ବନ୍ଧୁଗଣ, ବ୍ୟକ୍ତି ର ଜନ୍ମ ସମୟରେ ଚନ୍ଦ୍ରଗ୍ରହ ଯେଉଁ ରାଶିରେ ରହିଥାନ୍ତି, ତାହା ସେହି ବ୍ୟକ୍ତିଙ୍କର ନାମ ରାଶି ହୋଇଥାଏ । ଏହାକୁ ଚନ୍ଦ୍ର ରାଶି ମଧ୍ୟ କୁହାଯାଇଥାଏ । ଚନ୍ଦ୍ର ରାଶି ଅନୁସାରେ ସମସ୍ତ ୧୨ ଟି ରାଶି ପାଇଁ ଅଲଗା ଅଲଗା ନାମ ଅକ୍ଷର କୁହାଯାଇଅଛି । ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତି ର ରାଶି ଜଣାଯାଇଥାଏ । ସେଥିରୁ ତାଙ୍କ ଭବିଷ୍ୟ ଏବଂ ସ୍ଵଭାବ ସମ୍ବନ୍ଧରେ ମଧ୍ୟ ଜଣାଯାଇଥାଏ ।
ଲୋକଙ୍କର ସ୍ଵଭାବ ଏବଂ ଭବିଷ୍ୟ ଅଲଗା ଅଲଗା ହୋଇଥାଏ । କିନ୍ତୁ କିଛି ରାଶି ଏଭଳି ହୋଇଥାନ୍ତି ଯାହା ଅନ୍ୟ ରାଶି ତୁଳନାରେ ଭାଗ୍ୟଶାଳୀ ବିଚାର କରାଯାଇଥାଏ । ଏହି ୧୨ ଟି ରାଶି ମାନଙ୍କ ମଧ୍ୟରୁ ୪ ଟି ରାଶି ଏଭଳି ରହିଅଛି ଯାହାକୁ ଅଧିକ ଭାଗ୍ୟଶାଳୀ ବିଚାର କରାଯାଉଅଛି । ସେହି ରାଶି ଶନି ଏବଂ ମଙ୍ଗଳ ଙ୍କର ରାଶି ଅଟେ । ଅର୍ଥାତ ୨ ଟି ଶନି ଙ୍କର ରାଶି ଅଟେ ଏବଂ ୨ ଟି ମଙ୍ଗଳ ଙ୍କର ରାଶି ଅଟେ । ଆସନ୍ତୁ ଜାଣିବା କଣ ସେହି ୪ ଟି ରାଶି ଯାହାକୁ ସବୁଠାରୁ ଅଧିକ ଭାଗ୍ୟଶାଳୀ ରାଶି ଭାବରେ ବିଚାର କରାଯାଉଅଛି ।
୧- ମେଷ ରାଶି;- ଏହା ରାଶିଚକ୍ର ର ପ୍ରଥମ ରାଶି ଅଟେ । ଏହି ରାଶିର ସ୍ଵାମୀଗ୍ରହ ମଙ୍ଗଳ ହୋଇଥାନ୍ତି । ମଙ୍ଗଳ ଗ୍ରହ ମାନଙ୍କର ସେନାପତି ହୋଇଥାନ୍ତି । ଏହି କାରଣରୁ ମେଷ ରାଶିର ଲୋକ ମାନଙ୍କ ଠାରେ ନେତୃତ୍ଵ କରିବାର ଅଦ୍ଭୁତ କ୍ଷମତା ରହିଥାଏ । ଏହି କ୍ଷମତା କାରଣରୁ ଏହି ଲୋକ ମାନେ ଅନ୍ୟ ରାଶିର ଲୋକ ମାନଙ୍କ ଠାରୁ ଅଧିକ ଶକ୍ତିଶାଳୀ ରହିଥାନ୍ତି । ଏହି ବ୍ୟକ୍ତି ମାନେ ନିଜ କାର୍ଯ୍ୟ କ୍ଷେତ୍ରରେ ସଫଳ ହୋଇଥାନ୍ତି ।
୨- ବିଛା ରାଶି;- ମେଷ ରାଶି ଭଳି ବିଛା ରାଶିର ସ୍ଵାମୀ ମଧ୍ୟ ମଙ୍ଗଳ ଅଟନ୍ତି । ମଙ୍ଗଳ ଗ୍ରହ କାରଣରୁ ଏହି ରାଶିର ବ୍ୟକ୍ତି ସାହସୀ ପ୍ରକୃତିର ହୋଇଥାନ୍ତି । ଅସମ୍ଭବ ଭଳି ଲାଗୁଥିବା କାର୍ଯ୍ୟ କୁ ନିଜ ହାତ କୁ ନେବାକୁ ଏମାନେ ଡରନ୍ତି ନାହିଁ । ଏମାନେ ନିଜର କାମ ସଚ୍ଚୋଟତା ର ସହିତ କରିଥାନ୍ତି । ନିଷ୍ଠ ର ସହିତ ସମସ୍ତ କାର୍ଯ୍ୟ କରି ସେଥିରେ ସଫଳତା ହାସଲ କରିଥାନ୍ତି ।
୩- ମକର ରାଶି;- ଗ୍ରହ ମାନଙ୍କ ମଧ୍ୟରେ ଶନିଦେବଙ୍କର ସବୁଠାରୁ ଅଲଗା ହିଁ ସ୍ଥାନ ରହିଥାଏ । ଶନି ଦେବ ଗ୍ରହ ମାନଙ୍କର ନ୍ୟାୟଧିଶ ଅଟନ୍ତି । ମକର ରାଶି ର ସ୍ଵାମୀ ଗ୍ରହ ଶନିଦେବ ଅଟନ୍ତି । ଏହି କାରଣରୁ ମକର ରାଶି ର ବ୍ୟକ୍ତି ଙ୍କୁ ଶନିଦେବ ଙ୍କ କୃପା ସବୁବେଳେ ରହିଥାଏ । ଏହି ବ୍ୟକ୍ତି ଙ୍କ ଠାରେ ଆତ୍ମବିଶ୍ଵାସ ପୂର୍ଣ୍ଣ ମାତ୍ରାରେ ଭାରି ହୋଇ ରହିଥାଏ ।
୪- କୁମ୍ଭ ରାଶି;- ଏହା ରାଶିଚକ୍ର ର ୧୧ ତମ ରାଶି ଅଟେ । କୁମ୍ଭ ରାଶିର ସ୍ଵାମୀଦେବ ମଧ୍ୟ ଶନିଗ୍ରହ ଅଟନ୍ତି । ଶନିଦେବ ଙ୍କୁ କର୍ମ ର ଫଳଦାତା ମଧ୍ୟ କୁହାଯାଇଥାଏ । ଏହାର ଅର୍ଥ ଏହା ଯେ ଏହି ଗ୍ରହ ଆମ୍ଭର ଭଲ ଏବଂ ଖରାପ କାର୍ଯ୍ୟର ଫଳ ପ୍ରଦାନ କରିଥାନ୍ତି । କୁମ୍ଭ ରାଶିର ଜାତକ ସଚ୍ଚୋଟତା ର ସହିତ କାର୍ଯ୍ୟ କରିଥାନ୍ତି ତ ଶନିଦେବ ଏମାନଙ୍କୁ ସଂପୂର୍ଣ୍ଣ ଫଳ ପ୍ରଦାନ କରିଥାନ୍ତି ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ