ଆମର ଦୈନଦିନ ଜୀବନରେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଉ । ଏବଂ ଅନେକ କାର୍ଯ୍ୟ କରୁ ମଧ୍ୟ । ପ୍ରାୟତଃ ସମସ୍ତେ ବାହାର ଏବଂ ହୋଟେଲରେ ମସଲା ଜାତୀୟ ଖାଦ୍ୟ ଖାଇବା କୁ ବେଶୀ ପସନ୍ଦ କରିଥାନ୍ତି ।
ଘର ଖାଇବାକୁ ଅଳ୍ପ ଖାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ନାହିଁ । କିନ୍ତୁ ବାହାର କିମ୍ବା ହୋଟେଲ ରେ ଯେଉଁ ଖାଦ୍ୟ ଆମକୁ ଦିଆଯାଏ ସେଥିରେ ଅନେକ ପ୍ରକାରର କେମିକଲ ଥାଏ ଏବଂ ବାସୀ ମଧ୍ୟ ଥାଏ । ଏବଂ ତା ଛଡା ସେ ଯେଉଁ ତେଲ ରେ ପ୍ରସ୍ତୁତ ହୋଇଥାଏ ତାହା ମଧ୍ୟ ଖରାପ ତେଲ ଥାଏ । ଏବଂ ସେହି ତେଲ ରେ ପ୍ରସ୍ତୁତ ଖାଦ୍ୟ କୁ ଖାଇ ଆମେ ଅନେକ ରୋଗରେ ପୀଡ଼ିତ ହୋଇଥାଉ ।
ଆମ ରକ୍ତ ମଧ୍ୟ ଅଶୁଦ୍ଧ ହୋଇ ଥାଏ । ଯାହା ଦ୍ୱାରା ଆମ ପାଚନ ନଳୀ ମଧ୍ୟ ଖରାପ ହୋଇଯାଏ ଏବଂ ଖାଦ୍ୟ ସଠିକ ଭାବରେ ହଜମ ହୁଏ ନାହିଁ । ଏବଂ ତା ଯୋଗୁଁ ଯେତେ ଖାଦ୍ୟ ଖାଇଲେ ମଧ୍ୟ ଆପଣଙ୍କ ଦେହ ରେ ଲାଗେ ନାହିଁ । ଏବଂ ଆପଣ ଦୁର୍ବଳ ହୋଇ ଯାଆନ୍ତି । ଏବଂ ସ୍ୱାସ୍ଥ୍ୟ ଖରାପ ହେଲେ ମାନସିକ ସ୍ଥିତି ମଧ୍ୟ ଖରାପ ହୋଇ ଯାଏ । ଏବଂ କୌଣସି କାର୍ଯ୍ୟ କରିବାରେ ମନ ଲାଗେ ନାହିଁ । ତେବେ ଏହି ରୋଗରୁ ମୁକ୍ତି ପାଇଁ ଆମେ ଅନେକ ଔଷଧ ଖାଇଥାଉ ।
ଅଧିକ ଔଷଧ ଖାଇବା ଦ୍ୱାରା ତାର ଓଲଟା ପ୍ରଭାବ ବି ସ୍ୱାସ୍ଥ୍ୟ ରେ ପକାଇ ଥାଏ । ଏହା ଛଡ଼ା ଆଜି କାଲି ଯାହାକୁ ଦେଖିବେ ତାଙ୍କୁ ମଧୁମେହ ରୋଗ ହେଉଛି ଏ ମଧ୍ୟ ଆମ ଉପଯୁକ୍ତ ଖାଦ୍ୟ ନ ଖାଇବା ଦ୍ୱାରା ଏବଂ ବାହାର ଜିନିଷ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ର ସୁରକ୍ଷା ନ ନେବା ଯୋଗୁଁ ହୋଇଥାଏ ତେବେ ଏହାର ଘରୋଇ ଉପଚାର କଣ ଆସନ୍ତୁ ସେ ବିଷୟରେ ଆଲୋଚନା କରି ନେବା ।
୧-ସର୍ବ ପ୍ରଥମେ ନିଜ ସ୍ୱାସ୍ଥ୍ୟ କୁ ସୁସ୍ଥ ରଖିବା ପୂର୍ବରୁ ନିଜ ମନ କୁ ସୁସ୍ଥ ରଖନ୍ତୁ । କୁଚିନ୍ତା, ଅଧିକ ମାନସିକ ଚାପ ଠାରୁ ଦୂରେଇ ରୁହନ୍ତୁ ଏବଂ ନିୟମିତ ଭାବେ ପ୍ରାଣାୟମ ଏବଂ ଯୋଗ କରନ୍ତୁ । ଏହା ଦ୍ୱାରା ଆପଣ ଙ୍କ ମନ ସୁସ୍ଥ ରୁହେ ଏବଂ ମନ ସୁସ୍ଥ ରହିଲେ ସ୍ୱାସ୍ଥ୍ୟ ଆପେଆପେ ସୁସ୍ଥ ହୁଏ । ତେଣୁ ବ୍ୟାୟାମ ଯୋଗ ନିୟମିତ ଭାବରେ କରନ୍ତୁ ।
୨- ଦ୍ଵିତୀୟ ରେ ଖାଲି ପାଦରେ ଘାସ କିମ୍ବା ବାଲି ରେ ଚାଲନ୍ତୁ ଏହା ଦ୍ୱାରା ମଧ୍ୟ ରକ୍ତ ର ସଞ୍ଚାଳନ ଏବଂ ପ୍ରକ୍ରିୟା ଠିକ ହୁଏ । ଏହା ଛଡା ଆପଣ ପ୍ରକୃତି ସହିତ ଯୋଡି ରହିବାକୁ ଚେଷ୍ଟା କରନ୍ତୁ । ଏବଂ ତମ୍ବା ପାତ୍ର ରେ ଜଳ ପିଅନ୍ତୁ ଏବଂ ସବୁଜ ପନି ପରିବା ଖାଆନ୍ତୁ ।
୩- ତୃତୀୟ ରେ ଆପଣ ନିଜର ଭୋଜନ କମ ମାତ୍ରା ରେ କରିବା ଉଚିତ । ଏବଂ ନିଜ ଭୋଜନ ମଧ୍ୟରେ ପାଞ୍ଚ ରୁ ଛଅ ଘଂଟାର ଗ୍ୟାପ ରଖନ୍ତୁ । ଏବଂ ଯେତେବେଳେ ବି ଖାଦ୍ୟ ଖାଇବେ ନିଜ ଭୋକ ରୁ କମ ଖାଦ୍ୟ ହିଁ ଖାଇବେ । ତେବେ ଆପଣ ପାଣି ପିଇବା ସମୟରେ କିମ୍ବା ଭୋଜନ କରୁଥିବା ସମୟରେ ମନ ରେ ସକରାତ୍ମକ ଭାବ ରଖିବା ଆବଶ୍ୟକ ଅଟେ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।