ନମସ୍କାର ବନ୍ଧୁଗଣ ଆପଣ ମାନେ ପ୍ରକୃତି ର ଅଦ୍ଭୁତ ରୂପ ନିଶ୍ଚିତ ଦେଖିଥିବେ ସେଥି ମଧ୍ୟରୁ ସବୁଠାରୁ ସୁନ୍ଦର ଵସ୍ତୁ ହେଉଛି ଫୁଲ । ଏହି ଫୁଲ କୁ ସମସ୍ତ ପସନ୍ଦ କରନ୍ତି ଏହା ଦେଖିବାକୁ ସୁନ୍ଦର ଏବଂ ମନୋହର ।
ତା ସହିତ ଏହି ଫୁଲ କୁ ପୂଜା କର୍ମ ରେ କିମ୍ବା ବିବାହ କାର୍ଯ୍ୟ ରେ ତା ସହିତ କେତେବେଳେ କାହାକୁ ଉପହାର ଦେବା ପାଇଁ ମଧ୍ୟ ଏହି ଫୁଲ ବ୍ୟବହାର କରାଯାଇଥାଏ । ତେବେ ସବୁଠାରୁ ଅଧିକ ଠାକୁରଙ୍କ ପୂଜା କର୍ମ ରେ ଫୁଲ ର ବ୍ୟବହାର ହୋଇଥାଏ । କିନ୍ତୁ ଆପଣ ମାନେ କଣ ଜାଣିଛନ୍ତି କି ଫୁଲ ତୋଳିବାର ଯେପରି ଅନେକ ନିୟମ ରହିଛି ସେହିପରି ଦେବତାଙ୍କୁ ଫୁଲ ଅର୍ପଣ କରିବାର ମଧ୍ୟ ନିୟମ ରହିଛି ।
ସେହି ନିୟମ ଅନୁସାରେ ହିଁ ଫୁଲ କୁ ତୋଳିବା ଏବଂ ଭଗବାନ ଙ୍କୁ ଚଢାଇବା ଉଚିତ ଏହା ଦ୍ୱାରା ଆମକୁ ଉଚିତ ଫଳ ପ୍ରାପ୍ତ ହୋଇଥାଏ । କିନ୍ତୁ ଯଦି ଭୁଲ ନିୟମ ରେ ଫୁଲ ତୋଳିବା ତେବେ ଆମର ଅନେକ ଅନିଷ୍ଟ ହୋଇଥାଏ । ତେବେ ଆସନ୍ତୁ ଆଜି ଜାଣିନେବା ସେହି ସଂପର୍କ ରେ ।
ତେବେ ଆମେ ଯେତେବେଳେ ପୂଜା ଅର୍ଚ୍ଚନା ର ସବୁ କାର୍ଯ୍ୟ ସ୍ନାନ କରିବା ପରେ କରିଥାଉ ତେବେ ଫୁଲ ମଧ୍ୟ ସ୍ନାନ କରିବା ପରେ ତୋଳିବା ଉଚିତ ବୋଲି ଭାବିଥାଉ କିନ୍ତୁ ଏହା ଭୁଲ ସବୁବେଳେ ସ୍ନାନ କରିବା ପୂର୍ବରୁ ହିଁ ଫୁଲ କୁ ତୋଳି ରଖିବା ଉଚିତ ଏହା ଶାସ୍ତ୍ର ଏବଂ ପୁରାଣ ରେ ମଧ୍ୟ ବର୍ଣ୍ଣିତ ଅଛି ।
ତେବେ ଫୁଲ କୁ ତୋଳିବା ସମୟରେ ନିଜର କନିଷ୍ଠ ଆଙ୍ଗୁଳି ଏବଂ ବିଶି ଆଙ୍ଗୁଳି ଲାଗିବା ଉଚିତ ନୁହେଁ । ଏହା ଛଡା କିଛି ଲୋକ ରାତିରୁ ଗଛ ରେ ଥିବା କଢ଼ କୁ ଛିଣ୍ଡାଇ ତାକୁ ପାଣିରେ ପକାଇ ଦିଅନ୍ତି ଏବଂ ସକାଳେ ତାହା ଫୁଟିଲେ ତାକୁ ଠାକୁର ଙ୍କ ପୂଜା କର୍ମ ରେ ବ୍ୟବହାର କରି ଥାଆନ୍ତି । କିନ୍ତୁ ଏଭଳି କରିବା ଅନୁଚିତ ଏବଂ ଏହା ଦ୍ୱାରା ଆମକୁ ପାପ ମଧ୍ୟ ଲାଗି ପାରେ କାରଣ ଏହା ଅପ୍ରାକୃତିକ ଭାବେ ଆମେ ଫୁଲକୁ ଫୁଟାଇଲୁ ତେଣୁ ସର୍ଵଦା ପ୍ରାକୃତିକ ଭାବରେ ଫୁଟିଥିବା ଫୁଲ ହିଁ ଠାକୁର ଙ୍କ ପାଖରେ ଚଢାଇବା ଉଚିତ ।
ତେବେ ଫୁଲ ତୋଳି ତାକୁ ଫ୍ରିଜ ରେ ରଖିବା ମଧ୍ୟ ବାସି ହୋଇଥାଏ । ଶାସ୍ତ୍ର ଅନୁସାରେ କେବଳ ପଦ୍ମ ଫୁଲ ପାଞ୍ଚ ଦିନ ପର୍ଯ୍ୟନ୍ତ ବାସି ହୋଇ ନଥାଏ, ଆଉ ଅଁଳା ପତ୍ର ଦୁଇ ଦିନ ପର୍ଯ୍ୟନ୍ତ ତେବେ ବେଳ ପତ୍ର ଏବଂ ତୁଳସୀ ପତ୍ର କେବେବି ବାସି ହୋଇ ନଥାନ୍ତି ଏହା ସର୍ଵଦା ତାଜା ଏବଂ ଶୁଦ୍ଧ ହୋଇ ରହିଥାଏ । ତେବେ ଆସନ୍ତୁ ଜାଣିବା କି ଯଦି ଫୁଲ ନ ଥାଏ ତେବେ ବିନା ଫୁଲ ରେ କିପରି ଦେବତାଙ୍କୁ ପୂଜା କରିବାକୁ ହେବ ।
ନିତ୍ୟ ପୂଜା ରେ ଫୁଲ ଅଭାବ ହେଲେ ଆପଣ ଜଳଦ୍ୱାରା, ଦୁବ ଦ୍ୱାରା, ବା ଅକ୍ଷତ ରେ ପୂଜା କରାଯାଇ ପାରିବ । କିନ୍ତୁ ଭଗବାନ ବିଷ୍ଣୁ ଙ୍କ ପୂଜାରେ ଅକ୍ଷତ ବ୍ୟବହାର କରା ଯାଏନାହିଁ । ମାଆ ଦୁର୍ଗା ଙ୍କ ପୂଜାରେ ଦୁବ ବ୍ୟବହାର କରାଯାଏ ନାହିଁ । ତେବେ ତାଙ୍କ ପୂଜାରେ ଅକ୍ଷତ ବ୍ୟବହାର କରାଯାଇ ପାରିବ । ତେବେ ଅକ୍ଷତ ର ଅର୍ଥ ହେଉଛି ଯେଉଁ ଚାଉଳ ଭାଙ୍ଗି ନଥାଏ । ଏହା ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଫୁଲ ଅର୍ପଣ କରାଯାଏ ସେଥିରେ ଗଣ୍ଠି ପଡି ନଥାଏ ।
ଦେବତାଙ୍କୁ ଯେତେବେଳେ ଫୁଲ ଅର୍ପଣ କରାଯାଏ ସେତେବେଳେ ବିଶି ଆଙ୍ଗୁଳି ବ୍ୟବହାର କରାଯାଇନଥାଏ । ଯେତେବେଳେ ଆପଣ ପୂଜା କରିବେ ସେତେବେଳେ ପ୍ରଥମେ ଦେବତାଙ୍କ ପାଦ ତଳେ ଫୁଲ ଅର୍ପଣ କରାଯାଇଥାଏ । ତାହା ପରେ ଦେବତାଙ୍କ ଗଳା କିମ୍ବା ମସ୍ତକ ରେ ଦିଆ ଯାଇଥାଏ । ଏହା ଛଡା କୌଣସି ଫୁଲ କୁ ଛିଣ୍ଡାଇ ଅର୍ପଣ କରିବେ ନାହିଁ । ତେବେ ଏହି ବିଷୟ ଟି ଆପଣ ଙ୍କୁ ପସନ୍ଦ ଆସିଥିବ ବୋଲି ଆଶା କରୁଛୁ ।