କେମିତି ଘରକୁ ଆସିଥାନ୍ତି ମା’ ଲକ୍ଷ୍ମୀ, ନିଶ୍ଚୟ ଥରେ ପଢନ୍ତୁ ବଦଳିଯିବ ଆପଣଙ୍କ ଜୀବନ (Jaya Kishori)

ବନ୍ଧୁଗଣ, ଜୟାକେସରୀ କୁହନ୍ତି ଯେ, ସାଧାରଣତ ସ୍ତ୍ରୀ ମାନାଙ୍କର ଲକ୍ଷଣ ବିଷୟରେ କୁହାଯାଇଅଛି । ବିଶେଷ କରି ବିବାହିତା ନାରୀ ମାନଙ୍କ ବିଷୟରେ ଅତ୍ୟାଧିକ ବର୍ଣ୍ଣନା କରାଯାଇଅଛି । ଯେଉଁ ସ୍ତ୍ରୀ ଘରକୁ ସଫା ସୁତରା ରଖିଥାଏ ମାତା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି ବୋଲି ମାନ୍ୟତା ରହିଅଛି । ଏହାପରେ କୁହାଯାଇଅହି ଯେ ଆପଣ ସମସ୍ତ ସମୟରେ ହସ ହସ ମୁହଁରେ ରୁହନ୍ତୁ ଯାହାକି ବହୁତ କଷ୍ଟ ଅଟେ । କାରଣ ବହୁ ତଥା ପତ୍ନୀ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ ।

ଏଣୁ ଏମାନେ ସାଧାରଣତ ଯେତେ ମାତ୍ରାରେ ଖୁସି ହେବେ ସେତେ ମାତ୍ରାରେ ମାତା ଲକ୍ଷ୍ମୀ ଘରେ ପ୍ରବେଶ କରିବେ । ମାତ୍ର ଯେତେ ସ୍ତ୍ରୀ ମାନେ ଚିନ୍ତା ତଥା କ୍ରୋଧରେ ରହିବେ ସେତେ ମାତ୍ରାରେ ଘରକୁ ଦରିଦ୍ରତା ପ୍ରବେଶ କରିବ । ଜୟାକେସରୀ ପୁରୁଷ ମାନଙ୍କୁ ନିଜ ପ୍ରବଚନ ମାଧ୍ୟମରେ କୁହନ୍ତି ଯେ, ଆପଣ ମାନେ ନିଜ ମନରେ ଚିନ୍ତା କରି ବାହାରେ ସେହି କାର୍ଯ୍ୟ କରିଥାନ୍ତି ମାତ୍ର ସ୍ତ୍ରୀ ଲୋକ ମାନଙ୍କର ନୀତିଦିନ ଘରର କାର୍ଯ୍ୟ ସମାନ ରହିଥାଏ ।

ପୁରୁଷ ମାନଙ୍କର ତ ସପ୍ତାହ ରେ ଗୋଟିଏ ଦିନ ଛୁଟି ରହିଥାଏ ମାତ୍ର ସ୍ତ୍ରୀ ଲୋକମାନେ ରବିବାର ଦିନ ୨ ଗୁଣା କାର୍ଯ୍ୟ କରିଥାନ୍ତି । ଏଣୁ ସ୍ତ୍ରୀ ମାନଙ୍କୁ ମାନ୍ୟତା ଦେବା ସହିତ ସେମାନଙ୍କୁ ଖୁସିରେ ରଖନ୍ତୁ କାରଣ ସେମାନେ ଖୁସିରେ ରହିଲେ ଆପଣଙ୍କ ଘରକୁ ଲକ୍ଷ୍ମୀ ଆସିବେ । ପୁରୁଷ ଏବଂ ସ୍ତ୍ରୀ ମାନଙ୍କ ମଧ୍ୟରେ ବୁଝାମଣା ସଠିକ ହେବା ଆବଶ୍ୟକ ।

ଏହା ସତ୍ୟ ବଚ୍ଚନ ଅଟେ ସ୍ତ୍ରୀ ଆପଣଙ୍କ ଘରେ ଯେତେ ମାତ୍ରାରେ ଖୁସିରେ ରହିବେ ଆପଣଙ୍କ ଘରର ଉନ୍ନତି ସେତେ ମାତ୍ରାରେ ଅଧିକ ହେବ । ଏହା ସହିତ ମହିଳା ମାନଙ୍କୁ ପତିବ୍ରତା ଧର୍ମ ର ପାଳନ କରିବା ନିମନ୍ତେ ମଧ୍ୟ କୁହା ଯାଇଅଛି । ମହିଳା ମାନେ ସ୍ଵାମୀ ମାନଙ୍କର ନାମ ନିଜ ମୁଖରେ ନେବା ବହୁତ ବଡ ଅପରାଧ ହୋଇଥାଏ । ଦିନକର ଘଟଣା ଜଣେ ମହିଳା ସାଧୁ ଙ୍କ ନିକଟକୁ ଯାଇଥିଲେ ସେଠାରେ ଭଗବାନ ଙ୍କ ନାମ କୀର୍ତ୍ତନ ହେଉଥିଲା । ସମସ୍ତେ ସେଠାରେ ଉପସ୍ଥିତ ରହି ଭଗବାନ ଙ୍କ ନାମ ଉଚ୍ଚାରଣ କରୁଥିଲେ ମାତ୍ର ସେହି ମହିଳା ଜଣକ ସେହିଠାରେ ଚୁପ ରହିଥିଲେ ।

କାରଣ ଭଗବାନ ଙ୍କ ନାମ ଅନ୍ୟ ଲୋକମାନେ ଉଚ୍ଚାରଣ କରୁଥିବା ସମୟରେ ସେହି ନାମରେ ଦେବକୀ ନନ୍ଦନ ଥିଲା ଏବଂ ମହିଳା ଜଣକଙ୍କ ସ୍ଵାମୀ ଙ୍କ ନାମ ଦେବକୀ ନନ୍ଦନ ବୋଲି ସେ ଭଗବାନ ଙ୍କ ନାମ ଉଚ୍ଚାରଣ କରୁ ନଥିଲା । ଏହି ଦୃଶ୍ୟ କୁ ସାଧୁ ମହାରାଜ ଦେଖିଲେ ତାଙ୍କୁ ବଡ ଆଶ୍ଚର୍ଯ୍ୟ ଲାଗିଲା । ସେ ଭଗବାନ ଙ୍କ ନାମ ନେଇ ନେଇ ମହିଳା ଜଣଙ୍କୁ ହାତ ଦେଖାଇ କହିଲେ ଆପଣ ମଧ୍ୟ ଗାଆନ୍ତୁ । ମହିଳା ଜଣକ ଭଗବାନ ଙ୍କ ନାମ ଉଚ୍ଚାରଣ କରିଲା ବେଳେ ଦେବକୀ ନନ୍ଦନ ନ କହି ଚମ୍ପା ର ଚାଚା କହି ଉଚ୍ଚାରଣ କରିଲେ ।

ଏହାପରେ ଭଗବାନ ସବୁ ଦେଖୁଥିଲେ ସେ ହସିଲେ ଏବଂ ଲକ୍ଷ୍ମୀ ଙ୍କୁ କହିଲେ ମୋର ଭକ୍ତ ମୋତେ ଅନେକ ନାମ ଦେଇଛନ୍ତି ବର୍ତ୍ତମାନ ଆଉ ଏକ ନାମ ମିଳିଗଲା । ଏଣୁ ସ୍ଵାମୀ ଙ୍କ ନାମ ମହିଳା ମାନେ ଉଚ୍ଚାରଣ କରିବା ଦ୍ଵାରା ସ୍ଵାମୀଙ୍କର ଆୟୁଷ ହାନି ହୋଇଥାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *