ତୁଳସୀ ଚଉରା ମୂଳରେ ସନ୍ଧ୍ୟା ଦୀପ କେଉଁ ସମୟରେ ଦେବେ ? ଦୀପର ମୁହଁ କେଉଁ ଦିଗକୁ ରାହିବା ? ଜାଣନ୍ତୁ ସଂପୂର୍ଣ୍ଣ ନିୟମ

ବନ୍ଧୁଗଣ ପ୍ରତେକ ଦିନ ଆମେ ସନ୍ଧ୍ୟା ସମୟରେ ମା ବୃନ୍ଦାବତୀଙ୍କ ନିକଟରେ ଦୀପ ଜାଳିଥାଉ । ଯାହାର ବିଶେଷ ମହତ୍ଵ ରହିଛି । ଆଜି ଆମେ ଆପଣଙ୍କୁ କହିବୁ ଦୀପ ଜାଳିବା ସମୟରେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ । ଧର୍ମ ସାର ଗ୍ରନ୍ଥ ବହୁତ ସୁନ୍ଦର ଭାବେ ପ୍ରମାଣ ଦିଅନ୍ତି କି ସନ୍ଧ୍ୟା କୁ 3 ଭାଗରେ ବିଭକ୍ତ କରା ଯାଇଛି । ଯଥା ଉତ୍ତମା, ମଧ୍ୟମା ଓ ଅଧମ । ଯେତେବେଳେ ପଶ୍ଚିମ ଆକାଶରେ ସୂର୍ଯ୍ୟ ଲୋହିତ ବର୍ଣ୍ଣ ଧାରଣ କରି ଅସ୍ତ ହୋଇନ ଥିବେ ସେହି ସମୟ ହେଉଛି ଉତ୍ତମା ସନ୍ଧ୍ୟା ।

ଯେତେବେଳେ ସୂର୍ଯ୍ୟ ମହାଗ୍ରହ ପଶ୍ଚିମ ଆକାଶରେ ଲୁପ୍ତ ହୋଇଯିବେ କିମ୍ବା ଅନ୍ଧାର ଧୀରେ ଧୀରେ ଆସୁଥିବ ସେହି ସମୟ ହେଉଛି ମଧ୍ୟମ ସନ୍ଧ୍ୟା । ସୂର୍ଯ୍ୟ ଅସ୍ତ ଗାମୀ ହୋଇଥିବେ ଆଉ ଆକାଶରେ ତାରା ମାନେ ଥିବେ ଏହି ସମୟ ହେଉଛି ଅଧମା ସନ୍ଧ୍ୟା । ତେଣୁ ଆମେ ସବୁବେଳେ ଚେଷ୍ଟା କରିବା ଉତ୍ତମା ସନ୍ଧ୍ୟା ସମୟରେ ଈଶ୍ବରଙ୍କ ନିକଟରେ ଦୀପ ପ୍ରଜ୍ଵଳନ କରିବା ପାଇଁ ଓ ମାତା ବୃନ୍ଦାବତୀ ଙ୍କ ପାଖରେ ଦୀପ ଜାଳିବା ପାଇଁ । ଏମିତି କରିଲେ ବହୁତ କଲ୍ୟାଣକାରୀ ହୋଇଥାଏ ।

ମାତା ବୃନ୍ଦାବତୀ କୁ ଦୀପ ପ୍ରଜ୍ଵଳନ କରିବା ସମୟରେ ଦୀପ ତଳେ ରଖିବା ଉଚିତ ନୁହେଁ । କାରଣ ଭଗବତ ଗୀତା ରେ କୁହା ଯାଇଛି ଯେ ସାକ୍ଷାତ ବା ସିଧା ଭୂମି ଉପରେ ଯେଉଁ ବ୍ୟକ୍ତି ବିଶେଷ ଜ୍ଵଳନ୍ତ ଦୀପ ରଖନ୍ତି ସେମାନେ ଅନ୍ଧତ୍ଵ କୁ ପ୍ରାପ୍ତ କରନ୍ତି । ସାତ ଜନ୍ମ ଯାଏଁ ସେମାନଙ୍କୁ ଅନ୍ଧତ୍ଵ ଭୋଗ କରିବାକୁ ହୋଇଥାଏ ।

ତେଣୁ ବୃନ୍ଦାବତୀ ଙ୍କ ନିକଟରେ ଦୀପ ଦାନ କରିବା ସମୟରେ କୌଣସି ଆସନ ଉପରେ ରଖନ୍ତୁ । ଗୋଟେ ଫୁଲ ବା ପତ୍ର ରଖି ଦୀପ ଦାନ କରନ୍ତୁ । ଶାସ୍ତ୍ର ପ୍ରମାଣ ଦିଅନ୍ତି ଶୁଦ୍ଧ ଗାଈ ଘିଅ ର ଦୀପ ଦାନ କରିବା ଉଚିତ । ଯଦି ଏମିତି ସୁବିଧା ନାହି ତେବେ ରାଶି ତେଲ ଦୀପରେ ପକାଇ ମା ବୃନ୍ଦାବତୀ ଙ୍କୁ ଦେଇ ପାରିବା ।

ଦୀପ ସ୍ଥାପନ କରି ଘିଅ ଦେବା ପରେ ଶାସ୍ତ୍ର ଅନୁଯାୟୀ ଦୀପର ମୁଖ ପୂର୍ବ ଦିଗକୁ ରଖିଲେ ଆୟୁଷ ବୃଦ୍ଧି ହୋଇଥାଏ । ଉତ୍ତର ଦିଗକୁ ଦୀପ ରଖିଲେ ଐଶ୍ଚର୍ଜ୍ୟ ଓ ଧନଧାନ୍ୟ ପ୍ରାପ୍ତ ହୋଇଥାଏ । ପଶ୍ଚିମ ଦିଗକୁ ଦୀପ ରଖିଲେ ତାହା ସବୁ ଦୁଖର କାରଣ ହୋଇଥାଏ ଏବଂ ଦକ୍ଷିଣ ଦିଗକୁ ଦୀପ ରଖିଲେ ତାହା ଆମ ପାଇଁ ହାନିକାରକ ହୋଇଥାଏ ।

ଶାସ୍ତ୍ର ଅନୁଯାୟୀ ଦୀପରେ କର୍ପାସ ବା ତୁଳାବତୀ ଦେବା ଉଚିତ । କପାର ର ଯେଉଁ ତୂଳାବତୀ ଲଗାଇବେ ତାହା ବଡ କି ଛୋଟ କିମ୍ବା ମୋଟା କି ପତଳା ହୋଇ ନ ଥିବା ଉଚିତ । ମାତା ବୃନ୍ଦାବତୀ ଙ୍କ ନିକଟରେ ଦୀପ ପ୍ରଜ୍ଵଳନ କରିବା ସମୟରେ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ । ଯାହା ଦ୍ଵାରା ଜୀବନରେ ସୁଖ ସମୃଦ୍ଧି ଓ ଧନର ଆଗମନ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *