ରବିବାର ଦିନ ତୁଳସୀ ଚଉରା ମୂଳରେ ଜଳ ଦେବା ଉଚିତ କି ନୁହେଁ ! କେଉଁ ଦିଗକୁ ମୁହଁ କରି ଜଳ ଦେବେ, ଜାଣନ୍ତୁ ସଂପୂର୍ଣ୍ଣ ନିୟମ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତୁଳସୀ ଗଛରେ ଭଗବାନ ନାରାୟଣ ଓ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଏହି ଗଛର ଉପକାରୀତା ବିଷୟରେ ଅନେକ ଶାସ୍ତ୍ର ଓ ପୁରାଣ ମାନଙ୍କରେ ବର୍ଣ୍ଣିତ ହୋଇଅଛି । ତୁଳସୀ ଗଛ ଘରେ ରଖୀ ଏହାର ନୀତି ନିୟମ ସହ ପୂଜା କରିବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ସେହିପରି ସୂର୍ଯ୍ୟ ଦେବତାଙ୍କୁ ଆମେ ପ୍ରତିଦିନ ସକାଳୁ ସୂର୍ଯ୍ୟ ଉଦୟ ସମୟରେ ନିଷ୍ଟାର ସହ ଜଳ ଅର୍ପଣ କରିବା ଦ୍ଵାରା ମଧ୍ୟ ଆପଣ ଅନେକ ପାପ କ୍ଷୟ ହୋଇଯିବାର ଶାସ୍ତ୍ରରେ ଉଲ୍ଲେଖିତ ରହିଅଛି ।

ପ୍ରତ୍ଯେକ ଦିନ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ଭଗବାନ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ପ୍ରଣାମ କରନ୍ତୁ । ତାପରେ ମା ବୃନ୍ଦାବତୀଙ୍କୁ ଜଳ ଅର୍ପଣ କରି ପୂଜା ଆରାଧନା କରନ୍ତୁ । ସୂର୍ଯ୍ୟ ଉଦୟ ସମୟ ଅବଧି ମଧ୍ୟରେ ଉଭୟ ସୂର୍ଯ୍ୟ ଦେବ ଓ ମା ବୃନ୍ଦାବତୀଙ୍କୁ ଜଳ ଅର୍ପଣ କରିବା ଦ୍ଵାରା ଆପଣଙ୍କର ତଥା ଆପଣଙ୍କର ପରିବାରର ବହୁ ମାତ୍ରାରେ ମଙ୍ଗଳ ହୋଇବ ।

କେବଳ ରବିବାର ଓ ଏକାଦଶୀ ତିଥିରେ ମା ବୃନ୍ଦାବତୀଙ୍କୁ ତଥା ତୁଳସୀ ଗଛରେ ଜଳ ଅର୍ପଣ କରିବା ଉଚିତ ନୁହେଁ ।  କାରଣ ଶାସ୍ତ୍ର ଅନୁସାରେ ମା ତୁଳସୀ ପ୍ରଭୁ ନାରାୟଣଙ୍କ  ପାଇଁ ଏହି ଦିନ ଉପବାସ କରି ବ୍ରତ ପାଳନ କରିଥାନ୍ତି । ଏହା ସହିତ ସେହି ୨ ଦିନ ବୃନ୍ଦାବତୀଙ୍କୁ ସ୍ପର୍ଶ କରିବା ମଧ୍ୟ ବାରଣ ଥାଏ ।

ତେଣୁ ରବିବାର ଓ ଏକାଦଶୀ ତିଥିରେ ଆପଣ ମା ବୃନ୍ଦାବତୀଙ୍କୁ ଜଳ ଅର୍ପଣ ନକରି କେବଳ ସକାଳେ ଓ ସନ୍ଧ୍ୟା ସମୟରେ ଶୁଦ୍ଧ ଘିଅର ଦୀପ ପ୍ରସ୍ତୁତ କରି ପ୍ରଜ୍ଵଳନ କରିବା ଉଚିତ । ସେହି ଦୀପକୁ ଭୂମି ଉପରେ ନରଖି କୌଣସି ପତ୍ର କିମ୍ବା କୌଣସି ସ୍ଥାନରେ ରଖନ୍ତୁ । ଶାସ୍ତ୍ର ଅନୁସାରେ ମା ବୃନ୍ଦାବତୀଙ୍କୁ ଜଳ ସମର୍ପଣ କରିବା ସମୟରେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଦେବା ଉଚିତ ।

ଜଳ ଅର୍ପଣ କରିବା ସମୟରେ ତୁଳସୀ ଗଛର ମୂଳରେ ଜଳ ଦେବା ଉଚିତ । ୩ ଥର ତୁଳସୀ ଗଛ ଚାରିପାଖରେ ପ୍ରଦକ୍ଷିଣ କରି ମଧ୍ୟ ଜଳ ଅର୍ପଣ କରିପାରିବେ । ଜଳ ଢାଳରେ ଧରି ଅର୍ପଣ କରିବା ସମୟରେ ବୁଢା ଓ ବିଷୀ ଆଙ୍ଗୁଳୀ ଦୁଇ ଛୁଇଁ ଜଳ ଅର୍ପଣ କରିବା ଉଚିତ ନୁହେଁ । କାରଣ ବୁଢା ଓ ବିଷୀ ଆଙ୍ଗୁଳୀ ମିଶିକରୀ ଯେଉଁ ମୁଦ୍ରା ହୋଇଥାଏ ।

ତାହା ରାକ୍ଷସୀ ମୁଦ୍ରା ହୋଇଥାଏ । ତେଣୁ ମୁକ୍ତ ହସ୍ତରେ କିମ୍ବା ହାତ ଖୋଲି ଜଳ ଅର୍ପଣ କରିବା ଉଚିତ । ତୁଳସୀ ଗଛରେ ଜଳ ଅର୍ପଣ ସମୟରେ ମା ବୃନ୍ଦାବତୀଙ୍କର ମନ୍ତ୍ର ଜପ କରି ଜଳ ଅର୍ପଣ କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *