ସୁନା ଅସଲି କି ନକଲି କେମିତି ଚିହ୍ନଟ କରିବେ ? ସୁନା ଚିହ୍ନିବାର ସବୁଠାରୁ ସହଜ ଓ ସରଳ ଉପାୟ !

ବନ୍ଧୁଗଣ ସମସ୍ତଙ୍କ ପାଇଁ ସୁନା ଏକ ମୂଲ୍ୟବାନ ପଦାର୍ଥ ଅଟେ । ସୁନାର ଦର ଯଦିଓ ଅଧିକ କିନ୍ତୁ ତଥାପି ମଧ୍ୟ ଲୋକେ ସୁନା ପିନ୍ଧିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆମ୍ଭମାନଙ୍କ ମଧ୍ୟରୁ ବହୁତ ଲୋକ ଯେଉଁମାନେ କି ସୁନା ଅସଲି କି ନକଲି ଜାଣି ପାରନ୍ତି ନାହିଁ। ଯାହାଦ୍ୱାରା ଖାଦ ମିଶା ସୁନା କିଣିଥାନ୍ତି ଓ ଠକାମିରେ ପଡିଥାନ୍ତି। ସୁନାର ଗହଣା କିଣିବା ସମୟରେ ଲୋକ ଚିନ୍ତା କରନ୍ତି କି ଏଥିରେ କେତେ ପରିମାଣର ଶୁଦ୍ଧ ସୁନା ଅଛି ଓ ଫେରସ୍ତ ସମୟରେ କେତେ ମିଳିବ।

ଏମିତି ତ ସବୁ ଦୋକାନୀମାନେ ନିଜର ଗହଣାକୁ ବଦଳାଇବା ସମୟରେ ମାର୍କେଟ ରେଟ ଅନୁସାରେ ଫେରସ୍ତ ପାଇବେ ବୋଲି ଆଶ୍ଵାସନା ଦେଇଥାନ୍ତି। କିନ୍ତୁ ଯେତେବେଳେ ଆପଣ ବଦଳାଇବାକୁ ଯାଇଥାନ୍ତି ସେତେବେଳେ ସେ ତାଙ୍କ କଥାରୁ ଓହରି ଯାଇଥାନ୍ତି ଓ କହନ୍ତି ସୁନାର ଶୁଦ୍ଧତା ନାହିଁ ।

ଅନେକ ଲୋକ ଶୁଦ୍ଧ ସୁନା ନାମରେ ସେଥିରେ ତମ୍ବା, ଚାନ୍ଦି ଓ ଦସ୍ତାର ମିଶ୍ରଣ କରାଉଛନ୍ତି । ସାଧାରଣତଃ ଲୋକମାନେ ସୁନା ପରଖି ପାରନ୍ତି ନାହିଁ ଓ ନିଜର ଝାଳବୁହା ଧନକୁ ଠକଙ୍କ ହାତରେ ଦେଇ ଅଶୁଦ୍ଧ ସୁନା କିଣିଥାନ୍ତି। ଦୋକାନୀ ମାନଙ୍କର ଏହିଭଳି ଠକାମିରୁ ବଞ୍ଚିବାପାଇଁ ଆମେ ଆପଣଙ୍କୁ ଜଣାଇବୁ କିଛି ଏପରି ତଥ୍ୟ ଯାହାଦ୍ୱାରା ଆପଣ ଜାଣି ପାରିବେ ସୁନାର ଶୁଦ୍ଧତା ଏବଂ ଅସଲି ଓ ନକଲି ମଧ୍ୟରେ ଫରକ ।

1- ଯଦି ଆପଣ ବି ସୁନାର ଶୁଦ୍ଧତାକୁ ଜାଣିବାକୁ ଚାହୁଁଛନ୍ତି । ତେବେ ଏଥିପାଇଁ ଏକ ସରଳ ଉପାୟ ଅଛି ଯାହାକୁ ଆପଣ କେଉଁଠାରେ ମଧ୍ୟ ଯାଞ୍ଚ କରିପାରିବେ ସୁନା ଅସଲି କିମ୍ବା ନକଲି । ତେବେ ଏଥିପାଇଁ ଆପଣଙ୍କୁ ସୁନାକୁ ପ୍ରଥମେ ଆପଣଙ୍କ ଦାନ୍ତ ମଧ୍ୟରେ ଦାବିବାକୁ ହେବ ଯଦି ସୁନା ଉପରେ ଦନ୍ତ ଚିହ୍ନ ଆସେ ତେବେ ସୁନା ଅସଲି ଓ ସୁନାରେ ଯଦି ଚିହ୍ନ ନ ଆସେ ତେବେ ଆପଣ ବୁଝିଯିବେ କି ସୁନା ନକଲି।

୨: ସୁନା କୌଣସି ଚୁମ୍ବକୀୟ ଧାତୁ ନୁହେଁ । ପରୀକ୍ଷା ନିମନ୍ତେ ଆପଣ ଏକ ମଜଭୁତ ଚୁମ୍ବକକୁ ସୁନା ପାଖକୁ ନିଅନ୍ତୁ ଯଦି ସୁନା ଚୁମ୍ବକ ପାଖକୁ ଟିକେ ବି ଆକର୍ଷିତ ହେଲା ତେବେ ଆପଣ ଜାଣିଯିବେ ଯେ ସୁନାରେ ଶୁଦ୍ଧତା ନାହିଁ, ସେଥିରେ ନିଶ୍ଚିତ କିଛି ପରିମାଣର ଅନ୍ୟ ଧାତୁ ମିଶିଛି ।

୩: ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ଏସିଡ ଦ୍ଵାରା ମଧ୍ୟ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ । ଏଥିପାଇଁ ଆପଣ ସୁନାର କୌଣସି ଅଂଶରେ ପିନ ଦ୍ଵାରା କଣା କରନ୍ତୁ ଓ ସେହି କଣାରେ ନାଇଟ୍ରିକଏସିଡ ପକାନ୍ତୁ ଯଦି ସୁନାର ରଙ୍ଗ ସବୁଜ ହୋଇଯାଉଛି ତେବେ ଜାଣି ନିଅନ୍ତୁ ସେଥିରେ ଅନ୍ୟ ଧାତୁ ମିଶିଛି । ସୁନା ପୂର୍ଣ୍ଣରୂପେ ଶୁଦ୍ଧ ନୁହେଁ।

ବନ୍ଧୁଗଣ ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *