Health tips; – ଠିକରେ ଶୁଭୁନଥିଲେ କ’ଣ କରିବେ ? ଶ୍ରବଣ ଶକ୍ତି ହ୍ରାସ ପାଇବାର କାରଣ, ଲକ୍ଷଣ ଓ ଚିକିତ୍ସା !

ପିଲା ଠାରୁ ନେଇ ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ବେଳେବେଳେ କାନକୁ ଠିକ ଭାବେ ଶୁଭାଯାଇନଥାଏ । ତେବେ ଏହା କଣ ଏକ କାନ ସମସ୍ଯା ହୋଇପାରେ । ନା କିଛି ଖରାପ ଅଭ୍ଯାସ କାରଣରୁ କାନର ଶୁଣିବା କ୍ଷମତା ଧୀରେ ଧୀରେ ହ୍ରାସ ପାଇଥାଏ । ତେବେ ଏହି ସମ୍ପର୍କରେ ଚାଲନ୍ତୁ ବିସ୍ତ୍ରୁତ ଭାବେ ଆଲୋଚନା କରିବା । କାନକୁ ଠିକ ଭାବେ ନଶୁଭିବାର ବହୁତ ଗୁଡିଏ କାରଣ ରହିଛି । ଅନେକ ସମୟରେ ଜନ୍ମ ହୋଇଥିବା ଛୁଆଙ୍କୁ ଶୁଭିନଥାଏ । ଯାହାକୁ ଜନ୍ମଗତ ହିଅରିଂ ଲସ୍ ବୋଲି କୁହାଯାଇଥାଏ ।

ବୟସ ବଢିବା ସହ ଧୀରେ ଧୀରେ ବିଭିନ୍ନ ପ୍ରକାର କାରଣଊ କାନରେ ଇନଫେକସନ ହୋଇଯାଇଥାଏ । ଯାହାଫଳରେ କାନର ପରଦା ସେଥିରେ ସଂକ୍ରମଣ ହୋଇ କଣା ହୋଇଯାଇଥାଏ । ଏହାଦ୍ଵାରା କାନରୁ ପାଣି ବାହାରିବା ସହ ଶୁଣିବା ଶକ୍ତି କମିଯାଇଥାଏ । ବେଳେବେଳେ କାନର ପରଦା ଠିକ ଥାଇ ମଧ୍ୟ ପଛ ପଟେ ପାଣି ଜମିଥାଏ । ଅଧିକ ଥଣ୍ଡା କି ଆଲର୍ଜି ହେବା ଦ୍ଵାରା ମଧ୍ୟ କାନର ଶୁଣିବା ଶକ୍ତି ହ୍ରାସ ପାଇଥାଏ । ଡାଇବେଟିସ ଥିଲେ ନର୍ଭ ଦୁର୍ବଳ ହୋଇ କାନକୁ ଠିକ ରେ ଶୁଣାଯାଇନଥାଏ ।

ଅଧିକ ବୟସ ହେବା ଦ୍ଵାରା ମଧ୍ୟ କାନର ଶୁଣିବା ଶକ୍ତି ହ୍ରାସ ପାଇଥାଏ । ତେବେ ଏହି ସବୁ କାରଣ ଜନିତ ଶୁଣିବା ଶକ୍ତି ଧୀରେ ଧୀରେ କମିବାକୁ ଲାଗିଥାଏ । ତେବେ କାନର ଶୁଣିବା ଶକ୍ତି ହ୍ରାସ ପାଇଲେ । ଏହାଦ୍ବାରା ଦୂରରେ ଯିଏ କଥା ହେଉଥାନ୍ତି ତାହା ବ୍ୟକ୍ତିକୁ ଠିକ ଭାବେ ଶୁଣାଯାଇନଥାଏ । 25 ଡେସିବଲ ପର୍ଯ୍ୟନ୍ତ ଶୁଣିବା ଶକ୍ତି ନର୍ମାଲ ରହିଥାଏ । 25 ଡେସିବଲରୁ ଅଧିକ ରହିଲେ ଶୁଣିବା ଶକ୍ତି କମିଯାଇଥାଏ ।

ଶ୍ରବଣ ଶକ୍ତି କମ୍ ହେବାର 3 ଟି ସ୍ତର ରହିଛି । ସେଗୁଡିକ ହେଉଛି ମାଇଲ୍ଡ, ମଡ ରେଟ ଓ ସିଭିୟର । 50 ରୁ 70 ଡେସିବଲ ପର୍ଯ୍ୟନ୍ତ ହିଅରିଂ ଲସ୍ ହେଲେ । ଏହାକୁ ସିଭିୟର ହିଅରିଂ ଲସ୍ ବୋଲି କୁହାଯାଇଥାଏ । ଏଭଳି ଲୋକଙ୍କ କ୍ଷେତ୍ରରେ ମେଡ଼ିସିନ କାମ ଠିକରେ କରିନଥାଏ । ତେଣୁ ସେହି ଲୋକଙ୍କ ଶ୍ରବଣ ଶକ୍ତି ବଢାଇବା ପାଇଁ ଶ୍ରବଣ ଜନ୍ତ୍ର ଦିଆଯାଇଥାଏ ।

ଯଦି ସଂକ୍ରମଣ ଜନିତ ଶ୍ରବଣ ଶକ୍ତି କମିଥାଏ । ତେବେ ତାହାକୁ ମେଡ଼ିସିନ ଦ୍ଵାରା ଠିକ କରାଯାଇପାରେ । ବ୍ଲୁଟୁଥ, ଇଅରଫୋନ ଲଗାଇ ଅଧିକ ସମୟ କଥା ହେଲେ, ଜୋରରେ ମ୍ୟୁଜିକ ଶୁଣିଲେ, ହାଇଲେବଲ ବାଜା ବାଦ୍ୟ ଶୁଣିଲେ କାନର ଶ୍ରବଣ ଶକ୍ତି ହ୍ରାସ ପାଇଥାଏ । କାନରେ ତେଲ ପକାଇବା ସବୁ ସମୟରେ ଠିକ ହୋଇନଥାଏ । କାରଣ ଯଦି କାନରେ ଇନଫେକସନ ରହିଥାଏ । ତେବେ ତାହା ଅଧିକ ବ୍ୟାପିବାର ସମ୍ଭାବନା ରହିଥାଏ ।

ତେଣୁ କାନକୁ ସୁସ୍ଥ ଓ ଶ୍ରବଣ ଶକ୍ତିକୁ ଠିକ ଭାବେ ରଖିବା ପାଇଁ ପ୍ରଥମେ ଉଚ୍ଚ ଶବ୍ଦ ହେଉଥିବା ସ୍ଥାନରୁ ଦୂରେଇ ରୁହନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ କରିବା ସହ ଏହାକୁ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *