ଥଣ୍ଡା, ଜ୍ୱର, କଫ, କାଶ ଗୋଟିଏ ଦିନରେ ଭଲ ହେଇଯିବ, କରନ୍ତୁ ଏହି ଉପାୟ (Health Tips)

ବନ୍ଧୁଗଣ, ଶୀତ ଦିନ ମାନଙ୍କରେ ଥଣ୍ଡା, କାଶ, କଫ ଏବଂ ଛିଙ୍କ ଭଳି ସମସ୍ୟା ସମସ୍ତଙ୍କୁ ହେବାକୁ ଲାଗିଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ ପ୍ରାଏ ସମସ୍ତେ ଏଥିରେ ପୀଡିତ ହୋଇଥାନ୍ତି ।

କିଛି ଲୋକ ମାନଙ୍କୁ ସଂପୂର୍ଣ୍ଣ ଶୀତ ଦିନ ସାରା ଏହଭଳି ସମସ୍ୟା ଲାଗି ରହିଥାଏ । ଏଥିରେ ବାରମ୍ବାର ବାହାରର ଔଷଧ ସେବନ କରିବା ଦ୍ଵାରା ଆମ୍ଭ ସ୍ୱାସ୍ଥ୍ୟ ଉପରେ ତାହାର ଖରାପ ପ୍ରଭାବ ପଡିଥାଏ । ଏହି ସବୁ ଔଷଧ ମାନଙ୍କର ଅନେକ ସାଇଡ ଇଫେକ୍ଟ ମଧ୍ୟ ରହିଥାଏ । ବିଶେଷ କରି ଛୋଟ ଏବଂ ବୃଦ୍ଧ ଲୋକ ଯେଉଁ ମାନଙ୍କର ୟୁନିଟି ପାୱାର କମ ରହିଥାଏ  ।

ସେମାନଙ୍କୁ ବାରମ୍ବାର ଔଷଧ ସେବନ କରିବା ଦ୍ଵାରା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଏହି କାଢା କୁ ବନାଇବା ନିମନ୍ତେ ସର୍ବ ପ୍ରଥମେ ଆପଣ ଗୋଟିଏ ପାତ୍ର ଗ୍ୟାସ ଉପରେ ବଶାନ୍ତୁ । ଏହାପରେ ଏଥିରେ ଏକ ଗ୍ଳାସ ପାଣି ଢାଳନ୍ତୁ । ଏହି ପାଣି କୁ ଆପଣ ଅଳ୍ପ ଗରମ କରି ନିଅନ୍ତୁ । ଏହାପରେ ଆପଣ ଏଥିରେ ୧୦ ରୁ ୧୨ ଟି ଗୋଲ ମରୀଚ ଛେଚି ପକାଇ ଦିଅନ୍ତୁ । ଏହା ଗଳା ନିମନ୍ତେ ବହୁତ ଲାଭ ଦାୟକ ଅଟେ । ଏହାପରେ ଆପଣ ୨ ଟି ଲବଙ୍ଗ ପକାଇ ଦିଅନ୍ତୁ । ଏହା କାଶ ତଥା ଗଳାରେ ହେଉଥିବା କଷ୍ଟ ରୁ ରକ୍ଷା କରିଥାଏ ।

ଏହାପରେ ଆପଣ ଏଥିରେ ଏକ ଚାମଚ ଜୁଆଣୀ ମିଶାନ୍ତୁ । ଏହାପରେ ଅଧଚାମଚ ସୁଣ୍ଠି ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏଥିରେ ଅଳ୍ପ ତୁଳସୀ ପାତ୍ର ମିଶାଇ ଦିଅନ୍ତୁ । ଏହା ଆପଣଙ୍କର ଇମ୍ୟୁନିଟି ସିଷ୍ଟମ କୁ ମଜବୁତ କରିଥାଏ । ଥଣ୍ଡା କାରଣରୁ ହେଉଥିବା ଜ୍ଵର କୁ ମଧ୍ୟ ଏହା ଭଲ କରିଥାଏ । ବର୍ତ୍ତମାନ ଆପଣ ଏଥିରେ କଞ୍ଚା ହଳଦୀ ଏକ ଚାମଚ ମିଶାଇ ଦିଅନ୍ତୁ । ଏହାଦ୍ଵାରା ଆପଣଙ୍କୁ କଫ ଏବଂ କାଶ ରୁ ବହୁତ ଶୀଘ୍ର ଆରାମ ମିଳିଥାଏ । ଏହାପରେ ଆପଣ ଏଥିରେ ଏକ ଚାମଚ ଗୁଡ ମିଶାଇ ଦିଅନ୍ତୁ । ଏହାଦ୍ଵାରା ଆମ୍ଭର ଶରୀରକୁ ବହୁତ ଆରାମ ମିଳିଥାଏ ।

ଏହା ସହିତ ଏହା କାଧା କୁ ସ୍ଵାଦିଷ୍ଠ ବନାଇ ଥାଏ ଏହାଦ୍ଵାରା ଛୋଟ ଛୁଆ ମାନେ ଏହାକୁ ଭଲ ଭାବରେ ସେବନ କରିଥାନ୍ତି । ଏହାପରେ ଆପଣ ଏଥିରେ ୨ ଟି ଗୁଜୁରାତି ଛେଚି ମିଶାଇ ଦିଅନ୍ତୁ । ଏହା ଆପଣଙ୍କର ବନ୍ଧ ନାକ ଗଳାରେ ଖସ ଖସ ଭଳି ସମସ୍ୟା କୁ ସଂପୂର୍ଣ୍ଣ ଭାବରେ ସମାପ୍ତ କରିଦେଇଥାଏ । ଏହିଭଳି କାଢା ପ୍ରସ୍ତୁତ କରି ଆପଣ ଦିନକୁ ୨ ଥର ସେବନ କରନ୍ତୁ । ଆପଣଙ୍କ ଥଣ୍ଡା ଭଳି ସମସ୍ତ ସମସ୍ୟା ଦୂର ହୋଇଯିବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *