ତୁଳସୀ ଗଛ ପାଖରେ ଭୁଲରେ ବି ରଖନ୍ତୁ ନାହିଁ ଏହି 1 ଜିନିଷ, ହେଇଯିବେ କାଙ୍ଗାଳ, ତୁଳସୀ ପୂଜା ସମୟରେ କରନ୍ତୁ ନାହିଁ ଏମିତି ଭୁଲ

ବନ୍ଧୁଗଣ, ତୁଳସୀ ଗଛ ଏକ ବହୁତ ପୂଜନୀୟ ତଥା ସନ୍ନମାନିୟ ଗଛ ଅଟେ । ଏହାକୁ ମାତା ଲକ୍ଷ୍ମୀ ଙ୍କ ସ୍ଵୋରୂପ ମାନାଯାଇଥାଏ । ହିନ୍ଦୁ ଧର୍ମ ରେ ତୁଳସୀ ଗଛର ବହୁତ ଅଧିକ ମହତ୍ଵ ସମ୍ବନ୍ଧରେ କୁହାଯାଇଅଛି । ତୁଳସୀ ଗଛ ର ପୂଜାରେ ଆମ୍ଭ ଘରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ । ଭଗବାନ ବିଷ୍ଣୁ ଙ୍କୁ ଭୋଗ ଲଗାଇବା ସମୟରେ ଛପନ ଭୋଗ ଅର୍ପଣ କରନ୍ତୁ ମାତ୍ର ଯଦି ସେଥିରେ ତୁଳସୀ ପତ୍ର ନଥିବ ତେବେ ସେହି ଭୋଗ କୁ ଭଗବାନ ଗ୍ରହଣ କରନ୍ତି ନାହିଁ ।

ତୁଳସୀ ଗଛ ଆମ୍ଭ ଘରେ ରଖିଲା ସମୟରେ ଆମ୍ଭକୁ କିଛି ବିଶେଷ କଥା ର ଧ୍ୟାନ ରଖିବା ଆବଶ୍ୟକ । ଯଦି ଆପଣଙ୍କ ଘରେ ତୁଳସୀ ଗଛ ଶୁଖିଯାଇଥାଏ ତେବେ ଏହା ଦର୍ଶାଇଥାଏ ଯେ ଆପଣଙ୍କ ନିକଟକୁ କୌଣସି ସମସ୍ୟା ଆସିବାକୁ ଯାଉଅଛି । ଏହା ସହିତ ଆମ୍ଭ ଘରେ କୌଣସି ପ୍ରକାରର ଅସୁବିଧା ଆସିବାକୁ ଯାଉଅଛି ବୋଲି ଏହା ସୂଚନା ଦେଇଥାଏ । ଆସନ୍ତୁ ବର୍ତ୍ତମାନ ଜାଣିବା ଯେ ତୁଳସୀ ଗଛ ମୂଳରେ କେଉଁ ଜିନିଷ କୁ ଆଦୌ ରଖିବା କଥା ନୁହେଁ ।

୧- ତୁଳସୀ ଗଛ ଯଦି ଆପଣଙ୍କ ଘରେ ଅଛି ତେବେ ଆପଣ ଧ୍ୟାନ ରଖନ୍ତୁ ଯେ ତୁଳସୀ ଗଛର ଆଖପାଖ ସଫା ସୁତରା ରହିବ । ସେଠାରେ କୌଣସି ପ୍ରକାରର ଅଳିଆ ଆବର୍ଜନା ଯେପରି ନରହିଥିବ । ଯଦି ଆପଣଙ୍କ ଘରେ ଥିବା ତୁଳସୀ ଗଛ ସୁଖୀ ଯାଉଅଛି, ଅଥବା ଶୁଭ ପ୍ରଭାବ ଦେଉ ନାହିଁ ତେବେ ଏହାର କାରଣ ସେଠାରେ ଉପସ୍ଥିତ ଥିବା ଅଶୁଦ୍ଧତା ହୋଇପାରେ ।

୨- ଅଧିକାଂଶ ସମୟରେ ଆମ୍ଭେ ତୁଳସୀ ଗଛ ମୂଳରେ ଅନ୍ୟ ଗଛ ମାନ ମଧ୍ୟ ଲଗାଇଥାଉ । ବଗିଚା ରେ ହିଁ ତୁଳସୀ ରଖିଥାଉ ଯେଉଁଠାରେ ଅନ୍ୟ ଗଛ ମାନ ଲଗାଇଥାଉ । ମାତ୍ର ଆପଣ ଏହି କଥାର ଧ୍ୟାନ ରଖନ୍ତୁ ଯେ ଆପଣ ଯେଉଁଠାରେ ତୁଳସୀ ଗଛ ଲଗାଇଛନ୍ତି ସେଠାରେ କୌଣସି ପ୍ରକାରର କଣ୍ଟା ଜାତୀୟ ଗଛ ଯେପରି ନ ରହୁ ।

୩- ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଘରେ ସୁଖ ସମୃଦ୍ଧି ରହୁ ତେବେ ଆପଣ ଜଳରେ ଅଳ୍ପ କଞ୍ଚା କ୍ଷୀର ମିଶାଇ ଯଦି ଆପଣ ତୁଳସୀ ଙ୍କୁ ଅର୍ପଣ କରୁଛନ୍ତି ତେବେ ଏହା ବହୁତ ଶୁଭ ରହିବ । ଆପଣଙ୍କ ଘରେ ଧନର ମଧ୍ୟ ଆଗମନ ହେବ ।

୪- କେତେକ ଲୋକେ ସନ୍ଧ୍ୟା ସମୟରେ ମଧ୍ୟ ତୁଳସୀ ଗଛରେ ଜଳ ଦେଇଥାନ୍ତି, କିନ୍ତୁ ଏପରି କରିବା ଆଦୌ ଉଚିତ ନୁହେଁ । ସୂର୍ଯ୍ୟାସ୍ଥ ପରେ କେବେ ମଧ୍ୟ ତୁଳସୀ ଗଛ ମୂଳରେ ଜଳ ଦେବା କଥା ନୁହେଁ । ତୁଳସୀ ଗଛ ପାଖରେ ଦୀପ ପ୍ରଜ୍ଵଳିତ କରନ୍ତୁ । କିନ୍ତୁ ଆପଣ ସକାଳ ସମୟରେ ଜଳ ଦିଅନ୍ତୁ ।

୫- ଆପଣ ସ୍ନାନ ସାରି ଖୋଲା କେଶରେ କେବେ ମଧ୍ୟ ପୂଜା କରନ୍ତୁ ନାହିଁ । ଖୋଲା କେଶ ଅଥବା ଓଦା କେଶରେ ତୁଳସୀ ଗଛ ପୂଜା କରିବା ଅଥବା କୌଣସି ଦେବା ଦେବୀ ଙ୍କୁ ପୂଜା କରିବା ଅଶୁଭ ଅଟେ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *