ବନ୍ଧୁଗଣ, ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ସଂସାରରେ ପତି ଓ ପତ୍ନୀଙ୍କ ସମ୍ବନ୍ଧ ଦୁନିଆର ସବୁଠାରୁ ମଜବୁତ ସମ୍ପର୍କ ହୋଇଥାଏ । ଏବଂ ଏହା ସହିତ ସବୁଠାରୁ କମଜୋର ସମ୍ପର୍କ ମଧ୍ୟ ଏହା ହୋଇଥାଏ । ଯଦି ପତି ପତ୍ନୀଙ୍କ ମନ, ବିଚାର, ଭାବନା, ସଂସ୍କାର ଓ କର୍ମ ନିଜ ମଧ୍ୟରେ ସମାନ ଥାଏ ଅଥବା ମିଶିଥାଏ, ତେବେ ଏହି ସମ୍ପର୍କ ସବୁଠୁ ମଜବୁତ ଓ ସୁଖମୟ ହୋଇଥାଏ । ଯଦି ଏହାର ବିପରୀତ ହୋଇଥାଏ, ତେବେ ଦୁହିଁ ଙ୍କ ଜୀବନ ଦୁଃଖ ଓ କ୍ଳେଶ ରେ ଭରି ହୋଇଥାଏ ।
ପତି ଓ ପତ୍ନୀଙ୍କୁ ନିଜ ବୈବାହିକ ଜୀବନର ସବୁ କର୍ତ୍ତବ୍ୟ, ବଚନ ଓ କର୍ମକୁ ସଠିକ ଭାବେ ପାଳନ କରିବା ଦରକାର । ପତି ପତ୍ନୀଙ୍କ ମଧ୍ୟରେ ମତଭେଦ ହେବା ଓ ଝଗଡ଼ା ହେବା ଏକ ସାମାନ୍ୟ କଥା, ଏହି କଥାକୁ ପତି ପତ୍ନୀ ମିଶିକି ନିଜ ଭିତରେ ମାମଲା କୁ ବୁଝିବା ଦରକାର । କୌଣସି ବାହାର ଲୋକଙ୍କ ମତ କିମ୍ବା ରାୟ ନେବା କଥା ନୁହେଁ । ତେଣୁ ସେ ଯେତେ ବି ନିଜର ହୁଅନ୍ତୁ ନା କାହିଁକି ? ଆପଣ ଦୁହେଁ ସାତ ଜନ୍ମ ପାଇଁ ପତି ପତ୍ନୀ ହୋଇ ରହିଲେ, ସେଥିପାଇଁ ଆପଣ ଦୁଇ ଜଣଙ୍କ ଭିତରେ ଭୁଲ ବୁଝାମଣା କରନ୍ତୁ ନାହିଁ ।
ପତି ଓ ପତ୍ନୀଙ୍କ ଭିତରେ ସାଙ୍ଗ ବା ବନ୍ଧୁ ଭଳି ସମ୍ପର୍କ ହେବା ଦରକାର । ବେଳେବେଳେ କୌଣସି କାରଣରୁ ପତି ଓ ପତ୍ନୀ ବାହାରେ ଝଗଡ଼ା କରିବାକୁ ଲାଗିଯାନ୍ତି । ଦୁଇ ଜଣ ଦୁଇ ଜଣଙ୍କୁ ଭଲ ମନ୍ଦ କହିଥାନ୍ତି, କିନ୍ତୁ ବନ୍ଧୁଗଣ ଏମିତି କରିବା ଉଚିତ ନୁହେଁ । ଦୁହେଁ ଦୁହିଁଙ୍କର ମାନ୍ନସମ୍ମାନ କଥା ଧ୍ୟାନ ରଖିବା ନିହାତି ଦରକାର । ମନରେ ଯେତେ ବି ରାଗ ଥାଉ ନା କାହିଁକି ଆପଣ ଲୋକଙ୍କ ସାମନା ରେ ଏମିତି ଗାଳି ଗୁଲଜ କହିବା ଠିକ ନୁହେଁ ।
ଏହା କରିବା ଦ୍ଵାରା ଆପଣଙ୍କର ଦାରିଦ୍ର୍ୟତା ବୃଦ୍ଧି ପାଏ, ଏବଂ ଯେଉଁ ସ୍ତ୍ରୀ ନିଜ ସ୍ଵାମୀ ପଛରେ ତାଙ୍କ ବିଷୟରେ ଅପଶବ୍ଦ କୁହେ ଓ ମନ୍ଦ ଗୁଣଗାନ କରିଥାଏ, ସେ ଜାଗାରୁ ଲକ୍ଷ୍ମୀ ଦୂରେଇ ଯାଇଥାନ୍ତି ସେଥିପାଇଁ ମହିଳା ମାନଙ୍କୁ ଖାସ କରି ଏହି କଥା ଧ୍ୟାନ ରଖିବାକୁ ପଡ଼ିବ । ଦୁହେଁ ଦୁହିଁଙ୍କ ପ୍ରତି ନିଷ୍ଠାବାନ ହେବା ଦରକାର । ନିଜ ଚରିତ୍ର ଓ ବିଶ୍ୱାସ ସ୍ୱଚ୍ଛ ରଖିବା ଦରକାର । ଧୋକା ଭଳି ଶବ୍ଦ ପତିପତ୍ନୀ ଙ୍କ ଭିତରେ ନ ଆସିବା ଭଲ । ଅନ୍ୟ ବ୍ୟକ୍ତି ସହ ସମ୍ପର୍କ ଦୁହିଁଙ୍କ ଜୀବନରେ ଓ ପରିବାରରେ ଅଶାନ୍ତି ଆଣିଦେଇଥାଏ ।
ଶାସ୍ତ୍ର ଅନୁସାରେ ପତ୍ନୀକୁ ପତି ଖାଇସାରିବା ପରେ ଭୋଜନ ଗ୍ରହଣ କରିବା ଉଚିତ । ପତି ଭୋଜନ କରିବା ଆଗରୁ ପତ୍ନୀ ଭୋଜନ କଲେ ପତ୍ନୀର ପବିତ୍ରତା ନଷ୍ଟ ହେଇଥାଏ । ଏବଂ ଏହି କାରଣରୁ ଘରେ ନାକରତ୍ମକତା ବୃଦ୍ଧି ପାଇଥାଏ ଓ ସୁଖଶାନ୍ତି ପଳେଇ ଥାଏ । ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ପତି ପତ୍ନୀ ଦୁହିଁଙ୍କୁ ନିଜର ସମ୍ମାନ ଅବଶ୍ୟ କରିବା ଦରକାର । ଯେଉଁ ସ୍ତ୍ରୀ ନିଜ ସ୍ଵାମୀଙ୍କ ଭୋଜନ ପରେ ନିଜେ ଭୋଜନ କରିଥାଏ, ତାଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ ।
ପତି ଓ ପତ୍ନୀଙ୍କୁ କେବେ ବି ଦୁହିଁଙ୍କ ଉପରେ ସନ୍ଦେହ କରିବା ଉଚିତ ନୁହେଁ । ସନ୍ଦେହ ଦ୍ଵାରା ନିଜ ପରିବାର ଉଜୁଡ଼ି ଯାଇଥାଏ । ତେଣୁ ପତି ପତ୍ନୀଙ୍କୁ ଏହି ସବୁ ବିଷୟରେ ଧ୍ୟାନ ରଖିବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।