ହିନ୍ଦୁ ଧର୍ମରେ ସୁଦଶା ବ୍ରତ ହେଉଛି ମା ଲକ୍ଷ୍ମୀଙ୍କର ବ୍ରତ । ସୁଦଶା ବ୍ରତ କରିବାର ଅନେକ ନୀତି ନିୟମ ରହିଛି । ସୁଦଶା ବ୍ରତ ପୂଜା କରିବା ସମୟରେ ବିଧି ବିଧାନ ଅନୁଯାୟୀ ମାତା ଲକ୍ଷ୍ମୀଙ୍କ ଆରାଧନା କରାଯାଏ । ତେବେ ଅନେକ ମହିଳାଙ୍କ ମତରେ ସୁଦଶା ବ୍ରତ ପିନ୍ଧିବା ପରେ ଚିକେନ ଖାଇବା ଉଚିତ କି ନୁହେଁ । କିନ୍ତୁ ନାରୀ ମାନେ ବ୍ରତ ପିନ୍ଧି ମଟନ ମଧ୍ୟ ଖାଉଛନ୍ତି । ଏହାର ଅନେକ କାରଣ ରହିଥିଲେ ମଧ୍ୟ ଏହାକୁ କିଛି ଲୋକେ ପ୍ରତିବାଦ ମଧ୍ୟ କରିଥାନ୍ତି । କିଛି ଲୋକଙ୍କ ମତରେ ଯଦି ଚିକେନ ଖାଇବା ବାରଣ ତେବେ ମଟନ ଖାଇବା କଣ ପାଇଁ ବାରଣ ନୁହେଁ ।
ଏହା ସହ ଅନ୍ୟ କିଛି ଲୋକେ କହିଛନ୍ତି ଯେ ଚିକେନ ବା ମଟନ ଖାଇବାରେ କୌଣସି ଅସୁବିଧା ନାହି । କିନ୍ତୁ ଆମ ହିନ୍ଦୁ ଧର୍ମ ରେ ଅନେକ ଗ୍ରନ୍ଥ ଗୁଡିକରେ ଏମିତି କିଛି ବି ଲେଖାଯାଇ ନାହି କି ମାଛ ମାଂସ ଖାଇ ପାରିବେ କିନ୍ତୁ ସୁଦଶା ବ୍ରତ ଧାରଣ କରି ଚିକେନ ଖାଇ ପାରିବେ ନାହି । ସବୁ ଜାଗାରେ ଆମିଷ ଖାଇବା ବାରଣ କରା ଯାଇଛି । କିନ୍ତୁ ଚଣ୍ଡୀ ମନ୍ଦିର ରେ ବୋଦା ବଳି ଦିଆ ଯାଇଥାଏ । ଯାହାକୁ କିଛି ଲୋକ ମାନେ ଏହାର ପ୍ରତିବାଦ କରୁଥିଲେ ମଧ୍ୟ କିଛି ଲୋକେ ସପକ୍ଷରେ କହିଥାନ୍ତି ।
ଆଉ କିଛି ଲୋକେ ମାନେ ମା ଙ୍କୁ ବୋଦା ବଳି ଦେଇ ଏହାର ଭୋଗ ଲଗାଇଥାନ୍ତି । ଆଉ କିଛି ଲୋକେ ଚିକେନ କୁ ମଧ୍ୟ ଭୋଗ ଲଗାଇଥାନ୍ତି ବୋଲି କୁହା ଯାଇଛି । ମା ବିମଳା ଙ୍କ ପାଖରେ ମାଛ ଘାଣ୍ଟ ର ଭୋଗ ଲାଗିଥାଏ ଯାହା କିଛି ଲୋକ ମାନେ କହିଥାନ୍ତି । ଏମିତିକି ମା କଟକ ଚଣ୍ଡୀ ଙ୍କ ପାଖରେ ଆମିଷ ଭୋଗ ଲାଗିଥାଏ । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ମା ଲକ୍ଷ୍ମୀଙ୍କ ସୁଦଶା ବ୍ରତ ପିନ୍ଧି ଚିକେନ ଖାଇବା ବା ଅନ୍ୟ କୌଣସି ଆମିଷ ଭୋଜନ କରିବା ବିଷୟରେ କିଛି ସ୍ପଷ୍ଟ ସୂଚନା ରହି ନାହି ।
ମାତା ଲକ୍ଷ୍ମୀ ସେହି ଘରେ ବାସ କରିଥାନ୍ତି ଯେଉଁ ଘରେ ନୀତି ନିୟମର ସହକାରେ ତାଙ୍କର ପୂଜା କରାଯାଏ । ଏହା ସହ ଯେଉଁ ଘରେ ଶାଳ ଗ୍ରାମ ଓ ତୁଳସୀ ପୂଜା ପାଆନ୍ତି ନାହି ଓ ଯେଉଁ ଘରେ ଗୃହିଣୀ ଅଳସ ତ୍ୟାଗ କରନ୍ତି ନାହି ତେବେ ସେହି ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହି । ସବୁଠାରୁ ବଡ କଥା ହେଉଛି ବିଶ୍ଵାସ । କାରଣ ଯେଉଁଠି ବିଶ୍ଵାସ ରହିଛି ସେଠାରେ ଭଗବାନ ରହିଥାନ୍ତି ଯାହା କଥାରେ କୁହାଯାଏ । ତେଣୁ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ନୀତି ନିୟମ ରହିଛି ଯାହା ପ୍ରତେକ ବ୍ୟକ୍ତି କୁ କରିବା ଉଚିତ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧିର ଆଗମନ ହେବ ସହ ଧନର ବୃଦ୍ଧି ହୋଇଥାଏ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ