ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବାରମ୍ବାର ଝଗଡା ଲାଗି ରହୁଥିଲେ, ଶୋଇବା ଘରୁ ତୁରନ୍ତ କାଢି ଦିଅନ୍ତୁ ଏହି ଜିନିଷ

ବନ୍ଧୁଗଣ, ବିବାହ ଏଭଳି ଏକ ବନ୍ଧନ ଅଟେ, ଯାହା ଏହି ସମ୍ପର୍କ ରେ ଜୀବନ ବିତାଇବା ପରସ୍ପର ସହିତ ଜଡିତ ହୋଇଥାଏ । ସ୍ଵାମୀ ସ୍ତ୍ରୀ ର ସମ୍ପର୍କ ହେଉଛି ପ୍ରେମ ତଥା ଯୁକ୍ତିତର୍କ ଲାଗିବାର ସମୟ । ଏହି ସମ୍ପର୍କ ଯେତିକି ମଜବୁତ ହୋଇଥାଏ ସେତିକି ଦୁର୍ବଳ ମଧ୍ୟ ହୋଇଥାଏ । କୁହାଯାଏ ଯେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଯେତେ ହେବ ସେମାନଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହୋଇଥାଏ । ମାତ୍ର ଏହି ଯୁକ୍ତି ତର୍କ ଯେତେ ସକାରତ୍ମକ ରହିବ ସେ ପର୍ଯ୍ୟନ୍ତ ଜୀବନ ଭଲରେ ବିତିବ ।

କିନ୍ତୁ ଯଦି ଉଭୟଙ୍କ ମଧ୍ୟରେ ବିବାଦ ବଢିଯାଏ ତେବେ ସମ୍ପର୍କ ରେ ଦୂରତା ଆରମ୍ଭ ହୋଇଯାଏ । ଏହି କାରଣରୁ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥାଏ । ଏହା ଉଭୟଙ୍କ ପରିବାର ମଧ୍ୟରେ ମାନସିକ ଭାର ସୃଷ୍ଟି କରିଥାଏ । ଶାସ୍ତ୍ର ଅନୁଯାୟୀ ଏହି ସବୁ ଜିନିଷ ନିଜ ଶୋଇବା ଘରେ ରଖିବା ଦ୍ଵାରା ଦାମ୍ପତ୍ୟ ଜୀବନରେ ନକାରତ୍ମକ ପ୍ରଭାବ ପଡିଥାଏ । ଆସନ୍ତୁ ତେବେ ଜାଣିବା ସେହି ଜିନିଷ ଗୁଡିକ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

୧- ଶୋଇବା ଘରେ ଦେବୀ ଦେବତା ଙ୍କ ଫଟୋ;- ବସ୍ତୁ ଶାସ୍ତ୍ର ରେ କୁହାଯାଇଅଛି ଯେ, ଯଦି ଶୋଇବା ଘରେ କୌଣସି ଦେବୀ ଦେବତା ଙ୍କ ଫଟୋ ଅଥବା କୌଣସି ଗୁରୁ ଙ୍କ ଫଟୋ, ବା ଧାର୍ମିକ ପୁସ୍ତକ ଆଦି ରଖା ଯାଇଅଛି ତେବେ ସେ ଗୁଡିକୁ ଯଥାଶୀଘ୍ର ବାହାର କରିଦେବା ଉଚିତ ।

୨- ଶୋଇବା ଘରେ ଖଟ ଉପରେ କଳା ରଙ୍ଗର ଚଦର ବ୍ୟବହାର କରନ୍ତୁ ନାହିଁ । କଳା ରଙ୍ଗ କୁ ନକାରତ୍ମକ ର ପ୍ରତୀକ କୁହାଯାଏ । ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ରେ ମଧ୍ୟ ନକାରତ୍ମକତା ର ପ୍ରଭାବ ଆସିଥାଏ ।

୩- ଶୋଇବା ଘରେ କୌଣସି ପାଣି ର ଫଟୋ ଅଥବା ନଦୀ ବା ଝରଣା ର ଫଟୋ ଲଗାଇବା ଉଚିତ ନୁହେଁ ।

୪- ଯଦି ଶୋଇବା ଘରେ ଖରାପ ହୋଇଥିବା ବୈଦ୍ୟୁତିକ ଖରାପ ଜିନିଷ ରହିଥାଏ, ତେବେ ତାହାକୁ ସଜାଡି ନିଅନ୍ତୁ । ନଚେତ ବାହାର କରି ନିଅନ୍ତୁ । ଆଜିକାଲି ବକ୍ସ ଥିବା ଖଟ ଅଥବା ପଲଙ୍କ ବ୍ୟବହାର କରାଯାଉଅଛି । ଯଦି ଆପଣଙ୍କର ଏହିଭଳି ଖଟ ରହିଅଛି ଏବଂ ଆପଣ ସେଥିରେ ଲୁହା ସାମଗ୍ରୀ ଅଥବା କୌଣସି ବୈଦ୍ୟୁତିକ ସାମଗ୍ରୀ ରଖିଛନ୍ତି ତେବେ ତାହାକୁ ବାହାରକୁ କାଢି ଦିଅନ୍ତୁ । ଏହା ଦ୍ଵାରା ମଧ୍ୟ ପଟି ପତ୍ନୀ ଙ୍କ ସମ୍ପର୍କରେ ଦୂରତା ସୃଷ୍ଟି ହୋଇଥାଏ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ନାନା ପ୍ରକାରର ସମସ୍ୟା ମାନ ମଧ୍ୟ ଦେଖାଦିଏ ।

୫- ଖଟ ସାମ୍ନା ରେ ଦର୍ପଣ, ବାସ୍ତୁ ଶାସ୍ତ୍ର ଅନୁଯାୟୀ ଖଟ ସମୁଖରେ ଦର୍ପଣ ଲଗାଇବା ଅନୁଚିତ ଅଟେ । ଏହାଦ୍ଵାରା ପତି ପତ୍ନୀ ଙ୍କ ମଧ୍ୟରେ ମାନ ମନାନ୍ତର ସୃଷ୍ଟି ହୋଇଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *