ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାମୀ ଓ ସ୍ତ୍ରୀ ସମ୍ପର୍କ ବହୁତ ପବିତ୍ର ହୋଇଥାଏ । ସେହି ସମ୍ପର୍କକୁ ମଜଭୁତ କରିବା ପାଇଁ ଆପଣ ମାନଙ୍କୁ କିଛି ନିୟମ ମାନି ଚଳିବା ପାଇଁ ପଡିବ । ଦାଂପତ୍ଯ ଜୀବନରେ କେତେ ସବୁ ପ୍ରଥା ଅଛି ଯାହାକୁ ମାନିକି ଚାଲିବା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀର ସମ୍ପର୍କ ମଜଭୁତ ହୋଇଥାଏ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସ୍ଵାମୀର କେଉଁ ପଟରେ ସ୍ତ୍ରୀର ସ୍ଥାନ ହୋଇଥାଏ ।
ଆପଣ ମାନେ ସମସ୍ତେ ଅଳ୍ପ ବହୁତ ଜାଣିଥିବେ ଏହା କି ଯେ, ଭଗବାନ ଶିବଙ୍କର ବାମରୁ ସ୍ତ୍ରୀ ସୃଷ୍ଟି ହୋଇଥିଲେ ଏବଂଡାହାଣରୁ ପୁରୁଷ ସୃଷ୍ଟି ହୋଇଥିଲେ । ଏହାର ପ୍ରମାଣ ଆପଣ ଦେବ ଦେବ ମହାଦେବଙ୍କର ଅର୍ଦ୍ଧେନାରୀସ୍ଵର ପ୍ରତିମୂର୍ତ୍ତ କିମ୍ବା ଛବି ଦେଖି ଜାଣିଯିବେ । ସେଥିପାଇଁ ସମସ୍ତ ମାଙ୍ଗଳିକ ତଥା ଧାର୍ମିକ କାର୍ଯ୍ୟରେ ସ୍ଵାମୀର ବାମ ପଟେ ସ୍ତ୍ରୀ ବସିଥାଏ । ବିବାହ ପରେ ସ୍ଵାମୀର ବାମ ପାଖରେ ସ୍ତ୍ରୀ ଶୋଇଥାଏ ।ଶାସ୍ତ୍ର ଅନୁସାରେ ସ୍ତ୍ରୀକୁ ସ୍ଵାମୀର ବାମାଙ୍ଗୀ କୁହାଯାଇଥାଏ ।
ଏହି କଥାର ଅର୍ଥ ହେଉଛି ପତିର ବାମ ଅଙ୍ଗର ସଂପୂର୍ଣ୍ଣ ଅଧିକାର ପତ୍ନୀର ରହିଛି । ସେଥି ପାଇଁ ପୁରୁଷର ବାମ ପାର୍ଶ୍ଵ ସ୍ତ୍ରୀର ହୋଇଥାଏ । ଜ୍ଯୋତିଷ ଶାସ୍ତ୍ରର ଅନୁସାରେ ପୁରୁଷର ବାମ ହାତରେ ନାରୀର ସ୍ଥିତି ଅନୁଧ୍ୟାନ କରାଯାଇଥାଏ । ଏହି ସବୁ କାରଣରୁ ସଭା ସମିତି, ଧାର୍ମିକ କୌଣସି ପୂଜା କାର୍ଯ୍ୟ ଓ ଶୋଇବା ଏହି ସବୁ ସମୟରେ ପୁରୁଷର ବାମ ପଟେ ନାରୀ ଅଧିଷ୍ଟିତ ହୋଇଥାନ୍ତି । ସ୍ଵାମୀ ଓ ସ୍ତ୍ରୀ ଉଭୟ ଭୋଜନ କରିବା ସମୟରେ ସର୍ବଦା ନାରୀକୁ ପୁରୁଷର ବାମ ପାଖରେ ବସି ଭୋଜନ କରିବା ଉଚିତ ଧରାଯାଇଥାଏ ।
ଏହା ଦ୍ଵାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କୁ ଶୁଭ ଫଳ ପ୍ରାପ୍ତ ହେବା ସହ ସେମାନଙ୍କର ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସୌହାର୍ଦ୍ଧ୍ୟ ବଢିଯାଇଥାଏ । ସ୍ତ୍ରୀ ବାମାଙ୍ଗୀ ହୋଇ ମଧ୍ୟ କିଛି କାର୍ଯ୍ୟରେ ପୁରୁଷର ଡାହାଣ ପଟେ ରହି କରିବା ଉଚିତ । କନ୍ୟା ଦାନ, ଯଜ୍ଞ, ବିବାହ, ଜାତକ କର୍ମ, ନାମକରଣ ଓ ଅନ୍ନ ପ୍ରାସାନ ସମୟରେ ସ୍ତ୍ରୀ ସବୁବେଳେ ସ୍ଵାମୀର ଡାହାଣ ପଟେ ରହି କରିବା ଉଚିତ । ଯେଉଁ ସବୁ ସାଂସାରିକ କାର୍ଯ୍ୟ ହୋଇଥାଏ ।
ସେହି କାମକୁ ସ୍ତ୍ରୀ ସ୍ଵାମୀର ବାମରେ ରହି କରିବା ଉଚିତ । ଯଦି ସ୍ତ୍ରୀର କୌଣସି କାମରେ ସ୍ଵାମୀର ହସ୍ତକ୍ଷେପ ସ୍ତ୍ରୀକୁ ପସନ୍ଦ ଆସିନଥାଏ, ତେବେ ସେହି ପରିସ୍ଥିତି ମାନଙ୍କର ଉଭୟଙ୍କ ମଝିରେ ଫାଟ ସୃଷ୍ଟି ହୋଇଥାଏ । ଯଦି ଉଭୟ ଉଭୟଙ୍କୁ କିଛି କଥା ଲୁଚେଇ ରଖନ୍ତି ଜାଣିବ, ସେଠୀଦୁହିଁଙ୍କ ମଝିରେ ଫାଟ ସୃଷ୍ଟି ହୋଇଛି । ଯଦି ସ୍ଵାମୀ ଓ ସ୍ତ୍ରୀ ଦୁହେଁ ଦୁହିଁଙ୍କୁ ସମ୍ମାନ କରିନଥାନ୍ତି । ସେଠି ଉଭୟଙ୍କ ମଧ୍ୟରେ ସମ୍ପର୍କ ଦୁର୍ବଳ ହୋଇଯାଇଥାଏ।
ଦାମ୍ପତ୍ୟ ଜୀବନରେ କେହି କାହାର ଧନ ଉପରେ ଲୋଭ ରଖିବା ଉଚିତ ନୁହେଁ । ଧନ ସମ୍ପତିଠୁ ଯିଏ ସମ୍ପର୍କର ମୂଲ୍ୟ ଅଧିକ ଭାବିଥାଏ । ସେହି ସମ୍ପର୍କ ସବୁବେଳେ ଅତୁଟ ରହିଥାଏ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ