ବନ୍ଧୁଗଣ, ହିନ୍ଦୁ ଧର୍ମ ର ପ୍ରତ୍ୟକ ଘରେ ଠାକୁର ଙ୍କୁ ପୂଜା କରାଯାଇଥାଏ । ଆପଣ ସବୁଦିନ ପୂଜା ପାଠ ରେ କଣ କରିବା ଉଚିତ ଏବଂ କଣ ନ କରିବା ଉଚିତ ଏହା ସମ୍ବନ୍ଧରେ ବିଶେଷ ନିୟମ ମାନ ରହିଅଛି । କାରଣ ପୂଜା କରିବା ସମୟରେ ନିୟମମାନି ପୂଜା କରିବା ଅତ୍ୟନ୍ତ ଆବଶ୍ୟକ । ଆମ୍ଭର ହିନ୍ଦୁ ଶାସ୍ତ୍ର ରେ ଏହା କୁହାଯାଇଅଛି ଯେ, ପୂଜା କରିବା ସମୟରେ ଯେଉଁ ସବୁ ଭୁଲ କରିବା ଉଚିତ ନୁହେଁ । ତଥା ପୂଜା କରିବା ସମୟରେ କେଉଁ ସବୁ ବିଷୟ ପ୍ରତି ବିଶେଷ ଧ୍ୟାନ ରଖିବା ଆବଶ୍ୟକ ।
ଅଜଣାତରେ ହେଉ ଅଥବା ଜଣାତରେ ପୂଜା କରିବା ସମୟରେ ଯଦି କିଛି ଭୁଲ ହୋଇଯାଏ, ତେବେ ଏହାର ପ୍ରଭାବ ବହୁତ ଭୟଙ୍କର ହେବା ସହିତ ଏହା ଆମ୍ଭର ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ ଠାକୁର ପୂଜା କରିବା ସମୟରେ ଏହିସବୁ ଭୁଲ କରିବା ଅନୁଚିତ । ୧- ଧର୍ମ ଶାସ୍ତ୍ର ଅନୁଯାୟୀ ଅପରାଧ କରି ଟଙ୍କା କମାଉଥିବା ବ୍ୟକ୍ତି ଯେତେ ପୂଜା ପାଠ କରିଲେ ତାହା ପୂଜା ନୁହେଁ । ଏହା ଅ-ପ-ରା-ଧ ସହିତ ସମାନ ହୋଇଥାଏ । ଏଣୁ ପୂଜା କରିବା ସମୟରେ କାହା ବିଷୟରେ ଖରାପ ଚିନ୍ତାଧାରା ରଖିବା ଉଚିତ ନୁହେଁ ।
୨- ପୂଜା କରିବା ସମୟରେ କଳା ରଙ୍ଗର ବସ୍ତ୍ର କୁ ପରିଧାନ କରି ପୂଜା କରିବା ଉଚିତ ନୁହେଁ । ଏଭଳି କରିବା ଦ୍ଵାରା ପୂଜାପାଠ ସଂପୂର୍ଣ୍ଣ ହୋଇନଥାଏ । ପୂଜା କରିଲା ବେଳେ ସବୁବେଳେ ଲାଲ ଅଥବା ଧଳା ବସ୍ତ୍ର ପରିଧାନ କରନ୍ତୁ ।
୩- ଯିଏ ଶବ କୁ ଅଥବା ମୃ-ତ ଶରୀରକୁ ସ୍ପର୍ଶ କରି ନ ଗାଧୋଇ ପୂଜା କରିଥାଏ, ତାହାର ପୂଜା ଯେବେ ମଧ୍ୟ ସଫଳ ହୋଇନଥାଏ । ଏହା ଦ୍ଵାରା ଗୃହରେ ରୋଗ ବ୍ୟାଧି ଏବଂ ଅଭାବ ଲାଗି ରହିଥାଏ ।
୪- ଯିଏ ରାଗି ଅନ୍ୟ ଉପରେ ରାଗି ଭଗବାନ ଙ୍କ ଉପାସନା ଅଥବା ପୂଜା ପାଠ କରିଥାଏ, ତାହାର ପୂଜା କୁ ଭଗବାନ ସ୍ଵୀକାର କରିନଥାନ୍ତି । ଆପଣ ସବୁବେଳେ ଶାନ୍ତ ମନରେ ପୂଜା କରିବା ନିମନ୍ତେ ଚେଷ୍ଟା କରନ୍ତୁ ।
୫- ଅନ୍ଧାରରେ ଭଗବାନ ଙ୍କ ମୂର୍ତ୍ତି କୁ ସ୍ପର୍ଶ କରିବା ଅଥବା ପୂଜା କରିବା ମଧ୍ୟ ଅପରାଧ ଅଟେ । ଏହିଭଳି ଭୁଲ ବହୁତ ଭୟଙ୍କର ହୋଇଥାଏ ।
୬- ପୂଜା କରିବା ସମୟରେ ଯିଏ ଘଣ୍ଟି ଅଥବା ଶଙ୍ଖ ବଜାଇ ପୂଜା କରି ନଥାଏ, ତାହାର ପୂଜା ରେ ଭଗବାନ ସନ୍ତୁଷ୍ଠ ହୋଇ ନଥାନ୍ତି ।
୭- ପୂଜା କରିବା ସମୟରେ ପୂଜା ଘର ସମୁଖରେ ଗପ କରିବା ଅଥବା କଲି କରିବା ଅନୁଚିତ । ଏଭଳି କରିଲେ ମାତା ଲକ୍ଷ୍ମୀ ଗୃହ ତ୍ୟାଗ କରିଥାନ୍ତି । ଆପଣ ମାନେ ଏହି ସବୁ ନିୟମ ପାଳନ କରନ୍ତୁ ଆପଣଙ୍କର ମଙ୍ଗଳ ହେବ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ