Vastu Tips- ତୁଳସୀ ଗଛ ପାଖରେ ଲଗାନ୍ତୁ ଏହି 1 ଗଛ, ଦୂର ହୋଇଥାଏ ଦୁଃଖ ଦରିଦ୍ରତା, ଘରକୁ ଆସନ୍ତି ମା’ ଲକ୍ଷ୍ମୀ

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ପବିତ୍ର ମାନା ଯାଇଥାଏ । ତେଣୁ ପ୍ରତେକ ହିନ୍ଦୁ ଘରେ ତୁଳସୀ ଗଛା ଲଗାଯାଇଥାଏ । ଭଗବାନ ଶ୍ରୀ କୃଷ୍ଣ କହିଥାନ୍ତି ଯେଉଁ ସ୍ଥାନରେ ତୁଳସୀ ଗଛ ରହିଥାଏ ସେଠାରେ ଖରାପ ଶକ୍ତି ନିବେଶ କରନ୍ତି ନାହି । ଯେଉଁ ଘରର ତୁଳସୀ ଗଛରେ ପାଣି ଅର୍ପଣ କରନ୍ତି ତାଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ହିନ୍ଦୁ ଧର୍ମରେ ତୁଳସୀ ଗଛର ଯେତିକି ମହତ୍ଵ କୁହାଯାଇଛି ଅନ୍ୟ କୌଣସି ଗଛର କୁହାଯାଇ ନାହି ।

ଆଧ୍ୟାତ୍ମିକ ଦ୍ରୁଷ୍ଟିଋ ତୁଳସୀ ଗଛ ମହତ୍ଵପୂର୍ଣ୍ଣ ହେବା ସହ ବୈଜ୍ଞାନିକ ଦ୍ରୁଷ୍ଟିରୁ ଔଷଧୀୟ ଗୁଣରେ ଭରି ରହିଥାଏ । ଆଜି ଆମେ ଆପଣଙ୍କୁ ତୁଳସୀ ଗଛ ପାଖରେ ଏମିତି କେଉଁ ଗଛ ଲଗାଇଲେ ଦାରିଦ୍ରତା ଦୂର ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ତୁଳସୀ ଗଛ ଲଗାଇବା ପାଇଁ ଉତ୍ତର ଓ ଉତ୍ତର-ପୂର୍ବ ଦିଗ ଶୁଭ ହୋଇଥାଏ । ଏହି ଦିଗ ଜଳର ଦିଶା ହୋଇଥାଏ । ଏହି ଦିଗରେ ତୁଳସୀ ଗଛ ଲଗାଇଲେ ହରାଭରା ରହିଥାଏ ।

୨- ତୁଳସୀ ଗଛ ଲଗାଇବା ପରେ ତୁରନ୍ତ ଏହାର ପୂଜା କରିବା ଉଚିତ ଓ କେୟାର ନେବା ଉଚିତ । ଯଦି ଘରେ ତୁଳସୀ ଗଛ ଶୁଖିଯାଏ ତେବେ ଦୁର୍ଭାଗ୍ୟ ଆସିଥାଏ । ୩- ତୁଳସୀ ଗଛକୁ କେବେ ଦକ୍ଷିଣ-ପୂର୍ବ ଦିଗରେ ଲଗାଇବା ଉଚିତ ନୁହେଁ । ଏହି ଦିଶା ଅଗ୍ନି କୋଣ ହୋଇଥାଏ । ଏହି ଦିଗରେ ତୁଳସୀ ଗଛ ଲଗାଇଲେ ତୁଳସୀ ଗଛ ଶୁଖିବାର ସମ୍ଭାବନା ରହିଥାଏ ।

୪- ବାସ୍ତୁ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ସିଧା ମାଟିରେ ଲଗାଇବା ଅନୁଚିତ । ଏହି ଗଛକୁ ଏକ ପାତ୍ରରେ ଲଗାଇବା ଉଚିତ ଯାହା ଦ୍ଵାରା ତାର ଠିକ ଭାବେ କେୟାର ନିଆଯାଇ ପାରିବ ।

୫- ଘରେ ସୁଖ ସମୃଦ୍ଧି ପାଇଁ ପ୍ରତିଦିନ ତୁଳସୀ ପୂଜା କରାଯାଏ । ତୁଳସୀ ଗଛକୁ ଜଳ ଅର୍ପଣ କରାଯାଏ । ଘରେ ତୁଳସୀ ଗଛ ଲଗାଇଥିଲେ ସକାଳୁ ଜଳ ଦେବା ସହ ସନ୍ଧ୍ୟାରେ ଦୀପ ଲଗାଇବା ଉଚିତ ।

୬- ବାସ୍ତୁ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ପାଖରେ ସର୍ବଦା ସଫା ସୁତୁରା ରଖିବା ଉଚିତ । ଜୋତା ଚପଲ, ଅଳିଆ ଆବର୍ଜନା ପକାଇବା ଅନୁଚିତ । ଏଥିରୁ ବାହାରୁଥିବା ନାକାରାତ୍ମକ ପ୍ରଭା ତୁଳସୀ ଗଛ ଉପରେ ପଡିଥାଏ ।

୭- ବସ୍ତୁ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ୧,୩,୮ ଟି ଲଗାଇବା ଉଚିତ । ତୁଳସୀ ଗଛ ପାଖରେ କଣ୍ଟ ଜାତୀୟ ଗଛ ଲଗାଇବା ଦ୍ଵାରା ତୁଳସୀ ଗଛ ଉପରେ ଖରାପ ପ୍ରଭାବ ପଡିଥାଏ । କିନ୍ତୁ କଦଳୀ ଗଛ ଲଗାଇଲେ ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ କଦଳୀ ଗଛରେ ଭଗବାନ ବିଶୁଣୁ ଓ ତୁଳସୀ ଗଛରେ ମା ଲକ୍ଷ୍ମୀଙ୍କ ବାସ ରହିଥାଏ । ଯାହା ଦ୍ଵାରା ଧନଧାନ୍ଯ ପ୍ରାପ୍ତି ହେବ ସହ କରଜରୁ ମୁକ୍ତି ମିଳିଥାଏ ।

୮- ତୁଳସୀ ଗଛ ପାଖରେ ସମି ଗଛ ଲଗାଇବା ଶୁଭ ହୋଇଥାଏ । କାରଣ ସମି ଗଛର ସମ୍ପର୍କ ଶନିଦେବଙ୍କ ସହ ହୋଇଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *