ସୁଦଶା ବ୍ରତ ପିନ୍ଧି ଚିକେନ ଖାଇଲେ କଣ ଅସୁବିଧା ହୁଏ ?

ବନ୍ଧଗଣ, କିଛି ମହିଳା କହିଥାନ୍ତି ଯେ ବ୍ରତ ପିନ୍ଧିବା ପରେ କୁକୁଡା ର ମାଂସ ତଥା ଅଣ୍ଡା ଖାଇବା ଅନୁଚିତ ଅଟେ । ସେହିଭଳି କିଛି ଲୋକ ଏହି କଥା ର ବିରୋଧ ମଧ୍ୟ କରିଥାନ୍ତି । ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କ କହିବା ଅନୁସାରେ କୁକୁଡା ଙ୍କ ମାଂସ ହେଉ ଅଥବା ଛେଳି ର ମାଂସ ହେଉ ଉଭୟ କୁ ମାଂସ କହୁଛେ ଏଣୁ ଯଦି ଛେଳି ମାଂସ ଖାଇ ପାରୁଛନ୍ତି ତେବେ କୁକୁଡା ମାଂସ କାହିଁକି ଖାଇବେ ନାହିଁ ?

ଜଣେ ମହିଳା ଥିଲେ ସେ ଯେତେବେଳେ ବିବାହ କରି ଶାଶୁଘରକୁ ଗଲେ ତାଙ୍କର ବହୁତ ଉନ୍ନତି ହେଲା । ଏହା ଦେଖି ଶାଶୁଘର ଲୋକେ କହିଲେ ଯେ ମହିଳାଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରହିଅଛି । ମହିଳା ଜଣଙ୍କ ନିଜ ସାଙ୍ଗରେ ଏକ ଗାଈ କୁ ନେଇ ଆସିଥିଲେ । ଏହାପରେ ଗୋଟେ ଗାଈ ରୁ ଏକାଧିକ ଗାଈ ସହିତ ଧନଜନ ସୁଖ ସମ୍ପତ୍ତି ବଢିବାକୁ ଲାଗିଲା ।

ତାଙ୍କ ଘରେ ଭାଗବତ ଟୁଙ୍ଗି ସହିତ ଅନନ୍ତ ଗୋସେଇ ମଧ୍ୟ ପୂଜା ପାଉଥିଲେ । ସେହି ମହିଳା ଜଣଙ୍କ ସମସ୍ତ ଦେବାଦେବୀ ଙ୍କୁ ରଖି ପୂଜା କରୁଥିଲେ । ସମୟ ବଢିବା ସହିତ ସେହି ମହିଳା ଜଣଙ୍କ ବୁଢୀ ହୋଇଗଲେ ଏବଂ ତାଙ୍କର ଏତେ ବଳ ମଧ୍ୟ ପାଉ ନଥାଏ ଘର କାମ କରିବା ନିମନ୍ତେ । ସେହି ସମୟରେ ତାଙ୍କର ପୁଅ ମାନେ ବିବାହ କରିଲେ ଏବଂ ବୋଧୂ ମାନେ ମଧ୍ୟ ଆସିଲେ ଏବଂ ନାତି ନାତୁଣୀ ମଧ୍ୟ ହେଲେ ।

ମାତ୍ର ସେମାନେ ଆଉ ଅଇଁଠା କୁ ନିୟନ୍ତ୍ରଣ କରିପାରିଲେ ନାହିଁ । କାରଣ ଛୋଟ ପିଲା ଙ୍କର ଘର । ଥରେ ଭୋଗ ଅନନ୍ତ ଠାକୁର ଙ୍କ ପାଖରେ ଭୋଗ ଲାଗିଥିଲା ତାଙ୍କ ନାତି ସେହି ଭୋଗ କୁ ଉଠାଇ ଦୌଡିଲା ଏବଂ ତାହା ପଡିଗଲା । ଯେଉଁଠାରେ ପଡିଲା ସେଠାରେ ପୂର୍ବ ରୁ ତାଙ୍କ ନାତି ଝାଡା କରିଥିଲା ମାଉସୀ ଝାଡା କୁ ଭୋଗ ଭାବି ଖାଇଦେଲେ । ଯାହା ଫଳରେ ତାଙ୍କ ବ୍ରତ ଭାଙ୍ଗିଗଲା ।

ଏହା ପରେ ସେଦିନ ରାତିରେ ଶୋଇବା ସମୟରେ ମାତା ଲକ୍ଷ୍ମୀ ତାଙ୍କ ସ୍ଵପ୍ନରେ ଆସି କହିଲେ ଯେ ତୋ ଘରେ ଗୋଟିଏ ଅନିୟମତା ହେଲା ମୁଁ ସେଥିପାଇଁ ମାୟା ଲଗାଇ ତତେ ବିଷ୍ଟା ଖୁଆଇଲି ଯାହା ଫଳରେ ମୁଁ ଆଉ ଏ ଘରେ ରହି ପାରିବି ନାହିଁ । ଏହା କହି ମାତା ଲକ୍ଷ୍ମୀ ସେହି ଘରୁ ସବୁଦିନ ଲାଗି ଚାଲିଗଲେ ।

ଏବଂ ଧୀରେ ଧୀରେ ତାଙ୍କ ଧନସମ୍ପତ୍ତି ମଧ୍ୟ ସବୁ ନଷ୍ଟ ହେବାକୁ ଲାଗିଲା । ଏହି କଥା ଟି କହିବାର ଅର୍ଥ ହେଉଛି ଯେ କୁକୁଡା ମଧ୍ୟ ମନୁଷ୍ୟ ତଥା ନିଜର ବିଷ୍ଟା ଖାଇଥାଏ ଏଣୁ ବ୍ରତ ଧାରଣ କରିଥିବା ନାରୀ ମାନେ କୁକୁଡା ମାଂସ କୁ ଖାଇଲେ ଖାଇଲେ ମହାପାପ ଲାଗିଥାଏ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ 

Leave a Reply

Your email address will not be published. Required fields are marked *