ତୁଳସୀ ବୃକ୍ଷ ନିକଟରେ ରଖନ୍ତୁ ନାହିଁ ଏହି 5 ଜିନିଷ ! ନଚେତ ଘୋର ଅନର୍ଥ ହୋଇଯିବ…Ajira Anuchinta

ହିନ୍ଦୁ ଧର୍ମରେ ତୁଳସୀ ଗଛର ବହୁତ ମହତ୍ଵ ରହିଥିବାରୁ ଏହାକୁ ଘରେ ଘରେ ପୂଜା କରାଯାଇଥାଏ । ପ୍ରାୟ ପୂଜା କର୍ମରେ ତୁଳସୀ ପତ୍ର ବହୁତ ଆବଶ୍ୟକ ହୋଇଥାଏ । ତୁଳସୀ ଗଛ ସମସ୍ତଙ୍କ ଘର ଅଗଣାରେ ଦେଖିବାକୁ ପାଇବେ। ଏହି ତୁଳସୀ ବୃକ୍ଷ ଭଗବାନ ବିଷ୍ଣୁଙ୍କର  ବହୁତ ପ୍ରିୟ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଭୁଲରେ ମଧ୍ୟ ତୁଳସୀ ଗଛ ପାଖରେ ରଖିବା ଉଚିତ ନୁହେଁ ।

ତୁଳସୀ ଗଛକୁ ବାସ୍ତୁ ଶାସ୍ତ୍ରରେ ବହୁତ ମହତ୍ଵ ଦିଆଯାଇଛି, ଏହା ଅନୁଯାଇ ବାସ୍ତୁ ଦୋଷ ଦୂର କରିବା ପାଇଁ ତୁଳସୀ ଗଛ ସବୁଠାରୁ ଆବଶ୍ୟକ ଏବଂ ମହତ୍ଵପୂର୍ଣ ଗଛ ଅଟେ। ତୁଳସୀ ଗଛ ବହୁତ ଲାଭକାରୀ ଗୁଣ ସହ ଆପଣଙ୍କ ସବୁ ପ୍ରକାର ଦୋଷକୁ ମଧ୍ୟ ଦୂର ହୋଇଥାଏ । ତେବେ ଆପଣଙ୍କୁ ତୁଳସୀ ଗଛ ପାଖରେ ଅଳିଆ, ଆବର୍ଜନା ତଥା ଅପରିଷ୍କାର ବସ୍ତୁ ଆଦି ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଆପଣଙ୍କ ଘର ସମସ୍ଯା ବଢିଥାଏ ଏବଂ ପରିବାରର କୌଣସି ସଦସ୍ୟ ହଟାତ କୌଣସି ଦୁର୍ଘଟଣା ଶିକାର ମଧ୍ୟ ହୋଇଥାନ୍ତି । ତେଣୁ ତୁଳସୀ ଗଛ ପାଖରେ କୌଣସି ପ୍ରକାର ଆବର୍ଜନା ରଖନ୍ତୁ ନାହିଁ ।

ତୁଳସୀ ଗଛ ପାଖରେ ପାଦରେ ପିନ୍ଧୁଥିବା ଜୋତା, ଚପଲ ରଖିବା ଉଚିତ ନୁହେଁ । କାରଣ ତୁଳସୀ ଗଛକୁ ଆମେ ପୂଜା କରିଥାଉ । ଘରର ଅଗଣାରେ ପ୍ରାୟ ଅଧିକାଂଶ ଲୋକଙ୍କର ତୁଳସୀ ବୃକ୍ଷ ଲଗାଯାଇଥାଏ । ଏହାଛଡା ଘରର ସଦସ୍ୟ ଘରେ ଅଗଣାରେ ଚପଲ ରଖନ୍ତି । ହେଲେ ତୁଳସୀ ଗଛ ଆଖପାଖରେ ଯେପରି ଚପଲ, ଜୋତା ଆଦି ନରୁହେ ସେହି କଥା ଉପରେ ନଜର ଦେବାକୁ ପଡିବ । କାରଣ ଏହା ବହୁତ ଖରାପ ଅଟେ ।

ତୁଳସୀ ଗଛ ଅତ୍ୟନ୍ତ ପବିତ୍ର ବୃକ୍ଷ ହୋଇଥାଏ । ତୁଳସୀ ଗଛରେ ପାଣି ସଠିକ ସମୟରେ ଦେବା ଉଚିତ ଅଟେ । ତୁଳସୀ ଗଛରେ ରାତିରେ ପାଣି ଦେବା ବହୁତ ଅଶୁଭ ଅଟେ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାଇ ରାତିରେ ତୁଳସୀ ଗଛ ପାଖରେ କୌଣସି ପାତ୍ରରେ ପାଣି ରଖିବା ଉଚିତ ନୁହ । ତୁଳସୀ ଗଛ ପାଖରେ ପାତ୍ରରେ ପାଣି ଜମା କରି ରଖିଲେ ତୁଲସୀ ମାତା ରୁଷ୍ଠ ହୋଇଥାନ୍ତି ।

ଚୁଟି କୁଣ୍ଡେଇଲା ବେଳେ ଏହି କଥା ଧ୍ୟାନ ରଖନ୍ତୁ ଯେ ଚୁଟି ଉଡି ଯେପରି ତୁଳସୀ ଗଛରେ ନ ଲାଗେ, ନଚେତ ଆପଣଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ, ଯାହାଫଳରେ ତୁଳସୀ ବୃକ୍ଷ ଆପଣଙ୍କର ଲାଭ କରିବା ବଦଳରେ କ୍ଷତି ଘଟାଇବ । ତେବେ ଘରେ ତୁଳସୀ ବୃଷ ଲଗାଇବାକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଇଥାଏ । ହେଲେ ଘରେ ତୁଳସୀ ବୃକ୍ଷ ଲଗାଉଥିଲେ, ତାହାର ସଠିକ ଧ୍ୟାନ ନେବା ମଧ୍ୟ ଜରୁରୀ ହୋଇଥାଏ ।

ବନ୍ଧୁଗଣ ଯଦି ପୋଷ୍ଟଟି ଭଲ ଲାଗିଥାଏ । ତେବେ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *