Swapna Shastra- ସ୍ଵପ୍ନରେ ସାପ ଦେଖିବାର ଅର୍ଥ କଣ ହୋଇଥାଏ ? ଶୁଭ ଅଶୁଭ ଫଳାଫଳ

ବନ୍ଧୁଗଣ, ସାଧାରଣତ ସ୍ଵପ୍ନ ପ୍ରତ୍ୟକ ବ୍ୟକ୍ତି ଦେଖିଥାନ୍ତି । ସ୍ଵପ୍ନରେ ଆସୁଥିବା ଜିନିଷ ଅଥବା ଅନୁଭବ କାହା ହାତରେ ମଧ୍ୟ ନଥାଏ । ମାତ୍ର ଜ୍ୟୋତିଷ ବିଦ୍ୟା ଅନୁଯାୟୀ ସ୍ଵୋପ୍ନ ରେ ଦେଖୁଥିବା ସମସ୍ତ ଜିନିଷର କିଛି ନା କିଛି ଅର୍ଥ ଅଥବା ରହସ୍ୟ ରହିଥାଏ । ଆପଣଙ୍କ ମଧ୍ୟରୁ ଅନେକ ବ୍ୟକ୍ତି ସ୍ଵପ୍ନ ରେ ସାପ କୁ ନିଶ୍ଚିତ ଭାବରେ ଦେଖିଥିବେ । ଏହା ସମ୍ବନ୍ଧରେ କେତେ ଲୋକ ଅନେକ କଥା କହିଥାନ୍ତି ତ ଅନ୍ୟ କେତେକ ଏହାର ଅନେକ ଅର୍ଥ ବାହାର କରିଦେଇଥାନ୍ତି । ମାତ୍ର ଶାସ୍ତ୍ର ଅନୁଯାୟୀ ସ୍ଵୋପ୍ନ ରେ ଦେଖୁଥିବା ଜିନିଷ ଆମ୍ଭ ଭବିଷ୍ୟତ ସମ୍ବନ୍ଧରେ ସୂଚନା ଦେଇଥାଏ ।

ତାହା ଶୁଭ ହେଉ ଅଥବା ଅଶୁଭ । ଆସନ୍ତୁ ଜାଣିବା ବର୍ତ୍ତମାନ ଯେ ସ୍ଵପ୍ନ ରେ ସାପ ଦେଖିବାର ଅର୍ଥ କଣ ହୋଇଥାଏ ? ଏବଂ ଏଭଳି ସ୍ଵୋପ୍ନ ଦେଖିବା ଫଳରେ ଭବିଷ୍ୟତ ରେ ଆପଣଙ୍କ ସହିତ କଣ ଘଟିବାର ସମ୍ଭାବନା ରହିଥାଏ ?

୧;- ଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କ ସ୍ଵପ୍ନ ରେ ଆପଣଙ୍କୁ କୌଣସି ସାପ କାମୁଡି ଦେଉଥାଏ, ତେବେ ଆପଣଙ୍କ ପାଖକୁ ଧନଧାନ୍ୟ ଆସିବାର ସମ୍ଭାବନା ରହିଥାଏ । ପରନ୍ତୁ ଜ୍ୟୋତିଷ ପୁସ୍ତକ ସ୍ଵପ୍ନ ଶାସ୍ତ୍ର ରେ କୁହାଯାଇଅଛି ଯେ, ଅନେକ ସମୟରେ ସ୍ଵପ୍ନରେ ସାପ କୁ ଦେଖିବା ଶୁଭ ହୋଇଥାଏ ତ ଅନ୍ୟ କେତେକ କ୍ଷେତ୍ରରେ ଅଶୁଭ ମଧ୍ୟ ହୋଇଥାଏ । ଜ୍ୟୋତିଷଚାର୍ଜ୍ୟ ଅନୁଯାୟୀ ସାପ କେଉଁ ସ୍ଥିତିରେ ଦେଖାଯାଏ ? ଶୁଭ ତଥା ଅଶୁଭ ଫଳ ଏହା ଉପରେ ନିର୍ଦ୍ଧାରିତ ହୋଇଥାଏ । ସ୍ଵପ୍ନ ରେ ସାପ କୁ ଅଲଗା ଅଲଗା ଅବସ୍ଥାରେ ଦେଖିବାର ଅଲଗା ଅଲଗା ଅର୍ଥ ରହିଥାଏ ।

୨- ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କୁ ଏଭଳି ସ୍ଵପ୍ନ ଆସେ ଯେ ସାପ ଆପଣଙ୍କ ପିଛା କରୁଅଛି ଏବଂ ଆପଣ ଭୟ କରୁଛନ୍ତି । ତେବେ ଏହାର ଅର୍ଥ ଆପଣ ନିଜ ଭବିଷ୍ୟତ ପ୍ରତି ଭୟ କରିଅଛନ୍ତି । କୌଣସି ଚିନ୍ତା ରହିଛି ଯାହା ଆପଣଙ୍କୁ ଅତିବ୍ୟସ୍ଥ କରିପକାଉଛି । ଆପଣ ସତ କୁ ସ୍ଵୀକାର କରିବାର ସାହସ ଦେଖାଇ ପାରୁ ନାହାନ୍ତି । ଅଥବା ଆପଣଙ୍କୁ ଡର ରହିଥାଏ ଯେ ଆପଣ ଙ୍କ କୌଣସି ରହସ୍ୟ ଅନ୍ୟ ଆଗରେ ଖୋଲିଯାଇନପାରେ । ଯଦି ଏଭଳି ଦେଖନ୍ତି ତେବେ ଆପଣ ନିଶ୍ଚିତ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ଭବିଷ୍ୟ ପ୍ରତି ନିଶ୍ଚିତ ବିପଦ ରହିଅଛି । ଏହିଭଳି ସ୍ଵପ୍ନ କୁ ଅଶୁଭ ବୋଲି ମାନାଯାଇଅଛି ।

୩- ଯଦି ସ୍ଵପ୍ନ ରେ ସାପ ଆପଣଙ୍କୁ କା-ମୁ-ଡି ଥାଏ ତେବେ ଏହାର ଅର୍ଥ ଆପଣଙ୍କ ଉପରେ କୌଣସି ବିପଦ ଆସିବାର ସମ୍ଭାବନା ରହିଅଛି । ଏଥି ନିମନ୍ତେ ଏଭଳି ହେବା ମଧ୍ୟରେ ଆପଣଙ୍କୁ ସତର୍କ ରହିବାକୁ ହେବ ବୋଲି କୁହା ଯାଇଅଛି ।

୪- ସ୍ଵପ୍ନରେ ଅଧିକ ସାପ ଦେଖିବା ମଧ୍ୟ ଅଶୁଭ ହୋଇଥାଏ । ଏହି ସାପ କୁ ଯଦି ଆପଣ ସ୍ଵପ୍ନ ରେ ମାରି ଦେଇଥାନ୍ତି ତେବେ ଏହାର ଅର୍ଥ ଆସୁଥିବା ସଙ୍କଟ ଉପରେ ଆପଣ ବିଜୟ ନିଶ୍ଚିତ ପାଇବେ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *