Ajira Anuchinta- ସ୍ତ୍ରୀ କେଉଁ ସମୟରେ ମୁଣ୍ଡରେ ଓଢଣୀ ଦେବା ଉଚିତ ? ସ୍ୱାମୀଙ୍କ ଆୟୁଷ ହୋଇଯାଏ ଦୁଇଗୁଣା

ବନ୍ଧୁଗଣ, ମହିଳା ମାନଙ୍କୁ ମାତା ଲକ୍ଷ୍ମୀ ଙ୍କର ପ୍ରତିମା ବୋଲି ମାନାଯାଇଅଛି । ଆମ ସମାଜରେ ପୁରୁଷ ମାନଙ୍କ ବିଷୟରେ ଯେଉଁଭଳି ସଭ୍ୟ ଆଚ୍ଚରଣ ସମ୍ବନ୍ଧରେ କୁହାଯାଇଅଛି । ଠିକ ସେହିଭଳି ମହିଳା ମାନଙ୍କ ପାଇଁ ମଧ୍ୟ କିଛି ନିୟମ ରଖା ଯାଇଅଛି ।

ଏହା ତାଙ୍କ ନିମନ୍ତେ ମଙ୍ଗଳକାରୀ ହୋଇଥାଏ । ତେବେ ଯେଉଁ ଘରର ମୁଖ୍ୟ ମହିଳା ଯେଉଁ ଭଳି ଆଚରଣ କରିଥାନ୍ତି, ସେମାନଙ୍କ ଆସନ୍ତା ବଂଶଧର ମଧ୍ୟ ସେହିଭଳି କାର୍ଯ୍ୟ କରିଥାନ୍ତି । ଏହା ସହିତ ମହିଳା ମାନଙ୍କ ଆଚରଣ ଦ୍ଵାରା ଜଣାପଡିଥାଏ ଯେ, ଘରର ଉନ୍ନତି ହେବ କି ଅବା ଅବୌନ୍ନତି ହେବ । ଏଣୁ ମହିଳା ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ସ୍ଵୋରୂପ ବୋଲି କୁହାଯାଇଥାଏ । ଜଣେ ମହିଳା ଚାହିଁଲେ ଗୋଟିଏ ଘରକୁ ସ୍ଵର୍ଗ କରିପାରେ । ଏବଂ ସେହି ମହିଳା ଚାହିଁଲେ ଘରକୁ ନର୍କ ମଧ୍ୟ କରିପାରେ ।

ସେଥିପାଇଁ ତ କୁହାଯାଏ ନାରୀ ନୁହେଁ ତୁ ନାରାୟଣୀ । ଏଥିପାଇଁ ମହିଳା ମାନଙ୍କ ଅପମାନ ଠାରୁ ବଡ ଅଧର୍ମ କର୍ମ ଦୁନିଆରେ ଅନ୍ୟ କିଛି ନାହିଁ । ତେବେ ଆସନ୍ତୁ ଜାଣିନେବା ଯେ ମହିଳା ମାନେ ମୁଣ୍ଡରେ କାହିଁକି ଓଢଣା ଦିଅନ୍ତି ? ଏବଂ ଓଢଣୀ ନ ଦେବାର ଫଳ କଣ ହୋଇଥାଏ ? ଏବଂ କେଉଁ ସମସ୍ୟରେ ମୁଣ୍ଡରେ ଓଢଣୀ ଦେବା ଉଚିତ ? ଶାସ୍ତ୍ର ଅନୁଯାୟୀ ମହିଳା ମାନେ ନିଜ ମୁଣ୍ଡରେ ଓଢଣୀ ଦେବା ଉଚିତ ।

କାରଣ ଆମ୍ଭ ମୁଣ୍ଡରେ ଗୋଟିଏ ଚକ୍ର ରହିଥାଏ । ଏହା ଏପଟ ସେପଟ କଥା କୁ ସବୁବେଳେ ବିଚାର କରୁଥାଏ । କିନ୍ତୁ ମୁଣ୍ଡରେ ଓଢଣା ଦେବା ଦ୍ଵାରା ଆମ୍ଭ ଶରୀରର ଚକ୍ର ସହିତ ମୁଣ୍ଡର ଚକ୍ର ଏକାଗ୍ରହ ହୋଇ ଗୋଟିଏ ଧ୍ୟାନ କରିଥାଏ । ଏହାଦ୍ଵାରା ମନୁଷ୍ୟ ର ମାନଶାନ୍ତ ରହିଥାଏ । ଏବଂ ମନୁଷ୍ୟ ଭଗବାନ ଙ୍କୁ ନିଜ ମନର ସୁଖ ତଥା ଦୁଖ କଥା କହିପାରିଥାଏ ।

ଏହାଦ୍ଵାରା ଆମ ମନରେ କିଛି ଖରାପ ବିଚାର ମଧ୍ୟ ଆସି ନଥାଏ । ଏବଂ ଆମ ଶରୀରରେ ସକାରତ୍ମକ ବିଚାରର ସଂଚାର ହୋଇଥାଏ । ଏଣୁ ମହିଳା ମାନଙ୍କ ମୁଣ୍ଡରେ ଓଢଣା ଦେବା ନିହାତି ଆବଶ୍ୟକ । ଯେତେବେଳେ କୌଣସି ଗୁରୁଜନ ଲୋକ ଆପଣଙ୍କ ଘରକୁ ଆଶନ୍ତି । ସେତେବେଳେ ତାଙ୍କୁ ସନମାନ ଦେବାକୁ ଯାଇ ଆପଣ ମାନେ ମୁଣ୍ଡରେ ଓଢଣା ଦେଇଥାନ୍ତି । ଆପଣ ମାନେ ମୁଣ୍ଡରେ ଓଢଣା ଦେଲେ ସେମାନେ ଖୁସି ହୋଇ ଆପଣ ମାନଙ୍କୁ ଆଶୀର୍ବାଦ ଦେଇଥାନ୍ତି । ଗୁରୁଜନ ମାନଙ୍କ ଏହି ଆଶୀର୍ବାଦ ଆପଣଙ୍କ ସ୍ଵାମୀ ଙ୍କ ଆୟୁଷ ବୃଦ୍ଧି ହେବାରେ ସହାୟ କରିଥାଏ ।

ଏହା ମଧ୍ୟ ମାନ୍ୟତା ରହିଅଛି ଯେ ଭଗବାନ ଙ୍କୁ ଭୋଗ ଅର୍ପଣ କରିଲା ସମୟରେ ଯଦି ସେହି ଭୋଗ ରୁ କେଶ ବାହାରି ଥାଏ ତେବେ ତାହା ଅଶୁଦ୍ଧ ହୋଇଯାଇଥାଏ । ଏଥିପାଇଁ ମହିଳା ମାନଙ୍କ ପୂଜା କରିବା ସମୟରେ ଓଢଣା ଦେବା ଆବଶ୍ୟକ । ଏହା ଦ୍ଵାରା ମୁଣ୍ଡର ଚୁଟି ଭୋଗରେ ପଡି ପାରିବ ନାହିଁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *