ସବୁବେଳେ ଚିନ୍ତିତ ରହୁଥିବା ଲୋକ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ, ବଦଳିଯିବ ଜୀବନ (Jaya Kishori)

ବନ୍ଧୁଗଣ, ଜୟା କେସରୀ ଭକ୍ତ ମାନଙ୍କୁ ପ୍ରବଚନ ମାଧ୍ୟମରେ ଅତ୍ୟନ୍ତ ମନଲୋଭା ମନୁଷ୍ୟ ଜୀବନକୁ ସାର୍ଥକ କରୁଥିବା ଭଳି ଅନେକ କାହାଣୀ ତଥା ନୀତିଶିକ୍ଷା ମଧ୍ୟ ସମ୍ବନ୍ଧରେ କହିଥାନ୍ତି । ଜୟା କେସରୀ କୁହନ୍ତି, ଯେ ଦିନେ ଗୋଟିଏ ଯୁବକ ସକାଳୁ ଉଠିଲା । ମାତ୍ର ଯେତେବେଳେ ଉଠି ନିଜ ଆଖି ଖୋଲିଦେଲା ତାହାର ସମୁଖରେ ଯମରାଜା ଛିଡା ହୋଇଥିବାର ସେ ଦେଖିଲା । ଅର୍ଥାତ ସେ ଚିନ୍ତା କରିଲା ଯେ ତାହାର ଅନ୍ତ ସମୟ ଆସିଗଲା ।

ଯମରାଜା ଙ୍କୁ ଦେଖି ତାହା ମୁଣ୍ଡରେ କିଛି ବୁଦ୍ଧି ପଶିଲା ନାହିଁ । ସେ ଚିନ୍ତା କରି କହିଲା ଯେ ଏତେ ଶୀଘ୍ର କିପରି ଅନ୍ତ ସମୟ ଆସି ପହଞ୍ଚିଲା ? ବର୍ତ୍ତମାନ ତ ମୁଁ ନିଜ ଜୀବନରେ କିଛି କରି ନାହିଁ, ମାତା ପିତା ଙ୍କୁ କିଛି ଜଣା ନାହିଁ, ପତ୍ନୀ ଙ୍କୁ କିଛି ଜଣା ନାହିଁ, ମୋର ସନ୍ତାନ ଏବେ ଏବେ ଜାତ ହୋଇଅଛି । ଏହିଭଳି ଅନେକ କଥା ଚିନ୍ତା କରି କହିଲା ବର୍ତ୍ତମାନ ତ କାହାକୁ କିଛି ଜଣା ନାହିଁ ମୁଁ ବର୍ତ୍ତମାନ ଚାଲିଗଲେ ମୋ ପରିବାରର କଣ ହେବ ? ଯମରାଜ କୁଜନ୍ତି ମୁଁ ଜାଣି ନାହିଁ କିଛି ତୁମ୍ଭ ଅନ୍ତ ସମୟ ଆସିଗଲା ।

ବ୍ୟକ୍ତି ଜଣକ କହିଲା ଠିକ ଅଛି ମାତ୍ର ମତେ ତ ସକାଳୁ ଉଠିବା ମାତ୍ରେ ଚାହା ପିଇବା ର ଅଭ୍ୟାସ ଅଛି । ମୁଁ ଚାହା ପିଇସାରେ ଯିବା । ଯମରାଜ କହିଲେ ଠିକ ଅଛି । ବ୍ୟକ୍ତି ଜଣକ ଚାହା ବନାଇଲା ବେଳେ ସେଥିରେ ନିଦ ବଟିକା ପକାଇଦେଲା । ଏହାପରେ ଯମରାଜ ଚାହା ପିଇ ଶୋଇଜାଆନ୍ତି । ଏହାପରେ ଯମରାଜ ଙ୍କ ଠାରୁ ଲିଷ୍ଟ ବାହାର କରି ନିଜ ନାମ ସବୁଠାରୁ ଲାଷ୍ଟ ରେ ଲେଖିଦେଲେ ।

ସେ ଚିନ୍ତା କଲା ଯେ ଅନ୍ତ ସମୟ ତ ଆସିଅଛି ମାତ୍ର ସଂପୂର୍ଣ୍ଣ ଦିନ ମିଳିଲେ କହି ପାରିବି ଯେ କେଉଁ ଜିନିଷ କେଉଁଠାରେ ଅଛି ବୋଲି । ଏହାପରେ ଯମରାଜ ଉଠି କହିଲେ ତୁମେ ମୋର ବହୁତ ଧ୍ୟାନ ରଖିଲ ମୋତେ ଚାହା ପିଇବାକୁ ଦେଲା ମାତ୍ର ସମସ୍ତେ ମୋତେ ଗାଳି ହିଁ ଦେଇଥାନ୍ତି । ଏଥିପାଇଁ ମୁଁ ଆଜିର ଲିଷ୍ଟ ଉପରୁ ଆରମ୍ଭ ନକରି ଲାଷ୍ଟ ରୁ ଆରମ୍ଭ କରିବି । ଏହାପରେ ସେହି ବ୍ୟକ୍ତି ର ମୃ-ତ୍ୟୁ ହୋଇଯାଏ ସେ ଭଗବାନ ଙ୍କ ପାଖକୁ ଚାଲିଯାଏ ।

ଭଗବାନ ଙ୍କ ପାଖକୁ ଯାଇ ଭଗବାନ ତାଙ୍କୁ ଗୋଟିଏ କଥା କୁହନ୍ତି ଯେ, ତୁମ୍ଭେ କରିଥାଅ ତାହା ଯାହା ତୁମ୍ଭେ ଚାହିଁଥାଅ । କିନ୍ତୁ ହୋଇଥାଏ ତାହା ଯାହା ମୁଁ ଚାହିଁଥାଏ । ଏଥିପାଇଁ ତୁମ୍ଭେ କର ତାହା ଯାହା ମୁଁ ଚାହୁଁଛି ଏବଂ ହେବ ତାହା ଯାହା ତୁମ୍ଭେ ଚାହୁଁଛ । ଭଗବାନ କୁହନ୍ତି ମୁଁ ସବୁକିଛି ସମ୍ଭବ କରିଦେବୀ ତୁମ୍ଭର ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ ମାତ୍ର ତୁମ୍ଭେ ଉଚିତ ମାର୍ଗ ରେ ଚାଲ । ମୁଁ ଯେଉଁ ରାସ୍ତା ଦେଖାଉଛି ତାହା ଉପରେ ବିଶ୍ଵାସ ରଖି ଚାଲ ।

ମାତ୍ର ସଫଳତା ଏତେ ସହଜରେ ମିଳିନଥାଏ । ଭଗବାନ କୁହନ୍ତି ଯେ ସମସ୍ତ ଇଛା ଏତେ ଶୀଘ୍ର ପୂରଣ ହୋଇନଥାଏ ସମୟ ଲାଗିଥାଏ । ତୁମ୍ଭ ନିମନ୍ତେ କେବେ କଣ ଆବଶ୍ୟକ ତାହା କେବଳ ମୁଁ ଜାଣିଛି ଏବଂ ମୁଁ ସବୁ ସମୟ ଅନୁସାରେ ତୁମ୍ଭକୁ ଦେଇଦେବି ।  ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *