Vastu Shastra- ଠାକୁରଙ୍କ ପୁରୁଣା ଫଟୋକୁ କିପରି ବିସର୍ଜନ କରିବେ ? ଜାଣନ୍ତୁ ପୁରା ନିୟମ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭଗବାନଙ୍କର ଉପରେ ସବୁ ଲୋକଙ୍କର ଆସ୍ଥା ଓ ଭରସା ରହିଥାଏ । ତେଣୁ ପ୍ରତ୍ଯେକଟି ଘରେ ଠାକୁରଙ୍କର ଫୋଟ ବା ମୂର୍ତ୍ତି ରଖି ପୂଜା କରାଯାଇଥାଏ । ଠାକୁର ପୂଜା କରିବା ବେଳେ ବହୁତ ଗୁଡିଏ ନୀତି ନିୟମ ରହିଥାଏ । ତେଣୁ ଯେତିକି ସମ୍ଭବ ସେତିକି ନିହାତି ମାନି ପୂଜା କରିବା ଉଚିତ ହୋଇଥାଏ । ଯାହା  ଦ୍ଵାରା ପୂଜାର ଫଳ ପ୍ରାପ୍ତି ହେବା ସହ ଭଗବାନଙ୍କର ଆଶ୍ରୀବାଦ ପ୍ରାପ୍ତ ହୋଇଥାଏ ।

ତେଣୁ ଚାଲନ୍ତୁ ପୂଜା ବିଷୟରେ କିଛି ନିୟମ ବିଷୟରେ ଜାଣିବା । ଠାକୁର ଘରେ କେବେ ମଧ୍ୟ ଭଗ୍ନ ଓ ଲଗ୍ନ ମୂର୍ତ୍ତି ରଖାଯାଇନଥାଏ । ଯେଉଁ ଫୋଟ କିଛି ଦିନ ପୂଜା କରିସାରିବା ପରେ କୌଣସି କାରଣରୁ ଭାଙ୍ଗିଯାଇଥାଏ । ତେବେ ସେହି ଭଙ୍ଗା ଫୋଟକୁ ଘରେ ରଖି ପୂଜା କରିବା ଅନୁଚିତ । ତେଣୁ ସେହି ଭଙ୍ଗା ଫୋଟକୁ ପାଣିରେ ନେଇ ବିସର୍ଜନ କରିଦେବା ଉଚିତ ।

ପାଣିରେ ଭଙ୍ଗା ଫୋଟ ପକାଇବା ସମୟରେ ସେଥିରେ ଥିବା ଫୋଟକୁ ପାଣିରେ ବିସର୍ଜନ କରିଦେବେ କିନ୍ତୁ ସେଥିରେ ଥିବା କାଚକୁ ଅନ୍ୟ ଏକ ଜାଗାରେ ପକାଇବେ । ଯେଉଁ ଜାଗାରେ ସେହି କାଚ କାହାର ଗୋଡରେ ପସିବାର ସମ୍ଭାବନା ନଥିବ । କାରଣ ଜାଣତରେ ବା ଅଜାଣତରେ ହୋଇଥିବା ଭୁଲ ମଧ୍ୟ ଶାସ୍ତ୍ରୀୟ ଧର୍ମ ଅନୁସାରେ ହିଁ ଭୁଲ ହିଁ ହୋଇଥାଏ ।

ଏହା ଛଡା ଘରକୁ ଆଣୁଥିବା ଫୋଟ ବା ମୂର୍ତ୍ତିରେ ବସ୍ତ୍ର ଦେବା ଉଚିତ । କାରଣ ଫୋଟକୁ ସେପରି ଉଲଗ୍ନ ଭାବରେ ରଖାଯାଇନଥାଏ । ତେଣୁ ଫୋଟ ବା ମୂର୍ତ୍ତିରେ ବସ୍ତ୍ର ଦେଇ ହିଁ ପୂଜା କରିବେ । ଯଦି ଛୋଟ ମୂର୍ତ୍ତି ବା ଫୋଟ ପୂଜା କରୁଛନ୍ତି । ଯେଉଁଥିରେ ଭଗବାନଙ୍କୁ ବସ୍ତ୍ର ପିନ୍ଧାଇବା ସମ୍ଭବ ହେଉନାହିଁ ।

ତେବେ ଖଣ୍ଡେ ରକ୍ଷା ସୂତ୍ର ମଧ୍ୟ ଠାକୁରଙ୍କୁ ବାନ୍ଧି ଦେବେ । ଯାହା ଦ୍ଵାରା ପ୍ରଭୁ ଉଲଗ୍ନ ହୋଇ ପୂଜା ନପାଇ ଠିକ ଭାବରେ ପୂଜା ପାଇପାରିବେ । କୌଣସି କାରଣରୁ ଯଦି ଫୋଟରେ ନିଆଁ ଲାଗି ଫୋଟର ସାମାନ୍ୟ ଅଂସ ବି ଜଳିଯାଇଥାଏ । ତେବେ ମଧ୍ୟ ସେହି ଫୋଟକୁ ପୂଜା କରିବା ଅନୁଚିତ । କାରଣ ପୋଡିଯାଇଥିବା ଫୋଟ ଘରେ ରଖି ପୂଜା କରିବା ଦ୍ଵାରା ଅଶୁଭ ହୋଇଥାଏ ।

ଠାକୁର ବିସର୍ଜନ କରିବା ପାଇଁ ଗୁରୁବାର, ପୂର୍ଣ୍ଣିମା ଓ ଏହିଭଳି କିଛି ଭଲ ଭଲ ପୂଜା ପର୍ବ ଦିନ ମାନଙ୍କୁ ଅନ୍ୟ ଦିନ ମାନଙ୍କରେ ଠାକୁରଙ୍କର ବିସର୍ଜନ କରିପାରିବେ । ଠାକୁରଙ୍କୁ ବିସର୍ଜନ କରିବା ପୂର୍ବରୁ ହାତ ଯୋଡିଓ ତାଙ୍କୁ କ୍ଷମା ପ୍ରାଥନା କରି ପ୍ରବାହିତ ଜଳରେ ମୂର୍ତ୍ତି ବା ଫୋଟ ବିସର୍ଜନ କରି ଦିଅନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *