Vastu Tips- ଭୁଲରେ ଏହି ୩ ଟି ଜିନିଷ ରୋଷେଇ ଘରୁ ସରିବାକୁ ଦିଅନ୍ତୁ ନାହିଁ, ନଚେତ୍ ମାଡ଼ି ଆସିବ ଭୟଙ୍କର ସମସ୍ଯା

ନମସ୍କାର ବନ୍ଧୁଗଣ । ଆମ ସମସ୍ତଙ୍କ ଜୀବନରେ ବାସ୍ତୁ ଶାସ୍ତ୍ର ର ଅନେକ ମହତ୍ତ୍ଵ ରହିଛି । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କାର୍ଯ୍ୟ କରିବା ଦ୍ୱାରା ଘରେ ସବୁବେଳେ ସକାରାତ୍ମକତା ଦେଖା ଦେଇଥାଏ । ବାସ୍ତୁ ଶାସ୍ତ୍ର ନିୟମ ଅନୁସାରେ ଅନ୍ୟ ଗୃହ ମାନଙ୍କ ଭଳି ଘରର ରୋଷେଇ ଘର ହେଉଛି ଘରର ସୁଖ ସମୃଦ୍ଧି ର ପ୍ରତୀକ । ରୋଷେଇ ଘରେ ଏପରି କିଛି ଜିନିଷ ରହିଛି ଯେଉଁ ଗୁଡ଼ିକ ବାସ୍ତୁଶାସ୍ତ୍ର ଅନୁସାରେ ଯଦି ରୋଷେଇ ଘରେ ସରିବାର ଦେଖାଯାଏ, ତେବେ ଏହା ଘର ପାଇଁ ବିପଦ ଜନକ ହୋଇପାରେ ।

ଯଦି ଏହି ବିଶେଷ ଜିନିଷ ଗୁଡ଼ିକ ରୋଷେଇ ଘରେ ସବୁବେଳେ ଅପର୍ଯ୍ୟାପ୍ତ ମାତ୍ରା ରେ ଭରି ହୋଇଥାଏ, ତେବେ ଆପଣ ଙ୍କ ଜୀବନ ରେ କେବେ ଆର୍ଥିକ ଜନିତ ସମସ୍ୟା ଦେଖା ଦିଏ ନାହିଁ । ଏହାସହ ପରିବାରରେ ମଧ୍ଯ ଖୁସି ର ବାତାବରଣ ଲାଗିରହିଥାଏ । ବନ୍ଧୁଗଣ ପ୍ରଥମ ଜିନିଷ ଟି ହେଉଛି ଚାଉଳ । ଯଦି ରୋଷେଇ ଘରେ ଚାଉଳ ସରିଯିବାର ଦେଖା ଦେଉଛି ଏହାର ଅର୍ଥ ଘର ଉପରେ ଶୁକ୍ର ଗ୍ରହ ର ପ୍ରଭାବ ଶେଷ ହୋଇ ଯାଇଛି ।

ଶୁକ୍ର ଗ୍ରହ ର ପ୍ରଭାବ କୁ ବୃଦ୍ଧି କରିବା ପାଇଁ ଆପଣ ନିଜ ରୋଷେଇ ଘରେ କୌଣସି ଏକ ସ୍ଥାନ ରେ ଏକ ପାତ୍ର ରେ କିଛି ଚାଉଳ ଭରି କରି ରଖନ୍ତୁ । ବନ୍ଧୁଗଣ ଦ୍ଵିତୀୟ ଜିନିଷ ଟି ହେଉଛି ଲୁଣ । ରୋଷେଇ ଘରେ ଲୁଣ କେବେ ମଧ୍ୟ ସରିବା ଶୁଭ ହୋଇ ନଥାଏ । ତାହାଛଡା କେବେ ମଧ୍ୟ ପାଖ ପଡୋଶୀ ଘରକୁ ଲୁଣ ମାଗିବା ପାଇଁ ଯିବା ଉଚିତ୍ ହୋଇ ନଥାଏ ।

ଯଦି କେହି ଲୁଣ ଦିଅନ୍ତି, ତେବେ ମଧ୍ଯ ତାହାକୁ କାହା ଠାରୁ ଆଣନ୍ତୁ ନାହିଁ । ଏହା ଶେଷ ହେବା ପୂର୍ବରୁ ହିଁ ଆଣି ଘରେ ରଖନ୍ତୁ । କେବେ ହେଲେ ଏହାକୁ ଶେଷ ହେବାକୁ ଦିଅନ୍ତୁ ନାହିଁ  ।ରୋଷେଇ ଘରେ ଲୁଣ ଶେଷ ହେବ ଦ୍ଵାରା ଘର ର ବାସ୍ତୁ ଉପରେ ଖୁବ ଖରାପ ପ୍ରଭାବ ପଡିଥାଏ । ତାହାଛଡା ଶନି ମହାରାଜ ଙ୍କର ବକ୍ର ଦୃଷ୍ଟିର ମଧ୍ୟ ସାମନା କରିବାକୁ ପଡିଥାଏ ।

ତୃତୀୟ ଜିନିଷ ଟି ହେଉଛି ଅଟା । ସବୁବେଳେ ଅଟା ଶେଷ ହେବା ପୂର୍ବରୁ ହିଁ ଘରେ ଅଟା ଆଣି ରଖନ୍ତୁ । ଯଦି ଏହା ଘରେ ଶେଷ ହୋଇ ଯାଇଥାଏ, ତେବେ ଏହା ଦ୍ବାରା ଘରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖିବାକୁ ଲାଗେ । ଏହି ତିନୋଟି ଜିନିଷ ରୋଷେଇ ଘରେ ସବୁବେଳେ ଥିବା ଦ୍ବାରା ଆପଣ ଙ୍କ ଘରେ ମଧ୍ଯ ସବୁବେଳେ ସୁଖ ଶାନ୍ତି ସମୃଦ୍ଧି ଭରି ହୋଇ ରହିବ । ବନ୍ଧୁଗଣ ତେବେ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତାହା ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ସେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *