ନମସ୍କାର ବନ୍ଧୁଗଣ । ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ତୁଳସୀ ଗଛର ଅନେକ ମହତ୍ଵ ରହିଅଛି । ଶସ୍ତ୍ର ଅନୁସାରେ ତୁଳସୀ ଗଛ ମୂଳରେ ବ୍ରମ୍ହା ବିଷ୍ଣୁ ଓ ମହାଦେବ ଙ୍କ ସହ ତେତିଶ କୋଟି ଦେବୀ ଦେବତା ବାସ କରିଥାନ୍ତି । ଯେଉ ଘର ଅଗଣା ରେ ତୁଳସୀ ଚଉଁରା ଥାଏ, ଯେଉଁ ଘରେ ପ୍ରତିଦିନ ତୁଳସୀ ଗଛର ସେବା ପୂଜା ହୋଇଥାଏ, ସେହି ଘରେ ସବୁବେଳେ ମାତା ଲକ୍ଷ୍ମୀ ଓ ଭଗବାନ ନାରାୟଣ ବାସ କରିଥାନ୍ତି । ଏହା ଛଡା ସେହି ଘରେ ତୁଳସୀ ଗଛ ଥିବା କାରଣରୁ ଘରର ନକରାତ୍ମକ ଶକ୍ତି ମଧ୍ୟ ଦୂର ହୋଇ ଯାଇଥାଏ ।
ଏହାଛଡା ତୁଳସୀ ର ଏତେ ପ୍ରକାରର ଚମତ୍କାରୀ ଗୁଣ ରହିଛି କି କେବଳ ଶାସ୍ତ୍ର ହିଁ ନୁହେଁ ଅପିତୁ ବିଜ୍ଞାନ ମଧ୍ୟ ଏହାର ଔଷଧୀୟ ଗୁଣ କୁ ସ୍ଵୀକାର କରିଛି । ଅନେକ ରୋଗରୁ ମୁକ୍ତି ପାଇଁ ମଧ୍ୟ ତୁଳସୀ କୁ ଔଷଧ ରୂପେ ବ୍ୟବହାର କରାଯାଇଥାଏ । ଏହାଛଡା ବନ୍ଧୁଗଣ ତୁଳସୀ ଗଛ କୁ ନେଇ କିଛି ଉପାୟ କରିବା ଦ୍ଵାରା ଘରେ ଦେଖା ଯାଉଥିବା ସମସ୍ତ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇ ଯାଇଥାଏ ।
ବନ୍ଧୁଗଣ ସକାଳେ ଉଠି ସ୍ନାନ କରି ତୁଳସୀ ଗଛର ପୂଜା କରି ସ୍ଵଚ୍ଛ ଜଳରେ ତୁଳସୀ ପାତ୍ର କିଛି ପକାଇ ଏହାକୁ ଘରର ଚାରିଆଡେ ପକାଇବା ଦ୍ଵାରା ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ର ନାସ ହୋଇଥାଏ । ପ୍ରତିଦିନ ଯଦି ଆପଣ ତୁଆଳସୀ ପତ୍ରରେ କିଛି ଚନ୍ଦନ ଲଗାଇ ଭଗବାନ ବିଷ୍ଣୁ ବା କୃଷ୍ଣ ଙ୍କୁ ଚଢନ୍ତି ତେବେ ଏହା ଦ୍ଵାର ଭଗବାନ ଖୁବ ପ୍ରସନ୍ନ ହୋଇଥାନ୍ତି ।
ଗୁରୁବାର ଦିନ ସ୍ନାନ କରି କୌଣସି ସୁଖୀ ଯାଇଥିବା ବା ନାରାୟଣ ପାଇ ଯାଇଥିବା ତୁଳସୀ ଗଛର ଚେର କୁ ଆଣି ଶ୍ରଦହର ସହ ନିଜ ମନ୍ଦିର ରେ ଏହାକୁ ପୂଜା କରି ଏକ ହଳଦିଆ କପଡା ରେ ଗୋଡାଇ ଧନ ରଖୁଥିବା ସ୍ଥାନରେ ଏହାକୁ ରଖିବା ଦ୍ଵାରା ଘରେ ଧନ ର ବୃଦ୍ଧି ହୋଇଥାଏ । ଓ ମତ ଲକ୍ଷ୍ମୀ ଖୁବ ପ୍ରସନ୍ନ ମଧ୍ୟ ହୋଇଥାନ୍ତି ।
ବନ୍ଧୁଗଣ ତୁଳସୀ ଗଛ ମୂଳରେ ପ୍ରତିଦିନ ଦୀପ ପ୍ରଜ୍ଵଳିତ କରିବା ଦ୍ଵାରା ଜୀବନରେ ଥିବା ସମସ୍ତ ଗ୍ରହ ରିଷ୍ଟ ଖଣ୍ଡନ ହୋଇଯାଇଥାଏ । ଜୀବନରେ ସବୁ କ୍ଷେତ୍ରରେ ସଫଳତା ମଧ୍ୟ ପ୍ରାପ୍ତ ହୋଇଥାଏ । ଆଜିର ଅନ୍ୟ ଏକ ଉପାୟ ଟି ହେଉଛି ଯଦି ଆପଣ ଙ୍କ ତୁଳସୀ ଗଛ ମୂଳରେ ଅନ୍ୟ କୌଣସି ଗଛ ଉଠିଛି, ନଚେତ ଯଦି ତୁଳସୀ ଗଛ ମଧ୍ୟ ଉଠିଥାଏ, ତେବେ ସେହି ଗଛ କୁ ଗୁରୁବାର ଦିନ ସ୍ନାନ କରି ସ୍ଵଚ୍ଛ ବସ୍ତ୍ର ପିନ୍ଧି ତୁଲସୀ ଗଛ କୁ ପୂଜା କରି ନେଇ ଆସିବା ଉଚିତ ।
ଏହା ପରେ ସେହି ଗଛ କୁ ଠାକୁର ଙ୍କ ଘରେ ନେଇ ତାହାକୁ ଗଙ୍ଗା ଜଳରେ ଧୋଇ ପୂଜା ଆଦି କରି ଲକ୍ଷ୍ମୀ ସାମାନ ଭାବି ତାହାକୁ ଏକ ନୂତନ ହଳଦିଆ କପଡା ରେ ଗୋଡାଇ ଧନ ରଖିବା ସ୍ଥାନରେ ରଖିବା ଦ୍ଵାରା ଘର କୁ ଧନ ଆକର୍ଷିତ ହୋଇ ଆସିଥାଏ ।
ବନ୍ଧୁଗଣ ଏହାସହ ପ୍ରତିଦିନ ତୁଳସୀ ଗଛ ମୂଳରେ ଏକ ଶୁଦ୍ଧ ଘିଅ ର ଦୀପ କିଛି ଅରୁଆ ଚାଉଳ ଉପରେ ରଖି ବସାନ୍ତୁ । ଏହା ଦ୍ଵାରା ଆପଣ ଙ୍କ ଘର ସୁଖ ସାନି ଓ ସମୃଦ୍ଧି ରେ ଭରିଯିବ । ତେବେ ଅବନ୍ଧୁଗନ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ