Vastu Tips- ସ୍ଵାମୀଙ୍କ ସହିତ ଭୋଜନ କରୁଥିବା ସ୍ତ୍ରୀ ମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ, ଜାଣନ୍ତୁ ଭୋଜନର ସଠିକ ନିୟମ

ବନ୍ଧୁଗଣ ଆମ ଜୀବନରେ ଖାଦ୍ୟ ଯେତିକି ଜରୁରୀ ଅଟେ ଠିକ ସେତିକି ବସ୍ତ୍ର, ଘର ମଧ୍ୟ ଜରୁରୀ ଅଟେ । ମଣିଷ ଏହି ୩ଟି ଜିନିଷ ପୁରା କରିବା ପାଇଁ ଅନେକ ଚେଷ୍ଟା କରିଥାଏ । ହିନ୍ଦୁ ଧର୍ମ ଅନୁସାରେ ଭୋଜନ କରିବା ପୂର୍ବରୁ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ । ଏହା ସହ ଭଗବାନଙ୍କୁ ଭୋଗ ଲଗାଇବା ସହ ତାଙ୍କୁ ଭୋଜନ ପାଇଁ ଧନ୍ୟବାଦ ଦେବା ଉଚିତ । ଭୋଜନ କରିବା ସମୟରେ ଶାସ୍ତ୍ରରେ ଏମିତି କିଛି ନିୟମ କୁହା ଯାଇଛି ଯାହାର ପାଳନ କରିବା ଉଚିତ ।

ଆଜି ଆମେ ଆପଣ ମାନଙ୍କୁ ସ୍ଵାମୀଙ୍କ ସହ ସ୍ତ୍ରୀ ଭୋଜନ କରିବା ଦ୍ଵାରା କଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ହିନ୍ଦୁ ଧର୍ମ ଅନୁଯାୟୀ ଭୋଜନ କରିବା ସମୟରେ ବାର୍ତ୍ତାଳାପ କରିବା ଅନୁଚିତ । ଯଦି ଆପଣ ନିୟମ ଅନୁସାରେ ଭୋଜନ କରୁଛନ୍ତି ତେବେ ଆପଣଙ୍କ ଜୀବନରେ କେବେ ସମସ୍ଯା ଆସିବ ନାହି ।

୨- ଶାସ୍ତ୍ର ଅନୁସାରେ କୌଣସି ବ୍ଯକ୍ତିର ଅଇଁଠା ଖାଇବା ଉଚିତ ନୁହେଁ । ଆଜିକାଲି ଲୋକ ମାନେ ମିତ୍ର ମାନଙ୍କ ଗହଣରେ ଖାଦ୍ୟ ସେୟାର କରିବା ସମୟରେ ତାଙ୍କର ଅଇଁଠା ଖାଉଛନ୍ତି ଯାହା ଅଶୁଭ ହୋଇଥାଏ । ଆମେ ଯାହାର ଅଇଁଠା ଖାଉଥାଉ ଯଦି ସେ ବ୍ୟକ୍ତି ଅଶୁଭ ବିଚାର ସ୍ଵଭାବର ହୋଇଥିବ ତେବେ ଆପଣଙ୍କ ଜୀବନରେ ମଧ୍ୟ ଏହାର ପ୍ରଭାବ ପଡିପାରେ ।

ଏହା ଦ୍ଵାରା ଆପଣଙ୍କର ସବୁ କାମ ବନ୍ଦ ହେବା ସହ ସମ୍ପର୍କରେ ବାଧା ଆସିଥାଏ । ବୈଜ୍ଞାନିକ ଅନୁସାରେ ଅଇଁଠା ଖାଇବା ଦ୍ଵାରା ଦେହ ଖରାପ ହୋଇଥାଏ । ଏହାର ସବୁଠାରୁ ବଡ ପ୍ରଭାବ ହେଉଛି ଧନ ହାନି ହୋଇଥାଏ । ଏହା ସହ ଧନ ସଞ୍ଚୟ କରିବା ମଧ୍ୟ ସମ୍ଭବ ହୁଏ ନାହି ।

୩- ଶାସ୍ତ୍ର ଅନୁସାରେ ଭୋଜନ କରିବା ସମୟରେ ଅପରିଷ୍କାର ସ୍ଥାନରେ ବସିବା ଦ୍ଵାରା ବା ହାତ ନ ଧୋଇ ଖାଇବା ଦ୍ଵାରା ଆର୍ଥିକ ସମସ୍ଯା ସୃଷ୍ଟି ହୋଇଥାଏ । ଏହା ସହ ଧନ ହାନି ହେବା ସହ ସ୍ୱାସ୍ଥ୍ୟ ଖାରପ ହୋଇଥାଏ । ତେଣୁ ସ୍ନାନ କରିବା ପରେ ଭୋଜନ ଗ୍ରହଣ କରିବା ଉଚିତ ।

୪- ଭୋଜନ କରିବା ସମୟରେ ଠିଆ ହୋଇ କରିବା ଅନୁଚିତ । ଏହା ଦ୍ଵାରା ହଜମ ଶକ୍ତି ହୁଏ ନାହି , ତେଣୁ ସର୍ବଦା ବସିକରି ଭୋଜନ କରିବା ଉଚିତ । ଭୋଜନ କରିବା ସମୟରେ ଦକ୍ଷିଣ ଦିଗରେ ବସିଲେ ଘାଏ ଖରାପ ଶକ୍ତିର ବାସ ରହିଥାଏ । ପଶ୍ଚିମ ଦିଗରେ ବସି ଭୋଜନ କରିଲେ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ତେଣୁ ପୂର୍ବ ଓ ଉତ୍ତର ଦିଶାରେ ବସି ଭୋଜନ କରିବା ଉଚିତ ।

୫- ବାସ୍ତୁ ଅନୁସାରେ ରୋଷେଇ ଘରେ ବସି ଭୋଜନ କରିବା ଉଚିତ । ଆଜିକାଲି ସ୍ଵାମୀ ସ୍ତ୍ରୀ ଗୋଟିଏ ଥାଳିରେ ଏକାଠି ବସି ଖାଉଛନ୍ତି ଯାହା ଠିକ ନୁହେଁ । ଶାସ୍ତ୍ର ଅନୁସାରେ ସ୍ଵାମୀ ସ୍ତ୍ରୀଙ୍କୁ ଏକାଠି ବସି ଭୋଜନ କରିବା ଦ୍ଵାରା ଦରିଦ୍ରତା ଆସିଥାଏ । ତେଣୁ ସ୍ଵାମୀ ଖାଇବା ପରେ ସ୍ତ୍ରୀ ଭୋଜନ କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *