Vastu Shastra- ତୁଳସୀ ଗଛ ପାଖରେ ରଖି ଦିଅନ୍ତୁ ଏହି ଜିନିଷ ଘରେ ହେବ ଧନର ବର୍ଷା, ହୋଇଥାଏ ଅତ୍ୟନ୍ତ ଶୁଭ !

ବନ୍ଧୁଗଣ, ତୁଳସୀ ର ଚମତ୍କାରିତା ସମ୍ବନ୍ଧରେ ଆମ୍ଭେ ସମସ୍ତେ ଜାଣିଛନ୍ତି । ତୁଳସୀ ବହୁତ ଚମତ୍କାରିତା ଗଛ ଅଟେ । ଆମ୍ଭେ ଏହାର ପୂଜାର୍ଚ୍ଚନା କରିଥାଉ । ଏହାଦ୍ଵାରା ଆମ୍ଭ ଜୀବନରେ ଶୁଭଫଳ ପ୍ରାପ୍ତ ହୋଇଥାଏ । ଶ୍ରୀ ହଋ ବିଷ୍ଣୁ ତଥା ମାତା ଲକ୍ଷ୍ମୀ ଙ୍କ କୃପା ମଧ୍ୟ ମିଳିଥାଏ । ଯଦି ଆମ୍ଭେ ସଠିକ ବିଧି ବିଧାନ ସହିତ ପୂଜା କରିବା ତେବେ ଆମ୍ଭର ମନୋଷ୍କାମନା ନିଶ୍ଚିତ ଭାବରେ ପୂରଣ ହୋଇଥାଏ । ପ୍ରତ୍ୟକ ଘରେ ତୁଳସୀ ର ପୂଜା କରାଯାଇଥାଏ ।

ସନ୍ଧ୍ୟା ସମୟରେ ଆପଣ ଯେତେବେଳେ ତୁଳସୀ ଙ୍କ ପାଖରେ ଦୀପ ଜଳାଇଥାନ୍ତି ତେବେ ଏହି କଥାର ନିଶ୍ଚିତ ଭାବରେ ଧ୍ୟାନ ରଖନ୍ତୁ ଯେ ଦୀପ ତଳେ ଆପଣ କିଛି ଚାଉଳ ଥୋଇ ଦୀପ ରଖନ୍ତୁ । ଏପରି ମଧ୍ୟ କୁହାଯାଇଥାଏ ଯେ ଆମ୍ଭେ ଯେତେବେଳେ ତୁଳସୀ ଙ୍କ ପାଖରେ ଦୀପ ଜଳାଇଥାଉ ଯଦି କେବଳ ଖାଲି ଦୀପ ଜଳାଇ ଥାଉ ତେବେ ଘରେ ଦରିଦ୍ରତାର ଆଗମନ ହୋଇଥାଏ । ତେବେ ଆପଣ ଭୁଲ ରେ ମଧ୍ୟ ଏହା କରନ୍ତୁ ନହିଁ । ଆପଣ ସର୍ବ ପ୍ରଥମେ ସକାଳେ ସ୍ନାନ ସାରି ତୁଳସୀ ଙ୍କ ପୂଜା କରନ୍ତୁ । କାରଣ ଏହାକୁ ଶ୍ରେଷ୍ଠ ବୋଲି ମାନାଯାଇଥାଏ ।

ଏହା ଦ୍ଵାରା ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଥାଏ ଏବଂ ସବୁବେଳେ ଆପଣଙ୍କ ଭଣ୍ଡାର ପରିପୂର୍ଣ୍ଣ ହୋଇ ରହିଥାଏ । ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାଦ୍ଵାରା ଆପଣଙ୍କ ଘରେ ଧନର ବୃଦ୍ଧି ହୋଇଥାଏ । ଗୁରୁବାର ଦିନ ସ୍ନାନ ସାରିବା ପରେ ଆପଣଙ୍କୁ ଏହି ଉପାୟ କରିବାର ଅଛି । ଗୁରୁବାର ଦିନ ଆପଣ ହଳଦୀଆ ବସ୍ତ୍ର ପିନ୍ଧନ୍ତୁ ଏହାପରେ ହଳଦୀ ର ଟୀକା ନିଜ ମଥାରେ ଲଗାନ୍ତୁ ।

ଏହାପରେ ଆପଣ ଯେ କୌଣସି ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ । ଯଦି ଆପଣଙ୍କ ଘରେ ୧ ରୁ ଅଧିକ ତୁଳସୀ ଗଛ ରହିଅଛି ତେବେ ଆପଣ ସେହି ଗଛର ଚେର କୁ ନିଅନ୍ତୁ । ଏବଂ ଆପଣ ଯେଉଁଠାରେ ଧନ ରଖୁଛନ୍ତି ସେଠାରେ ରଖି ଦିଅନ୍ତୁ । ମାତ୍ର ଆପଣ ପ୍ରଥମେ ଏହି ଚେର କୁ ଭଲ ଭାବରେ ସଫା କରି ଗଙ୍ଗା ପାଣିରେ ଧୋଇ ଧୂପ ଦୀପ ଦେଇ ପୂଜା କରନ୍ତୁ । ଏହାପରେ ଆପଣ ଏହି ଚେର କୁ ଯେଉଁଠାରେ ଧନ ରଖୁଛନ୍ତି ସେଠାରେ ସ୍ଥାପିତ କରନ୍ତୁ ।

ମାତ୍ର ଚେର ସ୍ଥାପନ କରିବା ସମୟରେ ଆପଣଙ୍କୁ ନିଜ ମନରେ ଏହି ବିଶ୍ଵାସ ରଖିବା ଆବଶ୍ୟକ ଯେ ଆପଣ ମାତା ଲକ୍ଷ୍ମୀ ଙ୍କୁ ସ୍ଥାପନ କରୁଛନ୍ତି । ତେବେ ଶୀଘ୍ର ଆପଣଙ୍କ ଘରେ ଧନର ଆଗମନ ହେବ । ଏହା ସହିତ କୌଣସି ନକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିବ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *