ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ସେଥିପାଇଁ ମଣିଷ ଦିନରାତି କଷ୍ଟ କରିଥାନ୍ତି । କାରଣ ଏହି ଜୀବନକୁ ଅତିବାହିତ କରିବାକୁ ହେଲେ ଧନର ବହୁତ ଆବଶ୍ୟକତା ରହିଛି ।
ଧନର ଦେବୀ ମା ଲକ୍ଷ୍ମୀ କେତେଜଣ ଲୋକଙ୍କ ଘରେ ବାସ କରିଥାନ୍ତି ତ ଅନ୍ୟ କେତେଜଣ ଲୋକଙ୍କ ଘରେ ବାସ କରିନଥାନ୍ତି । ଯେଉଁ ଲୋକ ମାନଙ୍କ ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି ସେହି ଘରେ ସୁଖ ସମୃଦ୍ଧି ରହିଥାଏ ଓ ସେହି ଘରେ କେବେହେଲ ଧନର ଅଭାବ ହୋଇନଥାଏ ।
ବନ୍ଧୁଗଣ ଜଣା ଅଜଣାତରେ ଲୋକ ମାନଙ୍କ ଦ୍ଵାରା ଏପରି କିଛି ଭୁଲ ହୋଇଥାଏ ଯାହାଦ୍ୱାରା ସେମାନଙ୍କ ଘରେ ମା ଲକ୍ଷ୍ମୀ ବାସ କରିନଥାନ୍ତି । ଆଜିଆମେ ଆପଣ ମାନଙ୍କୁ ସେହି ସମସ୍ତ ଭୁଲ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଭୁଲ ସେ ମଧ୍ୟ କରନ୍ତୁ ନାହିଁ । ଏହା ସହିତ ଏମିତି ମଧ୍ୟ କିଛି ଘର ବିଷୟରେ କହିବୁ ଯେଉଁଠି ଲକ୍ଷ୍ମୀ ବାସ କରିଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଭୁଲ ଗୁଡିକ ବିଷୟରେ ।
୧. ଯେଉଁ ଲୋକମାନେ କଥା କଥାରେ ରାଗି ଯାଇଥାନ୍ତି ଏବଂ ନିଜ ଦୋଷ ଅନ୍ୟ ଉପରେ ଲଦିଦେଇଥାନ୍ତି ସେମାନଙ୍କ ଘରେ କେବେହେଲେ ମା ଲକ୍ଷ୍ମୀ ବାସ କରିନଥାନ୍ତି ।
୨. ଯେଉଁ ଘରେ ଲୋକମାନେ ଶାନ୍ତିରେ ରହିଥାନ୍ତି ଏବଂ ପରସ୍ପର ସହ ଉତ୍ତମ ସମ୍ପର୍କ ରଖିଥାନ୍ତି ସେହି ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି ।
୩. ଯେଉଁ ଘରେ ପଣ୍ଡିତ, ଗୁରୁଜନ ଏବଂ ଜ୍ଞାନୀ ମାନଙ୍କର ଅପମାନ ହେଉଥାଏ କିମ୍ବା ଅନାଦର ହେଉଥାଏ ସେହିଘରେ କେବେହେଲେ ମା ଲକ୍ଷ୍ମୀ ବାସ କରିନଥାନ୍ତି ।
୪. ଯେଉଁ ଘରେ ସଖାଳେ ଓ ସନ୍ଧ୍ୟା ସମୟରେ ଦୀପ ଜଳଯାଏ ନାହିଁ ସେହି ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ ।
୫. ଯେଉଁ ଘରର ଲୋକମାନେ ଅଳସୁଆ ହୋଇଥାନ୍ତି ଏବଂ ଘରକୁ ସଫାସୁତୁରା ରଖିନଥାନ୍ତି ସେହି ଘରେ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ।
୬. ଯେଉଁ ଘରର ଲୋକମାନେ ଅନ୍ୟାୟ ଉପାୟରେ ଟଙ୍କା ଅର୍ଜନ କରିଥାନ୍ତି କିମ୍ବା ଅନ୍ୟ କାହାକୁ ଧୋକା ଦେଇଥାନ୍ତି ସେହି ଘରେ ମା ଲକ୍ଷ୍ମୀ କେବେହେଲେ ବାସ କରନ୍ତି ନାହିଁ ।
୭. ଯେଉଁ ଘରେ ମହିଳା ମାନଙ୍କର ଅପମାନ ହୋଇଥାଏ ଏବଂ ଘରର ଲକ୍ଷ୍ମୀଙ୍କୁ ଖରାପ କଥା କୁହାଯାଇଥାଏ ସେଠାରେ କେବେହେଲେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ ।
୮. ଯେଉଁ ଘରେ ପ୍ରତ୍ୟକ ଦିନ ଗାଈକୁ ରୁଟି ଖାଇବାକୁ ଦିଆଯାଇଥାଏ ସେହି ଘରେ ସର୍ବଦା ମା ଲକ୍ଷ୍ମୀଙ୍କର ବାସ ରହିଥାଏ ।
୯. ଗୁରୁବାର କିମ୍ବା ଶୁକ୍ରବାର ଦିନ କୌଣସି ମନ୍ଦିର ପରିସରରେ କଦଳୀ ଗଛ ଲଗାଇଲେ ଭାଗ୍ୟ ଉଦୟ ହୋଇଥାଏ ଏବଂ ମା ଲକ୍ଷ୍ମୀଙ୍କ କୃପା ରହିଥାଏ ।
୧୦. ଶୁକ୍ରବାର କିମ୍ବା ଧନ ତରସ ଦିନ ମୟୂର ଯେଉଁ ସ୍ଥାନରେ ନୃତ୍ୟ କରିଥାଏ ସେହି ସ୍ଥାନରୁ ମାଟି ଆଣି ଲକ୍ଷ୍ମୀଙ୍କ ପାଖରେ ପୂଜା କରି ଏକ ଲାଲ କପଡାରେ ବାନ୍ଧି ଘରେ ରଖିଲେ ଧନର ବୃଦ୍ଧି ହୋଇଥାଏ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।