Vastu Tips- ଠାକୁର ଘରେ ଭୁଲରେ ବି ରଖନ୍ତୁ ନାହିଁ ଏହି 3ଟି ଫଟୋ, ଘରେ ସର୍ବଦା ଲାଗି ରୁହେ କଳହ ଆଉ ଅଶାନ୍ତି, ହେଇଯିବେ ଦରିଦ୍ର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମର ହିନ୍ଦୁ ଧର୍ମ ଅନୁସାରେ ଆମେ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରିଥାଉ । ସମସ୍ତଙ୍କ ଘରେ ସକାଳେ ଓ ସନ୍ଧ୍ୟା ସମୟରେ ଭଗବାନଙ୍କର ପୂଜା ଅର୍ଚନା କରାଯାଇଥାଏ । ଠାକୁର ପୂଜା କରିବା ପାଇଁ ସ୍ଵତନ୍ତ୍ର ଠାକୁର ଘର ରହିଥାଏ । ଯେଉଁ ଜାଗାରେ ଠାକୁରଙ୍କ ମୂର୍ତ୍ତି କିମ୍ବା ଫୋଟ ରଖୀ ସେଠାରେ ପୂଜା କରାଯାଇଥାଏ । ଠାକୁର ପୂଜା କରିବା ଦ୍ଵାରା ହୃଦୟକୁ ଶାନ୍ତି ମିଳିଥାଏ ।

ଏହା ସହିତ ଭଗବାନଙ୍କର ଆଶ୍ରୀବାଦ ମଧ୍ୟ ଆମକୁ ପ୍ରାପ୍ତ ହୋଇଥାଏ । ଆପଣମାନେ ଜାଣିଛନ୍ତି ଏମିତି କିଛି ଫୋଟ ଅଛି । ଯେଉଁ ଫୋଟକୁ ଠାକୁର ଘରେ ରଖିବା ଉଚିତ ହୋଇନଥାଏ । ପ୍ରଥମ ଫୋଟ ହେଉଛି ନଟରାଜ ଫୋଟ କିମ୍ବା ମୂର୍ତ୍ତି । ଏହା ଦ୍ଵାରା ଘରର ଉନ୍ନତି ବଦଳରେ ଘରର କ୍ଷତି ହୋଇଥାଏ । ସେହି ବିଷୟରେ ଆଜି ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ।

ବିଧି ବିଧାନ ସହ ପୂଜା କରିବା ଦ୍ଵାରା ଆମର ମନସ୍କାମନା ପ୍ରଭୁ ପୂରଣ କରିଥାନ୍ତି । ଯଦି ତାଙ୍କର ନୀତି କାନ୍ତିରେ କିଛି ଅବହେଳା ହୋଇଥାଏ କି କିଛି ମଧ୍ୟ ଠାକୁର ଘରେ ପୂଜା ସମୟରେ ତ୍ରୁଟି ରହିଯାଇଥାଏ । ତେବେ ଏହାର ଫଳ ସ୍ୱରୂପ ଭଗବାନଙ୍କର କ୍ରୋଧର ଶିକାର ହେବା ପାଇଁ ପଡିଥାଏ । ନଟରାଜ  ଫୋଟ ଭଗବାନ ଶିବଙ୍କର ତାଣ୍ଡବ କାଳର ଫୋଟ ହୋଇଥାଏ । ଏହି ନଟରାଜ ଫୋଟ କିମ୍ବା ମୂର୍ତ୍ତି ଘରେ ରଖିବା ଦ୍ଵାରା ଘରେ ସର୍ବଦା କଳି ଲାଗିରହିଥାଏ । ଘର ପରିବାରର ସଦସ୍ୟ ମାନଙ୍କ ମଧ୍ୟରେ ମନ ମତାନ୍ତର ସୃଷ୍ଟି ହୋଇଥାଏ ।

ତେବେ ଯଦି ନଟରାଜ ପ୍ରତିମା ଆପଣଙ୍କ ଘରେ ରଖିଛନ୍ତି । ତେବେ ଭଗବାନ ଶିବଙ୍କୁ କ୍ଷମା ପାର୍ଥନା କରନ୍ତୁ । ସେହି ଫୋଟ କି ମୂର୍ତ୍ତିକୁ ନେଇ ଜଳରେ ଭସାଇ ଦିଅନ୍ତୁ । ଦିତୀୟ ଫୋଟ ହେଉଛି ମା ଦୂର୍ଗାଙ୍କର ଚଣ୍ଡୀରୂପଧାରୀ ଫୋଟ । ମା ଦୂର୍ଗାଙ୍କର ଫୋଟ ଘରେ ରଖିବା ଦ୍ଵାରା ଆମକୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ପରନ୍ତୁ ମା ଦୂର୍ଗାଙ୍କର ଚଣ୍ଡୀ ରୂପ ଧାରଣ ସମୟର କୋଣସି ପ୍ରକାର ଫୋଟ ଠାକୁର ଘରେ ରଖିବା ଠିକ ହୋଇନଥାଏ ।

ମାଙ୍କର ଚଣ୍ଡୀରୂପ ଧାରଣ ଫୋଟ ଘରେ ରଖିବା ଦ୍ଵାରା ଘରେ କଳହ ଲାଗିବାର ସମ୍ଭାବନା ଥାଏ । ତୃତୀୟ ଫୋଟ ହେଉଛି ଭଗବାନ ଶନିଦେବତା । ଭଗବାନ ଶନିଦେବତାଙ୍କର ଫୋଟ ମଧ୍ୟ ଠାକୁର ଘରେ ରଖିବା ଉଚିତ ହୋଇନଥାଏ । ଏହି ଫୋଟ ଘରେ ରଖିବା ଦ୍ଵାରା ଘର ପରିବାରରେ ଅଶାନ୍ତିର ବାତାବରଣ ଦେଖିବାକୁ ମିଳିଥାଏ ।

ଉପୋରୋକ୍ତ ୩ଟି ଫୋଟ ଯଥା ନଟରାଜ ମୂର୍ତ୍ତି, ମା ଦୂର୍ଗାଙ୍କର ଚଣ୍ଡୀ ରୂପୀ ଫୋଟ ଓ ପ୍ରଭୁ ଶନିଦେବତାଙ୍କ ଫୋଟକୁ ଘରେ ରଖୀ  ବିଧି ବିଧାନ ସହ ପୂଜା କରିବା ଦ୍ଵାରା ଘରର କିଛି ଅନିଷ୍ଟ ଘଟିନଥାଏ । ଯଦି ଏହାର ସଠିକ ବିଧି ବିଧାନ ଆପଣ ଜାଣିନାହାନ୍ତି । ତେବେ ଏହି ଦେବୀଦେବତାଙ୍କ ଫୋଟ କିମ୍ବା ମୂର୍ତ୍ତି ଘରେ ରଖୀ ପୂଜା କରିବା ଉଚିତ ନୁହେଁ । ଯଦି ଏହି ପୋଷ୍ଟଟି ଭଲ  ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *