ଜାଣନ୍ତୁ ସୂର୍ଯ୍ୟ ନାରାୟଣଙ୍କୁ ଜଳ ଅର୍ଘ୍ୟ ଦେବା ନିୟମ ! କିପରି ଜଳ ଅର୍ପଣ କଲେ ପ୍ରସନ୍ନ ହୁଅନ୍ତି ସୂର୍ଯ୍ୟ ଦେବତା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ନିରୋଗ ଦେବତା ମଧ୍ୟ କୁହାଯାଇଥାଏ । ପ୍ରତ୍ଯେକ ଦିନ ସକାଳୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଦ୍ଵାରା ଅନେକ ପ୍ରକାର ଆଧ୍ୟତ୍ମିକ ଓ ସ୍ଵାସ୍ଥଗତ ଫାଇଦା ମଧ୍ୟ ରହିଅଛି । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତି ସକାଳୁ ଉଠି ନିଜର ନିତ୍ୟାଦି କାର୍ଯ୍ୟ ସାରି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଉଚିତ ।

ସୂର୍ଯ୍ୟଦେବଙ୍କୁ ଜଳ ଅର୍ଘ୍ୟ ଦେବାର ବିଶେଷ କିଛି ନିୟମାବଳୀ ବିଷୟରେ ଆଲୋଚନା କରିବା । ପ୍ରତ୍ଯେକ ଦିନ ଯଦି ସମ୍ଭବ ୨ ଥର ଜଳ ସୂର୍ଯ୍ୟଙ୍କୁ ଅର୍ପଣ କରିବା ଉଚିତ । ଯେପରି ସକାଳେ ସୂର୍ଯ୍ୟ ଉଦୟ ହେବା ସମୟରେ ପୂର୍ବ ଦିଗକୁ ମୁହଁ କରି ଜଳ ଅର୍ପଣ କରିବେ । ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ପଶ୍ଚିମ ଦିଗକୁ ମୁହଁ କରି ଜଳ ଆର୍ଯ୍ୟ ଦେବା ଉଚିତ ।

ନଚେତ ଦିନକୁ କେବଳ ଥରେ ସକାଳର ସୂର୍ଯ୍ୟ ଉଦୟ ସମୟରେ ହିଁ ପୂର୍ବ ଦିଗକୁ ମୁହଁ କରି ଜଳ ଅର୍ପଣ କରିବା ଉଚିତ ହୋଇଥାଏ । ସୂର୍ଯ୍ୟ ଉଦୟ ହେବା ଠାରୁ ଆରମ୍ଭ କରି ସକାଳ ୯ ଟା ପର୍ଯ୍ୟନ୍ତ ସମୟର ଅବଧି ମଧ୍ୟରେ ସୂର୍ଯ୍ୟଙ୍କୁ ଜଳ ସମର୍ପଣ କରିବା ଉଚିତ । ସକାଳ ୯ ଟା ପରେ ଜଳ ଅର୍ପଣ କରିବା ଦ୍ଵାରା ଏହାର ଉଚିତ ଫଳ ପ୍ରାପ୍ତି ହୋଇନଥାଏ ।

ନଦୀ କିମ୍ବା ପୋଖରୀରେ ଗାଧୋଇବା ସମୟରେ ଗାଧୋଇ ସାରି ଓଦା ବସ୍ତ୍ର ପିନ୍ଧି ପ୍ରଭୁ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ । ବିବାହିତ ମହିଳା ମାନେ ମଥାରେ ଓଢଣା ଦେଇ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ । କେଶ ମୁକୁଳା କରି ମହିଳା ମାନେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ ନୁହେଁ । ଯେଉଁ ମାନେ ଗାଧୁଆ ଘରେ କିମ୍ବା ନଳକୂପ ଆଦି ପାଣି ଥିବା ଜାଗାରେ ସ୍ନାନ କରୁଛନ୍ତି ।

ତେବେ ସେମାନେ ଜମାରୁ ଓଦା ବସ୍ତ୍ର ପିନ୍ଧି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ ହୋଇନଥାଏ । କେବଳ ନଦୀ ଓ ପୋଖରୀରେ ହିଁ ସ୍ନାନ କରୁଥିବା ଲୋକେ ହିଁ ସୂର୍ଯ୍ୟଙ୍କୁ ଓଦା ବସ୍ତ୍ରରେ ଜଳ ସମର୍ପଣ କରିପାରିବେ । ସ୍ନାନ କରିସାରିଲା ପରେ ପ୍ରଥମେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିସାରିବା ପରେ ହିଁ ଅନ୍ୟାନ୍ୟ କାର୍ଯ୍ୟ କରିପାରିବେ ।

ଯେପରି ଠାକୁର ପୂଜା, ଜପ ଓ ଧ୍ୟାନ ଆଦି କରିପାରିବେ । ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ହିଁ ଜଳ ଅର୍ପଣ କରିବା ସବୁଠାରୁ ଉତ୍ତମ ପାତ୍ର ହୋଇଥାଏ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ପାତ୍ରରେ ଅକ୍ଷତ ତଥା ଅରୁଆ ଚାଉଳ ଓ ନାଲି ରଙ୍ଗର ମନ୍ଦାର ଫୁଲ ପକାଇ ଜଳ ଅର୍ପଣ କରିବା ଉଚିତ । ସୂର୍ଯ୍ୟ କିରଣ ଯେଉଁ ସ୍ଥାନରେ ବ୍ୟକ୍ତିର ଶରୀର ଉପରେ ସଂପୂର୍ଣ୍ଣ ପଡିପାରୁଥିବ ।

ସେହି ସ୍ଥାନରେ ହିଁ ସବୁବେଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିପାରିବେ । ତେବେ ଏହି ସବୁ ନିୟମ ମାନି ପ୍ରଭୁ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *