Vastu Tips- ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି 1 ଜିନିଷ ! ରାତାରାତି ହେଇଯିବେ ମାଲାମାଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତୁଳସୀ ଗଛ ଘର ପାଇଁ ଅତ୍ୟନ୍ତ ହିଁ ପବିତ୍ର ହୋଇଥାଏ । ତୁଳସୀ ଗଛ ଘରେ ଲଗାଇବା ଦ୍ଵାରା ଘରେ ସବୁବେଳେ ମଙ୍ଗଳ ହୋଇଥାଏ । ତୁଳସୀ ଗଛ କେବଳ ସାଧାରଣ ଗଛ ହୋଇନଥାଏ । ତୁଳସୀ ଗଛ ପୂଜା କରିବା ଦ୍ଵାରା ମା ବୃନ୍ଦାବତୀ ଆପଣଙ୍କ ଉପରେ ସନ୍ତୁଷ୍ଠ ହୋଇ ଆପଣଙ୍କ ଘର ଉପରେ କୃପାଦ୍ରୁଷ୍ଟି ପକାଇଥାନ୍ତି । ତୁଳସୀ ଗଛ ସବୁବେଳେ ହରାଭରା କରି ରଖିବା ଉଚିତ ହୋଇଥାଏ । କେବେ ମଧ୍ୟ ତୁଳସୀ ଗଛକୁ ଶୁଖିବା ପାଇଁ ଦିଅନ୍ତୁ ନାହିଁ ।

ଯଦି ତୁଳସୀ ଗଛ ମନକୁ ମନେ ଶୁଖିଯାଇଥାଏ । ତେବେ ଏହା ଘର ଉପରେ କୌଣସି ନକରାତ୍ମକ ଶକ୍ତିର ଆଭାସ ପଡିବାର ସଂକେତ ଦେଇଥାଏ । ତୁଳସୀ ଗଛର ଉପଯୁକ୍ତ ବିଧି ବିଧାନ ସହ ପୂଜା ଅର୍ଚନା କରିବା ଉଚିତ । ଯାହା ଦ୍ଵାରା ଆପଣଙ୍କୁ ଏହାର ଶୁଭଫଳ ପ୍ରାପ୍ତି ହୋଇପାରିବ । ତୁଳସୀ ଗଛ କେବେ ଫାଙ୍କା ରଖିବା ଉଚିତ ନୁହେଁ । ସର୍ବଦା ଓଢଣୀ ଘୋରାଇ ମା ବୃନ୍ଦାବତୀ ତଥା ତୁଳସୀ ଗଛକୁ ରଖିବା ଉଚିତ ।

ତୁଳସୀ ଗଛକୁ ପ୍ରାୟ ନାଲି ରଙ୍ଗର ଓଢଣା ଘୋଡାଇ ରଖିଥାନ୍ତି । ଆପଣ ନାଲି ରଙ୍ଗ ବଦଳରେ ଧଳା, ନୀଲ କିମ୍ବା ଚମକିଲା ରଙ୍ଗର ଓଢଣୀ ଚଢାଇବା ଉଚିତ । ଏହା ଦ୍ଵାରା ଘରେ ମା ଲକ୍ଷ୍ମୀଙ୍କ ଶୁଭ ନଜର ସେହି ଘର ଉପରେ  ପଡିଥାଏ । ଓଢଣା ଖରାପ ହେବା ପୂର୍ବରୁ ତାହାକୁ ବଦଳାଇ ଦେବା ଉଚିତ ।

ତୁଳସୀ ଗଛକୁ ଶାଳଗ୍ରାମ ସହିତ ବିବାହ କରିବା ଦ୍ଵାରା ଅନେକ ପୂଣ୍ୟଫଳ ପ୍ରାପ୍ତି ହୋଇଥାଏ । ତୁଳସୀ ଗଛ ଆଖ ପାଖରେ ଲୁଗାପଟା ଶୁଖାଇବା ଉଚିତ ନୁହେଁ । ଶୁଖିଯାଇଥିବା ତୁଳସୀ ପତ୍ରକୁ ଅଳିଆ ଗଦାରେ ନପକାଇ ତାହାକୁ ପାଣିରେ ବିସର୍ଜନ କରିଦେବା ଉଚିତ । ରବିବାର ଦିନ ତୁଳସୀ ଗଛର ପତ୍ର ଛିଡାଇବା ଉଚିତ ହୋଇନଥାଏ କି ସେହିଦିନ ମା ବୃନ୍ଦାବତୀଙ୍କୁ ପୂଜା କରାଯାଇନଥାଏ ।

କେଶ ମୁକୁଳା କରି କେବେ ମଧ୍ୟ ତୁଳସୀ ଗଛକୁ ପୂଜା ଅର୍ଚନା କରନ୍ତୁ ନାହିଁ । ଅଳିଆ ମାଟିରେ ତୁଳସୀ ଗଛକୁ ଲଗାଇବା ଉଚିତ ହୋଇନଥାଏ । ଘରେ ଶୁଖିଲା ତୁଳସୀ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଅକାଳ ମୃତ୍ୟୁ ହେବାର ସମ୍ଭାବନା ରହିଥାଏ । ଏହା ସହିତ ମା ଲକ୍ଷ୍ମୀ ମଧ୍ୟ ସେହି କାର୍ଯ୍ୟ ଉପରେ ମଧ୍ୟ ଅସନ୍ତୁଷ୍ଠ ହୋଇଥାନ୍ତି ।

ତୁଳସୀ ଗଛରେ ପାଣି ଦେବା ସମୟରେ ସେହି ପାଣି କେବେ ମଧ୍ୟ ଆପଣଙ୍କ ଗୋଡରେ ପଡିବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ଧନହାନୀ ହେବାର ସମ୍ଭାବନା ରହିଥାଏ । ନଖରେ ତୁଳସୀ ଗଛର ପତ୍ର ତୋଳିବା ବା ଛିଡାଇବା ଉଚିତ ନୁହେଁ । ନଚେତ ସେହି ଲୋକଙ୍କୁ ସ୍ଵାସ୍ଥ ଜନିତ ସମସ୍ଯା ଆସିଥାଏ । ଯଦି ଆପଣ ଏହାର ପାଳନ କରନ୍ତି । ତେବେ ଘରେ ସୁଖ ସମୃଦ୍ଧି ବଢିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *