ନମସ୍କାର ବନ୍ଧୁଗଣ ନିତ୍ୟ ଦିନ ଜୀବନରେ ଜଣାତରେ କିମ୍ବା ଅଜାଣତରେ ଆମ ଦ୍ୱାରା କିଛି ଏହି ପରି ଭୁଲ ହୋଇ ଯାଏ କି ଯାହାର ପ୍ରଭାବ ଆମ ଘର ପରିବାର ଉପରେ ପଡ଼ିଥାଏ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଘରେ ପ୍ରତ୍ୟେକ ବସ୍ତୁ କୁ ରଖିବା ର ସ୍ଥାନ ନିର୍ଧାରିତ ହୋଇଥାଏ । କିନ୍ତୁ ଆମକୁ ଏହାର କୌଣସି ଜ୍ଞାନ ନଥାଏ । ସେହି ପରି କିଛି ଭୁଲ ଆମେ ଝାଡୁ କୁ ନେଇ କରିଥାଉ । ଝାଡ଼ୁ ର ଭୁଲ ବ୍ୟବହାର ଯେଉଁଠି ଦରିଦ୍ରତା କୁ ଆଣିଥାଏ ।
ସେହି ପରି ତାର ସଠିକ ବ୍ୟବହାର ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁ କୁ କିଣିବା ପାଇଁ ତାର ସଠିକ ସମୟ ଦିନ ଏବଂ ସଠିକ ସ୍ଥାନର ଧ୍ୟାନ ଦିଆଯାଏ ଏବଂ ଘରର ପୁରୁଣା ଝାଡୁ କୁ ବାହାରେ ଫିଙ୍ଗିବା ର ମଧ୍ୟ ନିୟମ ରହିଛି । ଝାଡୁ ଯାହାକୁ ଆମେ ଏକ ସାମାନ୍ୟ ବସ୍ତୁ ଭାବିଥାଉ ପରନ୍ତୁ ଶାସ୍ତ୍ର ରେ ତାହାକୁ ମାତା ଲକ୍ଷ୍ମୀ ଙ୍କ ତୁଲ୍ୟ ବୋଲି କୁହାଯାଏ ।ଝାଡୁର ଆମର ଅଜାଣତରେ ହିଁ ବେଳେ ବେଳେ ଆମ ଦ୍ୱାରା ତାହାର ଅପମାନ ହୋଇଯାଇ ଥାଏ ଏବଂ ଏହାର ପ୍ରଭାବ ଆମର ଆର୍ଥିକ ଏବଂ ପରିବାର ତଥା ସାମାଜିକ ଜୀଵନ ଉପରେ ପଡ଼ିଥାଏ ।
ଆପଣ ମାନେ ବୋଧ ହୁଏ ଏହା ଜାଣି ନଥିବେ କି ଝାଡୁ କୁ ଏକ ନିଶ୍ଚିତ ସ୍ଥାନରେ ରଖାଯିବ ଉଚିତ ଏବଂ ତାକୁ ଉଚିତ ସ୍ଥାନରେ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ । ତେବେ ଚାଲନ୍ତୁ ଜାଣିନେବା କି ଝାଡୁ କୁ କେଉଁ ସ୍ଥାନରେ ରଖିବା ଉଚିତ ଏବଂ ଏହା ଦ୍ବାରା ଆମ ଜୀଵନ ଉପରେ କି ପ୍ରଭାବ ପକାଇବ ତାହା ମଧ୍ୟ ଜାଣିନେବା ।
ବନ୍ଧୁଗଣ ଝାଡୁ କୁ ସର୍ଵଦା ସମ୍ମାନ କରିବା ଆବଶ୍ୟକ ଅଟେ । ଯଦ୍ବାରା ଆମ ଘରରୁ ଦାରିଦ୍ର୍ୟ ଏବଂ ନକରାତ୍ମକତା କୁ ଦୁର କରିଥାଏ ଏବଂ ସମ୍ପର୍ଣ୍ଣତା ଏବଂ ସକରାତ୍ମକତା କୁ ଘରେ ଆଣିଥାଏ । ଝାଡୁ କୁ ସର୍ଵଦା ଏହି ଭଳି ସ୍ଥାନରେ ଲୁଚାଇ ରଖାଯାଏ କି ବାହାର ବ୍ୟକ୍ତି ର ନଜର ତା ଉପରେ ନ ପଡେ । ଝାଡୁ ଲକ୍ଷ୍ମୀ ମାତାଙ୍କ ରୂପ ହୋଇଥାଏ ତେଣୁ ତାକୁ କାହାର ଭି ଖରାପ ନଜର ଲାଗିବା ଉଚିତ ନୁହେଁ ।
ଝାଡୁ କୁ କେବେବି ଛିଡା କରାଇ କି ରଖିବା ଉଚିତ ନୁହେଁ ଏବଂ ସର୍ଵଦା ଶୁଆଇ କି ରଖିବା ଉଚିତ । ଏହାର ତାତ୍ପର୍ଯ୍ୟ ଏହା କି ମାତା ଲକ୍ଷ୍ମୀ ଆମ ଘରେ ଆରାମ ରେ ଶୋଇ ଛନ୍ତି । ତେଣୁ ଏହି କଥାର ବିଶେଷ ଧ୍ୟାନ ରଖିବା ଉଚିତ । ଝାଡୁ କୁ ସର୍ଵଦା ସ୍ୱଚ୍ଛ ସ୍ଥାନରେ ରଖିବା ଆବଶ୍ୟକ । ଯେଉଁଠି ଅଳିଆ, ଜୋତା ,ଚପଲ ଆଦି ଥାଏ ସେଠାରେ ଝାଡୁ କୁ ରଖନ୍ତି ନାହିଁ । ଝାଡୁ କୁ ରଖିବାର ଯୋଗ୍ୟ ସ୍ଥାନ ହେଉଛି ଦକ୍ଷିଣ ଏବଂ ପଶ୍ଚିମ । ବିଶେଷତଃ ଘରେ ପଶ୍ଚିମ ଦିଗରେ ଝାଡୁକୁ ରଖିଲେ ଘରେ ସୁଖ ସମୃଦ୍ଧି ବଢ଼ିଥାଏ ।
ଝାଡୁ କୁ କେବେବି ଏଭଳି ସ୍ଥାନରେ ରଖନ୍ତୁ ନାହିଁ ଯେଉଁଠି ତା ଉପରେ ଗୋଡ଼ ବାଯିବାର ସମ୍ଭାବନା ରହିଥିବ । ଏହା ଦ୍ୱାରା ତାର ଅପମାନ ହୋଇଥାଏ । ଖାଇବା ଅଇଁଠା କୁ କେବେବି ଝାଡୁ ଦ୍ୱାରା ଉଠାଇ ବାଉଚିତ ନୁହେଁ ତେବେ ଝାଡୁ ମାରିବାର ସବୁଠାରୁ ଶୁଭ ସମୟ ହେଉଛି ସକାଳ ୪ ଟାରୁ ୭ ଟା ପର୍ଯ୍ୟନ୍ତ । କାରଣ ଏହି ସମୟରେ ଭଗବାନ ଧରତି ରେ ବୁଲୁଥାନ୍ତି ଏବଂ ଯଦି ଆପଣଙ୍କ ଘର ଏହି ସମୟରେ ସଫା ସୁତୁରା ରହିବ ତେବେ ସେ ନିଶ୍ଚୟ ପ୍ରସନ୍ନ ହୋଇ ଆପଣ ଙ୍କୁ ଆଶୀର୍ବାଦ ପ୍ରଦାନ କରିବେ ଏବଂ ଆପଣଙ୍କ ଘରେ ସୁଖ ସମୃଦ୍ଧି ମଧ୍ୟ ଆସିବ ।
ଏହା ଛଡା ସନ୍ଧ୍ୟା ସମୟରେ କେବେବି ଝାଡୁ କରିବା ଉଚିତ ନୁହେଁ । ସର୍ଵଦା ଝାଡୁ କୁ ସମ୍ମାନ ଦେବା ଏବଂ ତାକୁ ସଠିକ ସ୍ଥାନ ରେ ରଖିବା ଆବଶ୍ୟକ ଅଟେ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।