ଆଜି ଆମେ ସେହି ୫ଟି ସ୍ବପ୍ନ ବିଷୟରେ ଆପଣଙ୍କୁ ଜଣାଇବୁ, ଯାହା ଆପଣ କେବେ ନା କେବେ ନିଶ୍ଚୟ ଦେଖିଥିବେ ଓ ତାହା ଅନ୍ୟ ଲୋକଙ୍କୁ କହିବାର ଭୁଲ୍ ମଧ୍ୟ କରିଥିବେ। ଆପଣଙ୍କୁ କହି ରଖିଛୁ ଯେ ଆପଣ ଏହି ୫ ପ୍ରକାର ସ୍ବପ୍ନକୁ କେବେ ମଧ୍ୟ କାହାକୁ କହିବା ଉଚିତ୍ ନୁହେଁ।
କାରଣ ଏହି ସ୍ବପ୍ନ ଗୁଡ଼ିକ ବିଷୟରେ ଅନ୍ୟକୁ କହିବାର ପରିଣାମ କଣ ହୋଇପାରେ, ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ। ଶୋଇବା ସମୟରେ ସ୍ବପ୍ନ ଦେଖିବା ଏକ ସାଧାରଣ ପ୍ରକ୍ରିୟା ଅଟେ। ଆମେ ଅନେକ ସମୟରେ କଣ ସ୍ବପ୍ନ ଦେଖିଲୁ ତାହା ଅନ୍ୟକୁ କହିଥାଉ ଓ ଅନ୍ୟ ଲୋକଙ୍କୁ ମଧ୍ୟ ତାଙ୍କ ସ୍ବପ୍ନ ବିଷୟରେ କହୁଥିବାର ଶୁଣିବାକୁ ପାଉ। ମାତ୍ର ଏପରି କେତେକ ସ୍ବପ୍ନ ଅଛି ଯାହା ଅନ୍ୟକୁ କହିବା ଦ୍ବାରା ତାର ଭବିଷ୍ୟତରେ ମିଳିବାକୁ ଯାଉଥିବା ଫଳ ପ୍ରଭାବିତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ସ୍ବପ୍ନ ଗୁଡ଼ିକ କଣ।
୧- ପ୍ରକୃତି ସମ୍ବନ୍ଧିତ ସ୍ବପ୍ନ
ସ୍ୱପ୍ନରେ ନିଜକୁ ପ୍ରକୃତିର ବହୁତ ନିକଟରେ ଥିବା ଦେଖିବା ଅର୍ଥାତ୍ ସ୍ୱପ୍ନରେ ସମୁଦ୍ର, ପାହାଡ଼, ଜଙ୍ଗଲ, ନଦୀ ଆଦି ଦେଖିବାର ଅର୍ଥ ହେଉଛି ଆପଣଙ୍କ ଜୀବନରେ ବହୁତ ଶୀଘ୍ର ବଡ଼ ଖୁସି ଖବର ଆସିବାକୁ ଯାଉଛି। ମାତ୍ର ଏହି ସ୍ବପ୍ନ ବିଷୟରେ ଅନ୍ୟକୁ କହିବା ଦ୍ବାରା ହୋଇପାରେ ଆପଣ ଏହା ଦ୍ବାରା ପାଇବାକୁ ଯାଉଥିବା ଫଳରୁ ବଞ୍ଚିତ ରହିଯିବେ। ସେଥିପାଇଁ ଏପରି ସ୍ବପ୍ନ କାହାକୁ କୁହନ୍ତୁ ନାହିଁ।
୨- ମୃତ୍ୟୁ ସମ୍ବନ୍ଧିତ ସ୍ବପ୍ନ
ଅନେକ ସମୟରେ ଆମେ ସ୍ୱପ୍ନରେ ନିଜର ବା ଅନ୍ୟ କେଉଁ ବ୍ୟକ୍ତିଙ୍କ ମୃତ୍ୟୁ ଦେଖି ବିଚଳିତ ହୋଇଯାଉ। ମାତ୍ର ଏପରି ସ୍ବପ୍ନ ଦେଖିଲେ ବିଲକୁଲ୍ ମଧ୍ୟ ବିଚଳିତ ହୁଅନ୍ତୁ ନାହିଁ। ଏହା ଆପଣଙ୍କ ଜୀବନରେ ଥିବା ସମସ୍ୟାର ସମାଧାନ ହେବାକୁ ଯାଉଛି ବୋଲି ସଙ୍କେତ ଦିଏ। ମାତ୍ର ଏହି ବିଷୟରେ ଅନ୍ୟକୁ ଜଣାଇବା ଦ୍ବାରା ସ୍ୱପ୍ନର ପ୍ରଭାବ କମ୍ ହୋଇଯାଇ ପାରେ।
୩- ସାପ ସ୍ବପ୍ନ
ଆମେ ସ୍ୱପ୍ନରେ ସାପ ଦେଖିଲେ ମଧ୍ୟ ଡରି ଯାଇଥାଉ। ମାତ୍ର ସ୍ୱପ୍ନରେ ଯେଉଁ ପ୍ରକାର ସାପ ବିଷୟରେ ସ୍ବପ୍ନ ଦେଖିଲେ ମଧ୍ୟ ଡରନ୍ତୁ ନାହିଁ। ଏହା ଆମ ବ୍ୟବସାୟରେ ହେବାକୁ ଯାଉଥିବା ଲାଭ ବା କାର୍ଯ୍ୟରେ ମିଳିବାକୁ ଯାଉଥିବା ସଫଳତାର ସଙ୍କେତ ଅଟେ। ଏହି ସ୍ବପ୍ନ ବିଷୟରେ ମଧ୍ୟ ଅନ୍ୟକୁ ଜଣାନ୍ତୁ ନାହିଁ, ଏହାଦ୍ବାରା ଏହାର ପ୍ରଭାବ କମ୍ ହୋଇଯିବ।
୪- ଭଗବାନଙ୍କ ଦର୍ଶନ ସମ୍ବନ୍ଧିତ ସ୍ବପ୍ନ
ସ୍ୱପ୍ନରେ ଯେକୌଣସି ଭଗବାନଙ୍କର ଯେଉଁ ପ୍ରକାର ସ୍ବପ୍ନ ମଧ୍ୟ ଦେଖିବାର ଅର୍ଥ ହେଉଛି, ଆପଣଙ୍କ ଜୀବନରେ ବହୁତ ଖୁସି ଓ ସଫଳତା ଆସିବାକୁ ଯାଉଛି। ସେଥିପାଇଁ ଭଗବାନଙ୍କ ଦର୍ଶନ ସମ୍ବନ୍ଧିତ ସ୍ବପ୍ନ ବିଷୟରେ ମଧ୍ୟ କାହାକୁ କୁହନ୍ତୁ ନାହିଁ।
୫- ମାଛ ସ୍ବପ୍ନ
ଯଦି ଆପଣ ସ୍ୱପ୍ନରେ ଯେକୌଣସି ମାଛକୁ ପହଁରୁଥିବାର ଦେଖୁଛନ୍ତି ଅବା ନିଜେ ବା ଅନ୍ୟ କେହି ମାଛ ଧରୁଥିବାର ବା ଖାଉଥିବାର ଦେଖୁଛନ୍ତି, ତେବେ ଏହାକୁ ମଧ୍ୟ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। କାରଣ ଏହି ସ୍ୱପ୍ନର ଅର୍ଥ ହେଉଛି ଅଚାନକ ବଡ଼ ଧନ ପ୍ରାପ୍ତି ହେବା। ଏହି ସ୍ୱପ୍ନର ଫଳ ଆସନ୍ତା ଗୋଟିଏ ମାସ ମଧ୍ୟରେ ହିଁ ମିଳିଯାଏ। ସେଥିପାଇଁ ଏହି ସ୍ବପ୍ନ ବିଷୟରେ ମଧ୍ୟ କାହାକୁ କହିବା ଉଚିତ୍ ନୁହେଁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।