ସ୍ଵାମୀ ସ୍ତ୍ରୀଙ୍କ ଝଗଡା କେମିତି ଦୂର ହେବ ? ଆଜିର 20ଟି Anuchinta

ଆଜି ଆମେ ଆପଣଙ୍କ ପାଇଁ କିଛି ଅନୁଚିନ୍ତା ନେଇ ଆସିଛୁ । ଯାହାକି ଆପଣଙ୍କ ଜୀବନ ଉପରେ ଆଧାରିତ । ଯଦି ଆପଣ ଏହି ଛୋଟ ଛୋଟ କଥା ଉପରେ ଧ୍ୟାନ ରଖିବେ ଓ ଏହାକୁ ମାନି ଚଳିବେ ତେବେ ଆପଣଙ୍କ ଜୀବନରେ କେବେ ବି କୌଣସି ପ୍ରକାରର ଅଭାବ ଓ ଅସୁବିଧା ଦେଖିବାକୁ ମିଳିବ ନାହିଁ । ଘରେ ସର୍ବଦା ସୁଖ ଓ ଶାନ୍ତି ରହିବ ।

·     ଯଦି ଆପଣଙ୍କ ଉପରେ ଶନି ଦଶା ଅଛି ତେବେ କାଉକୁ ଖାଇବାକୁ ଦିଅନ୍ତୁ ଓ ଘୋଡା ନାଳକୁ ଆଙ୍ଗୁଠିରେ ପିନ୍ଧନ୍ତୁ । ଶନି ଦୋଷରୁ ମୁକ୍ତି ମିଳିବ ।

·     ଘରର ମୁଖ୍ୟ ଦ୍ଵାରରେ କେବେ ବି କଣ୍ଟା ଗଛ କିମ୍ବା ଭାଙ୍ଗି ଯାଇ ଥିବା କୌଣସି ବି ଜିନିଷ ରଖନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ ।

·     ମାଟି ସୁରେଇରେ ପାଣି ରଖି ଘରର ଉତ୍ତର ପୂର୍ବ ଦିଗରେ ଏହି ମାଟି ସୁରେଇକୁ ରଖିବେ ତେବେ ଏହା ଦ୍ଵାରା ଘରର ବାସ୍ତୁ ସମସ୍ୟା ଦୂର ହୋଇଯିବ ।

·     ୭ ଟି ଦ୍ଵିତୀୟା ଚନ୍ଦ୍ର ଦର୍ଶନ କରିଲେ ଆପଣଙ୍କ ସବୁ ମନୋକାମନା ପୂର୍ଣ ହୋଇଯିବ ।

·     ଉଭୟ ପୁରୁଷ ଓ ମହିଳା କେବେ ବି ନିଜର ବେକକୁ ଖାଲି ରଖନ୍ତୁ ନାହିଁ, ଏହା ବହୁତ ଅଶୁଭ ହୋଇଥାଏ ।

·     ଯଦି ଆପଣ ସବୁଦିନ ଦୁଇଟି ନିମ୍ବ ପତ୍ର ଚୋବାଇ ଖାଇବେ ତେବେ ମୁହଁରେ କୌଣସି ବି ପ୍ରକାରର ଦାଗ ଆସିବ ନାହିଁ । ଚେହେରା ଗ୍ଲୋ କରିବ ।

·     ସକାଳୁ ଉଠି ଏକ ଗ୍ଳାସ ପାଣି ପିଇବା ଦ୍ଵାରା ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କ ଜୀବନ ପାଇଁ ବହୁତ ଶୁଭଦାୟକ ହୋଇଥାଏ ।

·     ପିତୃ ମାତୃ ଶ୍ରାଦ୍ଧ ଦିନ କେବେ ବି କାହା ଘରେ ଖାଆନ୍ତୁ ନାହିଁ । ପାନ ବି ଖାଇବା ଉଚିତ ନୁହେଁ ।

·     ଆପଣ ଯେତେ ଚୁପ ରହିବେ ସେତିକି ହିଁ ଆପଣଙ୍କ ପାଇଁ ଭଲ ରହିବ ।

·     ସର୍ବଦା ଭୂମି ଉପରେ ଆସନ ପାରି ଖାଦ୍ୟ ସେବନ କରନ୍ତୁ । ଏହା ବହୁତ ମଙ୍ଗଳମୟ ହୋଇଥାଏ ।

·     ଯଦି ସ୍ଵାମୀ ସ୍ତ୍ରୀ ମଧ୍ୟରେ ସବୁବେଳେ ଝଗଡା ଲାଗି ରହୁଛି, ତେବେ ଏହିଭଳି ସ୍ଥିତିରେ ଦୁଇଟି ମୟୂର ପର ଆଣି ତାକୁ ବିବାହର ଆଲବମରେ ରଖି ଦିଅନ୍ତୁ । ଏହା ଦୂର ହୋଇଯିବ ।

·     ବାଥରୁମରେ ସମ୍ପୂର୍ଣ ଉଲଗ୍ନ ହୋଇ ଗାଧୋଇବା ଉଚିତ ନୁହେଁ । ଏହା ଦ୍ଵାରା ପିତୃ ପୁରୁଷ ଅସନ୍ତୁଷ୍ଟ ହୋଇଥାନ୍ତି ।

·     ସିନ୍ଦୁର ପିନ୍ଧିବା ସମୟରେ କଣ୍ଟା କିମ୍ବା ଝିଙ୍କ କାଠିରେ ଯଦି ସିନ୍ଦୁର ପିନ୍ଧିବେ ତେବେ ଏହା ଶୁଭ ହୋଇଥାଏ ।

·     ସନ୍ଧ୍ୟା ସମୟରେ କେବେ ବି ଶୋଇବେ ନାହିଁ, ଖାଇବେ ନାହିଁ କିମ୍ବା ପାଠ ପଢିବା ଉଚିତ ନୁହେଁ ।

·     ସକାଳୁ ଉଠିବା ପରେ କେବେ ବି ପ୍ରଥମେ ଆଇନାକୁ ଦେଖନ୍ତୁ ନାହିଁ । ଭଗବାନଙ୍କ ଦର୍ଶନ କରିବା ପରେ ହିଁ ଆଇନା ଦେଖନ୍ତୁ ।

·     ପୁରୁଷମାନଙ୍କ ଡାହାଣ ହାତ ପାପୁଲି ଓ ମହିଳାମାନଙ୍କ ବାମ ହାତ ପାପୁଲି କୁଣ୍ଡାଇ ହେବାର ଅର୍ଥ ଏହା ଧନ ପ୍ରାପ୍ତିର ସଂକେତ ଦେଇଥାଏ ।

·     ଦୋକାନର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ ଲଗାଇବା ବହୁତ ସୁଭ ହୋଇଥାଏ ।

·     ଗ୍ରହଣ ଲାଗି ଥିବା ସମୟରେ କିଛି ବି ଖାଇବା ଉଚିତ ନୁହେଁ ଓ ଗ୍ରହଣ ଛାଡିବା ପରେ ଗାଧୋଇବା ଉଚିତ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *