ଗୁରୁବାର ଦିନ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି 1 ଜିନିଷ, ହେଇଯିବେ ମାଲାମାଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତୁଳସୀ ଗଛର ମହିମା ବିଷୟରେ ସମସ୍ତଙ୍କୁ ଅଳ୍ପ ବହୁତ ଜଣା ଅଛି । ତୁଳସୀ ଥିବା ଘରେ ତ୍ରିଦେବଙ୍କର ବାସ ହୋଇଥାଏ । ତୁଳସୀ ଗଛକୁ ଘରେ ଲଗାଇ ତାହାର ଉପଯୁକ୍ତ ଭାବେ ଯତ୍ନ କରିବା ଦ୍ଵାରା ଅନେକ ପାପ କ୍ଷୟ ହୋଇଯାଇଥାଏ । ତୁଳସୀ ଗଛ ଲାଗିଥିବା ଘରେ ଭୁଲ୍ ରେ ମଧ୍ୟ ନକରାତ୍ମକ ଶକ୍ତିର ପ୍ରବେଶ ହୋଇପାରିନଥାଏ । ଭଗବାନ ନାରାୟଣଙ୍କର ପୂଜା ପାଠ କାର୍ଯ୍ୟ କରିବା ସମୟରେ ତୁଳସୀ ପତ୍ର ରହିବା ନିତାନ୍ତି ଆବଶ୍ୟକ ହୋଇଥାଏ ।

ତୁଳସୀ ଗଛକୁ ସର୍ବଦା ଓଢଣା ଚଢାଇ ରଖିବା ଉଚିତ । ପ୍ରାୟତଃ ଲୋକ ମାନେ ନାଲି ରଙ୍ଗର ଓଢଣୀ ବୃନ୍ଦାବତୀଙ୍କୁ ପିନ୍ଧାଇଥାନ୍ତି କିନ୍ତୁ ନାଲି ରଙ୍ଗରେ ଓଢଣୀ ବଦଳରେ ଧଳାଓକିମ୍ବା ନୀଳ ରଙ୍ଗର ଓଢଣା ଚଢାଇବା ଉଚିତ । ମା ବୃନ୍ଦାବତୀଙ୍କୁ ସର୍ବଦା ପରିଷ୍କାର ଓଢଣୀ ଦ୍ଵାରା ଆବୃତ୍ତ କରି ରଖିବା ଉଚିତ ହୋଇଥାଏ । ଏହା ଦ୍ଵାରା ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହୋଇଥାଏ ।

ତୁଳସୀ ମା’ ଙ୍କର ବିବାହ କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ତୁଳସୀ ଗଛ ସହିତ ଶାଳଗ୍ରାମ ସହିତ ବିବାହ କରିବା ଉଚିତ । ଏହା କରିବା ଦ୍ଵାରା ଘରେ ଦୁଃଖ କ୍ଲେଶ ଓ ଦରିଦ୍ରତା ଦୂର ହୋଇଥାଏ । ତୁଳସୀ ଗଛ ଲଗାଇଥିବା ସ୍ଥାନରେ କର୍କଶ ବାଣୀରେ କାହା ସହିତ ଖରାପ ଶବ୍ଦ ବ୍ୟବହାର କରିବା ଉଚିତ ହୋଇନଥାଏ ।

ତେଣୁ ସର୍ବଦା ଏଥିପ୍ରତି ଯତ୍ନଶୀଳ ହୋଇବା ଉଚିତ । ତୁଳସୀ ଗଛ ପାଖରେ ଝାଡୁ, ଜୋତା ଓ ଚପଲ ଆଦି ଏହି ପରି ଜିନିଷ ରଖିବା ଉଚିତ ହୋଇନଥାଏ । ତୁଳସୀ ଗଛ ପାଖରେ ଦୀପ ଜଳାଇ ସାରିବା ପରେ ସେଠୁ ଦୀପକୁ ହଟାଇବା ଉଚିତ । କାରଣ ତୁଳସୀ ଗଛ ପାଖରେ ସରିଯାଇଥିବା ଦୀପ ରଖିବା ଅଶୁଭ କୁହାଯିଥାଏ । ତୁଳସୀ ରଖିଥିବା କୁଣ୍ଡରେ କୌଣସି ଅନ୍ୟ ବୃକ୍ଷ ଲଗାନ୍ତୁ ନାହିଁ ।

ତୁଳସୀ ଗଛ ପାଖରେ କପଡା ଧୋଇ ସୁଖେଇବା ଉଚିତ ନୁହେଁ । ଶୁଖିଯାଇଥିବା ତୁଳସୀ ପତ୍ରକୁ ଡଷ୍ଟବିନ୍ ରେ ନପକାଇ ପାଣିରେ ପକାଇ ଦେବା ଶୁଭ ହୋଇଥାଏ । ତୁଳସୀ ଗଛରେ ପାଣି ଦେଇ ପୂଜା କରିବା ସମୟରେ ମହିଳା ମାନେ କେଶ ଖୋଲି ପୂଜା କରିବା ଉଚିତ ନୁହେଁ । ସର୍ବଦା ବିବାହିତ ମହିଳା ମଥାରେ ସିନ୍ଦୁର ପିନ୍ଧି କେଶକୁ ବାନ୍ଧି ପୂଜା କରିବା ଠିକ ହୋଇଥାଏ ।

ଅପରିଷ୍କାର ମାଟିରେ କେବେ ମଧ୍ୟ ତୁଳସୀ ଗଛ ଲଗାନ୍ତୁ ନାହିଁ । ଏପରି କରିବା ଦ୍ଵାରା ମା ବୃନ୍ଦାବତୀ ଅସନ୍ତୁଷ୍ଟ ହୋଇଥାନ୍ତି । ଘରେ ଶୁଖି ଯାଇଥିବା ତୁଳସୀ ଗଛ ଲଗାଇବା ଦ୍ଵାରା ଘରେ ମା ଲକ୍ଷ୍ମୀ ବାସ କରିନଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *