ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଏମିତି ସ୍ତ୍ରୀ-ପୁରୁଷ ଙ୍କୁ ହିଁ ହୋଇଥାଏ ଉତ୍ତମ ପୁତ୍ର ସନ୍ତାନ ପ୍ରାପ୍ତି, ସାରା ଜୀବନ କଟିଥାଏ ସୁଖରେ

ପୂର୍ବ ଜନ୍ମରେ କରିଥିବା ପାପ ଓ ପୁଣ୍ୟର ଫଳ ଆମକୁ ଏହି ଜନ୍ମରେ ମିଳିଥାଏ । ମନୁଷ୍ୟ ଯେଉଁ ପରିବାର ଓ ଲାଳନ ପାଳନରେ ବଢେ ତାହା ମଧ୍ୟ ତାହାର ପୂର୍ବଜନ୍ମର କର୍ମାନୁସାରେ ହୋଇଥାଏ ।

ସମସ୍ତେ ଏକ ଚକ୍ର ମଧ୍ୟରେ ଜନ୍ମ ହୋଇଥାଉ ଓ ସେହି ପ୍ରକାର ମାତା ପିତାଙ୍କୁ ମଧ୍ୟ ତାଙ୍କ ପୂର୍ବ ଜନ୍ମାନୁସାରେ ସନ୍ତାନ ପ୍ରାପ୍ତି ହୋଇଥାଏ । ଅନେକ ସମୟରେ ମାତା ପିତା ନିଜ ପୁତ୍ରର ଉତ୍ତମ ଭାବେ ଲାଳନ ପାଳନ କରିବା ପରେ ମଧ୍ୟ ସେ କୁପଥରେ ଚାଲିଯାଏ ଓ ମାତା ପିତାଙ୍କ ପ୍ରତି ତା ଦାୟିତ୍ଵ ଠିକ ଭାବେ ତୁଲାଇ ନ ଥାଏ ।  ଏପରି ସ୍ଥିତିରେ ମାତା ପିତା ଭାବନ୍ତି କି ସେମାନଙ୍କ ଭୁଲ କେଉଁଠି ରହିଗଲା । ମାତ୍ର ଏହି ସବୁ ବିଧିର ବିଧାନ ହୋଇଥାଏ ।

ଆମର ପ୍ରମୁଖ ପୁରାଣ ମଧ୍ୟରୁ ଗରୁଡ ପୁରାଣରେ ଆମ୍ର ଜୀବନ ମୃ-ତ୍ୟୁ, ମୃ-ତ୍ୟୁ ପରର ଜୀବନ ଓ ପୁନର୍ଜନ୍ମ ଇତ୍ୟାଦି ବିଷୟରେ ବହୁତ କିଛି ଉଲ୍ଲେଖ ରହିଛି । ସେହି ଅନୁସାରେ ଆମ ପୂର୍ବ ଜନ୍ମ ଅନୁସାରେ ଆମ ସମ୍ପର୍କୀୟ ବା ପରିଚିତ ବ୍ୟକ୍ତିଙ୍କ ମଧ୍ୟରୁ କେହି ଜଣେ ଆମ ପୁତ୍ର ରୂପେ ଜନ୍ମ ହୋଇଥାଏ । ତଦନୁସାରେ ଯେକୌଣସି ମନୁଷ୍ୟର ଚାରି ପ୍ରକାରର ପୁତ୍ର ହୋଇଥାନ୍ତି।

୧- ଋଣି ପୁତ୍ର;-

ଅନେକ ସମୟରେ ମନୁଷ୍ୟ ଋଣ ନେଇଥାଏ, ମାତ୍ର ବଞ୍ଚିଥିବା ସମୟରେ ସେହି ଋଣ ପରିଶୋଧ କରି ପାରେ ନାହିଁ । ତା ମୃତ୍ୟୁ ପରେ କୌଣସି ପରିଜନ ଯଦି ସେହି ଋଣ ପରିଶୋଧ କରୁ ନାହାନ୍ତି ତେବେ ଋଣଦାତ୍ତା ଦେଇଥିବା ସମସ୍ତ ଧନ ବ୍ୟର୍ଥ ହୋଇଥାଏ । ସେହି ଧନରେ କରଜ ଦେଇଥିବା ବ୍ଯକ୍ତିର ମନ ଓ ଆତ୍ମା ମୃତ୍ୟୁ ପରେ ମଧ୍ୟ ସେଥିରେ ବାନ୍ଧି ହୋଇ ରହିଥାଏ । ସେଥିପାଇଁ ସେହି ବ୍ୟକ୍ତି ଆମ ପୁତ୍ର ରୂପେ ଆମ ଘରେ ଜନ୍ମ ହୋଇଥାଏ ଓ ତାର ଅନାବଶ୍ୟକ ଜିଦି ଓ ରୋଗରେ ଆମର ଧନ ଖର୍ଚ୍ଚ ହୋଇଥାଏ ।

୨- ଶତ୍ରୁ ପୁତ୍ର

ଅନେକ ସମୟରେ ଦେଖିବାକୁ ମିଳିଥାଏ ପୁତ୍ର ସମସ୍ତ ମାନ ସମ୍ମାନ ଭୁଲି ମାତା ପିତାଙ୍କୁ ଦୁର୍ବ୍ୟବହାର କରିଥାଏ ଓ ଅତ୍ୟନ୍ତ ଘୃଣା କରିଥାଏ। ସେମାନଙ୍କ ଆଦର କରିବା ତ ଦୂର ସେମାନଙ୍କୁ ସବୁବେଳେ ଗା-ଳି ଗୁ-ଲ-ଜ ଓ ମା-ର-ପି-ଟ କରିଥାଏ ଏବଂ ସେମାନଙ୍କୁ ସର୍ବଦା ଦୁଃଖ କଷ୍ଟ ଦେଇଥାଏ। ଏପରି ପୁତ୍ର ଆଉ କେହି ନୁହେଁ ବରଂ ଆମ ପୂର୍ବ ଜନ୍ମର ଶତ୍ରୁ ହିଁ ଅଟେ, ଯିଏ ପ୍ର-ତି-ଶୋ-ଧ ପୂରଣ କରିବାକୁ ଆସିଥାଏ ।

୩- ଉଦାସୀ ପୁତ୍ର

ଏହି ପୁତ୍ର ପିତାମାତାଙ୍କ ଠାରୁ ଦୂରେଇ ରୁହେ ଓ ସେମାନଙ୍କୁ ପରିତ୍ୟୟାଗ କରି ନିଜ ପରିବାର ସହ ଅଲଗା ରୁହେ । ପିତାମାତାଙ୍କ ସେବା କରେ ନାହିଁ ଓ ତା ମନରେ ସେମାନଙ୍କ ପ୍ରତି ବିରକ୍ତିଭାବ ଓ ଉଦାସୀନତା ରହିଥାଏ। ଏହିପରି ସ୍ଵଭାବ ମଧ୍ୟ ପୂର୍ବ ଜନ୍ମର କୌଣସି ବ୍ୟକ୍ତିଙ୍କ ଠାରୁ ତା ମାଧୟରେ ଆସିଥାଏ, ଯାହାକୁ ଆମେ ମଧ୍ୟ ସେହିପରି ଦୁର୍ବ୍ୟବହାର କରିଥାଉ।

୪- ସେବାକାରୀ ପୁତ୍ର

ଏହି ପ୍ରକାର ପୁତ୍ର ବହୁତ ଭାଗ୍ଯବାନ ପିତାମାତାଙ୍କୁ ପ୍ରାପ୍ତ ହୋଇଥାଏ। ଏହା ଆମର ପୂର୍ବଜନ୍ମର କୌଣସି ସତକର୍ମର ଫଳ ହିଁ ହୋଇଥାଏ । ଏପରି ବ୍ୟକ୍ତି ନିଶ୍ଚୟ ପୂର୍ବଜନ୍ମରେ ନିଜ ପିତାମାତା, ଗୋମାତା ବା ଅନ୍ୟ ଅଉନସି ବ୍ୟକ୍ତିଙ୍କ ସେବା ସୁସୃଷା ନିଶ୍ଚୟ କରିଥିବେ। ଯାହାର ଋଣ ପରିଶୋଧ କରିବା ପାଇଁ ସେ ପୁତ୍ର ରୂପେ ତାଙ୍କ କୋଳରେ ଜନ୍ମ ନେଇଥାନ୍ତି । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *