ଯେତେ ଶୀଘ୍ର ପାରୁଛନ୍ତି ତୁଳସୀ ଗଛ ପାଖରୁ ବାହାର କରି ଦିଅନ୍ତୁ ଏହି ଗଛ ! ନହେଲେ ଶୀଘ୍ର ଆସିଥାଏ ମୃତ୍ୟୁ, ହୋଇଯିବେ ବରବାଦ

ନମସ୍କାର ବନ୍ଧୁଗଣ , ପ୍ରାଚୀନ କାଳ ରୁ ଆମେ ତୁଳସୀ  ଗଛ କୁ ପୂଜା କରି ଆସୁଛି । ତୁଳସୀ ଗଛ ଏହି ସମଗ୍ର ବିଶ୍ଵର ପବିତ୍ର ଗଛ । ଏହି ଗଛ ର ପତ୍ର କୁ ଛୁଇବା ଦ୍ଵାରା ମଣିଷ ର ସମସ୍ତ ପାପ ଦୂରୀକୃତ ହୋଇଥାଏ । ଏହି ଗଛ ରେ ମା ‘ ବୃନ୍ଦାବତୀ ଓ ଭଗବାନ ଶ୍ରୀ ହରି ବିଷ୍ଣୁଙ୍କ ଆର୍ଶୀବାଦ ରହିଥାଏ । ଏହା ବ୍ୟତୀତ ତୁଳସୀ ଗଛକୁ ଘର ର ଆଗରେ ରଖିବା ଦ୍ଵାରା କୋଣସି ପ୍ରକାରର ନାକାରାତ୍ମକ ଶକ୍ତି ଘର ଭିତର କୁ ପ୍ରବେଶ କରିପାରିନଥାଏ ।

ଆମ ହିନ୍ଦୁ ପରମ୍ପରା ଅନୁସାରେ ପ୍ରତ୍ୟେକ ଲୋକମାନଙ୍କ ଘରେ ତୁଳସୀ ଗଛ କୁ ସ୍ଥାପନ କରାଯାଇ ଥାଏ ଏବଂ ଭଗବାନ ଶ୍ରୀ କୃଷ୍ଣ କୁ ତୁଳସୀ ପତ୍ର ବିନା ଭୋଗ ଅର୍ପଣ କରାଯାଏ ନାହିଁ । ଆମ ଆୟୁର୍ବେଦ ରେ ତୁଳସୀ ଗଛ ର ବିଶେଷ  ମହତ୍ଵ  ରହିଛି । ତୁଳସୀ ପତ୍ର କୁ ବ୍ଯବହାର କରି ଔଷଧ ପ୍ରସ୍ତୁତି କରାଯାଏ । କାରଣ ତୁଳସୀ ଗଛ ସର୍ବ ରୋଗ ରୁ ମୁକ୍ତି ପ୍ରଦାନ କରିଥାଏ । ଯେଉଁ ଘରେ ମା ‘ ତୁଳସୀ ପୂଜା ପାଇଥାନ୍ତି ।

ସେହି ଘର କୁ କେବେ ବି ଦରିଦ୍ରତା ଆସିନଥାଏ । ତୁଳସୀ ଗଛରେ ତେତିଶ କୋଟି ଦେବତାମାନଙ୍କ ନିବାସ ରହିଥାଏ । ଆମ ଶାସ୍ତ୍ର ଅନୁସାରେ ତୁଳସୀ ଗଛରେ ମା ‘ ଲକ୍ଷ୍ମୀ ରହିଥାନ୍ତି । ମାତ୍ର ଆପଣ ଜାଣିଛନ୍ତି କି ମାତା ତୁଳସୀ ଯାହା ଉପରେ କ୍ରୋଧିତ ହୋଇଥାନ୍ତି ତାଙ୍କ ର ବିନାଶ କରିଥାନ୍ତି । ତେଣୁ ଆପଣ ଭୁଲରେ ବି ଏହି ପାଞ୍ଚ ଟି ଜିନିଷ କୁ ମା ‘ ତୁଳସୀଙ୍କ ପାଖ ରେ ରଖିବେ ନାହିଁ ।

୧- ଯେଉଁ ଘରେ ତୁଳସୀ ଗଛ ପାଖରେ ଧୋଇଥିବା କପଡା ଶୁଖାଯାଇଥାଏ  ସେହି ଘରେ ସାକାରାତ୍ମକ ଶକ୍ତି ର ପ୍ରଭାବ କମିଯାଇଥାଏ । ଏହା ଦ୍ଵାରା ମା ‘ ତୁଳସୀ କ୍ରୋଧିତ ହୋଇଯାଇଥାନ୍ତି ଓ ଏଥି ଦ୍ଵାରା ଘର କୁ ଦରିଦ୍ରତା ଆସିଥାଏ ।  ତେଣୁ ଆପଣ ଅଧା କପଡା କୁ କେବେ ବି ଶୁଖାଇବେ ନାହିଁ ।  ୨- ତୁଳସୀ ଗଛ ଥିବା ସ୍ଥାନ କୁ ସର୍ବଦା ସଫା ସୁତୁରା ରଖିବା ଉଚିତ୍ । କରାଣ ମା ‘ ତୁଳସୀ କୁ ସର୍ବଦା ସଫା ରଖିବା ପସନ୍ଦ ହୋଇଥାଏ ।

୩- ତୁଳସୀ ଗଛ ପାଖରେ ଭଗବାନ ଗଣେଶଙ୍କ ମୂର୍ତ୍ତି କୁ କେବେ ବି ରଖିବେ ନାହିଁ । ଏହା ଦ୍ଵାରା ଆପଣଙ୍କ ଘରେ କଳି ଝଗଡା ଦେଖାଯାଇଥାଏ । ୪- ଭୁଲରେ ବି ତୁଳସୀ ଗଛ ପାଖରେ ଜୋତା , ଚପଲ ରଖନ୍ତୁ ନାହିଁ ନଚେତ୍ ମା ‘ ଲକ୍ଷ୍ମୀ ଆପଣଙ୍କ ଘର କୁ ଛାଡି ପଳେଇଯାଇଥାନ୍ତି । ୫- ତୁଳସୀ ଗଛ ପାଖରେ ଭଗବାନ ଶିବଙ୍କ  ଶିବଲୀଙ୍ଗ କୁ ଭୁରେ ରଖିବା ଦ୍ଵାରା ଆପଣଙ୍କ ଘରେ ଘୋର ଅନର୍ଥ ହେଇଯିବ ।

ଏହି ବିଷୟ ଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *