Vastu tips – ପୂଜା ଘରେ ଘଣ୍ଟି ବଜାଇବା ସମୟରେ ଏମିତି ଭୁଲ କରୁଛନ୍ତି କି ? ହୋଇଯାନ୍ତୁ ସାବଧାନ ! ଭୋଗିବାକୁ ପଡିବ ଭୟଙ୍କର ପରିଣାମ

ହିନ୍ଦୁ ଧର୍ମ ଅନୁସାରେ ରୀତିନୀତି ପୂଜା ପାଠ କରିବା ଦ୍ଵାରା ମାନସିକ ଶାନ୍ତି ମିଳିବା ସହ ସଂପୂର୍ଣ୍ଣ ଘରେ ସକାରାତ୍ମକ ଊର୍ଜା ବ୍ୟାପ୍ତ ହୋଇଥାଏ । ମାତ୍ର ପୂଜା ପାଠ କରିବାର ଏକ ନିୟମ ମଧ୍ୟ ରହିଥାଏ, ଯାହା ପ୍ରତି ଧ୍ୟାନ ନ ଦେଲେ ବିପରୀତ ଫଳ ମିଳିବାର ସମ୍ଭାବନା ରହିଥାଏ ।

ପ୍ରାଚୀନ କାଳରୁ ଉଭୟ ଧାର୍ମିକ ଓ ବୈଜ୍ଞାନିକ ଦୃଷ୍ଟିକୋଣକୁ ଧ୍ୟାନରେ ରଖି ପୂଜା କରିବାର ନିୟମ ବନାଯାଇଛି । ସେହିପରି ପୂଜା କରୁଥିବା ସମୟରେ ଘଣ୍ଟି ବଜାଇବାର ମଧ୍ୟ କିଛି ନିର୍ଦ୍ଧିଷ୍ଟ ନିୟମ ରହଛି । ଶାସ୍ତ୍ରରେ ଦେବତାଙ୍କ ସମ୍ମୁଖରେ ଘଣ୍ଟି ବଜାଇବା ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ । ଯାହା ଆପଣ ଏହି ଶ୍ଳୋକରୁ ବୁଝି ପାରିବ –  “ଆଗମନାର୍ଥ ତୁ ଦେବାନାଂ, ଗମନାର୍ଥ ତୁ ରକ୍ଷସାମ, କୁରୁ ଘଣ୍ଟେ ବରଂ ନାଦଙ୍ଗ, ଦେବତାସ୍ଥାନହାନ୍ନିଧ୍ଯୋ । ।”

ଏହାର ଅର୍ଥ ଘଣ୍ଟି ବଜାଇବା ଦ୍ଵାରା ଦେବତାଙ୍କ ଆଗମନ ଓ ରାକ୍ଷସଙ୍କ ଗମନ ହୋଇଥାଏ ଓ ଯେଉଁ ଘଣ୍ଟି ବା ଘଣ୍ଟା ରାକ୍ଷସଙ୍କ ଠାରୁ ଆମକୁ ରକ୍ଷା କରିଥାଏ, ତାଙ୍କୁ ଆମର ପ୍ରଣାମ । ତେବେ ଆସନ୍ତୁ ଜାଣିବା ପୂଜା କରିବା ସମୟରେ ଘଣ୍ଟି ବଜାଇବାର କାରଣ କଣ ଓ କେଉଁ ଭୁଲ କରିବା ଉଚିତ ନୁହେଁ । ଆପଣ ପୂଜା ନିଜ ପୂଜା ଘଣ୍ଟିକୁ ଭଲ ଭାବେ ଦେଖିଲେ ଜାଣି ପାରିବେ ତାହାର ଉପର ଭାଗରେ ଗରୁଡ ରହିଛନ୍ତି । ଘରେ ଆମେ ଯେଉଁ ଘଣ୍ଟି ବ୍ୟବହାର କରୁ ତାକୁ ଗରୁଡ ଘଣ୍ଟି କୁହାଯାଏ ।

ପୂଜା କରିବା ସମୟରେ ଦେବତାଙ୍କୁ ଆହ୍ଵାନ କରିବା ପାଇଁ ଗରୁଡ ଘଣ୍ଟିର ବ୍ୟବହାର କରାଯାଏ । ବିଶେଷ ଭାବେ ଯଦି ଆରତି କରିବା ସମୟରେ ଘଣ୍ଟି ନ ବଜାଯାଏ, ତେବେ ସେହି ପୂଜାକୁ ସଂପୂର୍ଣ୍ଣ ମାନାଯାଏ ନାହିଁ । ମାତ୍ର ଅଧିକାଂଶ ଲୋକ ଏହାକୁ କେବଳ ଏକ ସାମାନ୍ଯ ପ୍ରକ୍ରିୟା ଭାବି ପୂଜା କରିବା ସମୟରେ ଘଣ୍ଟି ବଜାଇବା ଭୁଲି ଯାଆନ୍ତି । ଆପଣ ଯଦି ଏପରି କରୁଛନ୍ତି ତେବେ ଏବେ ଠାରୁ ଆଉ ଏପରି କରନ୍ତୁ ନାହିଁ । ଆମ ଶାସ୍ତ୍ରର ମାନ୍ୟତା ଅନୁସାରେ ସୃଷ୍ଟିର ନିର୍ମାଣ ବେଳେ ପ୍ରଥମେ ଯେଉଁ ଧ୍ୱନି ଉତ୍ପନ ହୋଇଥିଲା, ତାହା ଶୁଣିବାକୁ ଘଣ୍ଟି ଧ୍ୱନି ଭଳି ଥିଲା ।

ଘଣ୍ଟିରେ ଓଁ କାରର ସ୍ଵର ମଧ୍ୟ ରହିଛି । ସେଥିପାଇଁ ଘଣ୍ଟିକୁ ଈଶ୍ବରଙ୍କ ସ୍ଵର ବୋଲି ମାନାଯାଇ ପୂଜାରେ ସ୍ଥାନ ମିଳିଛି । ସେଥିପାଇଁ କେବେ ମଧ୍ୟ ଘଣ୍ଟିର ଅପମାନ କରନ୍ତୁ ନାହିଁ ଏବଂ ଯେପ୍ରକାର ଅନ୍ୟ ଦେବୀ ଦେବତାଙ୍କ ପୂଜା କରୁଛନ୍ତି ସେପ୍ରକାର ଘଣ୍ଟିର ମଧ୍ୟ ପୂଜା କରନ୍ତୁ । ଘଣ୍ଟିକୁ ବିଧିବିଧାନ ଭାବେ ପୂଜା କରି ହିଁ ବଜାନ୍ତୁ । ବିନା ପୂଜା କରି ଘଣ୍ଟି ବଜାଇବା ଉତ୍ତମ ବୋଲି ମାନାଯାଏ ନାହିଁ । ପୂଜା କରିବା ସମୟରେ ଘଣ୍ଟି ଧ୍ୱନି ସହ ସକରାତ୍ମକତା ସଂପୂର୍ଣ୍ଣ ଘରେ ବ୍ୟାପୀ ଯାଏ ।

ମାତ୍ର ଆପଣ ଯଦି ଉଚିତ ନିୟମ ଅନୁସାରେ ଘଣ୍ଟି ନ ବଜାଇବେ ତେବେ ଏହା ନକରାତ୍ମକତାରେ ବଦଳି ଯିବ । ଆରତି ସମୟରେ ଘଣ୍ଟା ବଜାଇବା ସହ ଭଗବାନଙ୍କୁ ଜଳ ଅର୍ପଣ କରିବା ସମୟରେ, ସ୍ନାନ କରାଇବା ବେଳେ, ଧୂପ ଦୀପ ଲଗାଇବା ବେଳେ ଓ ନୈବେଦ୍ୟ ଅର୍ପଣ କରିବା ସମୟରେ ଘଣ୍ଟାନାଥ ଅବଶ୍ୟ ବଜାନ୍ତୁ ।

ଏପରି କରିବା ଦ୍ଵାରା ଆପଣଙ୍କ ପୂଜା ସମ୍ପନ୍ନ ବୋଲି ମାନ୍ୟ ହେବ । ଘରେ ସକଳ ସନ୍ଧ୍ୟାରେ ଅବଶ୍ୟ ଘଣ୍ଟି ବଜାଇବା ସହ ଯେକୌଣସି ଦେବାଦେବୀଙ୍କ ମନ୍ତ୍ର ଅବଶ୍ୟ ଉଚ୍ଚାରଣ କରନ୍ତୁ । ଏହା ଦ୍ଵାରା ଘରେ ଥିବା ସମସ୍ତ ଦୁ-ଷ୍ଟ ଶକ୍ତି ପଳାୟନ କରିବେ । ଏପରି କରିବା ଦ୍ଵାରା ଆପଣଙ୍କ ପୂଜା ସମ୍ପନ୍ନ ବୋଲି ମାନ୍ୟ ହେବ । ଘରେ ସକଳ ସନ୍ଧ୍ୟାରେ ଅବଶ୍ୟ ଘଣ୍ଟି ବଜାଇବା ସହ ଯେକୌଣସି ଦେବାଦେବୀଙ୍କ ମନ୍ତ୍ର ଅବଶ୍ୟ ଉଚ୍ଚାରଣ କରନ୍ତୁ । ଏହା ଦ୍ଵାରା ଘରେ ଥିବା ସମସ୍ତ ଦୁ-ଷ୍ଟ ଶକ୍ତି ପଳାୟନ କରିବେ । 

Leave a Reply

Your email address will not be published. Required fields are marked *