତା ମଧ୍ୟରେ ପକାଇଦେବେ ତେବେ ଆପଣ ଦେଖିବେ ଯେ ମୂଷା ଆପଣଙ୍କ ଘରେ ଗୋଟେ ମଧ୍ୟ ଦେଖାଦେବେ ନାହିଁ । ଘରୁ ମୂଷା ଘଉଡାଇବା ନିମନ୍ତେ ଏହା ଏକ ଜବରଦସ୍ତ ଘରୋଇ ଉପଚାର ଅଟେ । ମୂଷା ଲଙ୍କା ଚିନୀ ଦିଆ ଟମାଟୋ ଖାଇବା ପରେ ଘରୁ ଦୌଡି ପଳାଇବ । ଏହା ପୁରାତନ କାଳରୁ ପ୍ରୟୋଗ ହୋଇ ଆସୁଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *