ଶରୀରରେ ହୋଇଥିବା ଷ୍ଟ୍ରେଚ ମାର୍କକୁ ଦୂର କେମିତି କରିବେ ? Dr Kumar Abhishek

ବନ୍ଧୁଗଣ ପ୍ରାୟ ଅଧିକାଂଶ ଲୋକ ଷ୍ଟ୍ରେଚମାର୍କ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଷ୍ଟ୍ରେଚମାର୍କ ଏକ ଏଭଳି ସମସ୍ୟା ଯାହା ପୁରୁଷ ନାରୀ ଉଭୟଙ୍କୁ ହୋଇପାରେ । ବିଶେଷ କରି ଏହି ସମସ୍ୟା ପିଲା ମାନଙ୍କର ବଢିବା ବୟସରେ ଦେଖା ଦେଇଥାଏ ଓ ଦ୍ଵିତୀୟରେ ହେଉଛି ଗର୍ଭବତୀ ମହିଳାଙ୍କର ଠାରେ ଏହି ସମସ୍ୟା ଦେଖା ଦେଇଥାଏ । ସାଧାରଣତଃ ଲୋକମାନେ ନିଜର ଷ୍ଟ୍ରେଚମାର୍କକୁ ଦୂର କରିବା ପାଇଁ ବଜାରରୁ ମିଳୁଥିବା ଅନେକ ପ୍ରକାରର ମେଡ଼ିସିନ କିଣି ଖାଇ ଥାନ୍ତି ।

ଏହା ସହିତ ଅନେକ ଲୋକ କେତେକ ଘରୋଇ ଉପଚାର ମଧ୍ୟ କରିଥାନ୍ତି ହେଲେ ସେମାନଙ୍କ ଷ୍ଟ୍ରେଚମାର୍କ ସହଜରେ ଯାଇ ନଥାଏ । ତେବେ ଯଦି ଆପଣ ମାନେ ବି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କୁ ଷ୍ଟ୍ରେଚମାର୍କ କେମିତି ଦୂର କରିହେବ ତାହା ବିଷୟରେ କହିବାକୁ ଯାଉଛୁ ।

ତାହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଷ୍ଟ୍ରେଚମାର୍କ ଦୂର କରିବାର ଉପାୟ ବିଷୟରେ । ଯେତେବେଳେ ପିଲା ମାନଙ୍କର ବୟସ ବଢେ ସେତେବେଳେ ସେମାନଙ୍କ ହାଇଟ ବଢିଥାଏ ବା ଫିଜିକାଲ ଗ୍ରୋଥ ହୋଇଥାଏ ସେତେବେଳେ ଶରୀରର ଚର୍ମ ଟାଣି ହୋଇ ଷ୍ଟ୍ରେଚମାର୍କରେ ପରିଣତ ହୋଇଥାଏ ।

ଠିକ ସେହି ଭଳି ଯେତେବେଳେ ଜଣେ ମହିଳା ଗର୍ଭବତୀ ହୋଇଥାଏ ସେତେବେଳେ ତାର ପେଟ ଧୀରେ ଧୀରେ ଫୁଲିବାରେ ଲାଗିଥାଏ ଯାହାଫଳରେ ଚର୍ମ ଟାଣି ହୋଇ ଷ୍ଟ୍ରେଚମାର୍କରେ ପରିଣତ ହୋଇଥାଏ । ଏହି କ୍ଷେତ୍ରରେ ଲୋକ ମାନଙ୍କ ଦେହରେ ନାଲି ନାଲି ଦାଗ ପଡିଯାଇଥାଏ । ବହୁତ ସମୟରେ ଏହି ଦାଗ ଗୁଡିକ ଆପେ ଆପେ ମିଶି ଯାଇଥାଏ କିନ୍ତୁ ବିଶେଷ କରି ବେଳେବେଳେ ଗର୍ଭବତୀ ମହିଳା ମାନଙ୍କର ଦାଗ ସହଜରେ ଯାଇ ନଥାଏ ।

ଗର୍ଭବତୀ ମହିଳା ମାନଙ୍କର ସେହି ନାଲି ଦାଗ ଗୁଡିକ ବହୁତ ବର୍ଷ ପରେ ଧଳା ଦାଗ ହୋଇ ରହିଯାଇଥାଏ । ଏହି ଦାଗକୁ ଦୂର କରିବା ପାଇଁ ମାର୍କେଟରେ ଅନେକ କ୍ରିମ ଅଛି ହେଲେ ଏହି ସବୁ କ୍ରିମରେ ଖାସ ଲାଭ ମିଳେ ନାହିଁ । ଯଦିଓ ଆପଣ କୌଣସି କ୍ରିମ କିଣିକି ଷ୍ଟ୍ରେଚମାର୍କରେ ଲଗାଇବାକୁ ଚାହୁଁଛନ୍ତି । ତେବେ ଆପଣ ଡାକ୍ତରଙ୍କର ପରାମର୍ଶ କରିକି ଲଗାଇପାରିବେ ।

ଏହି ସମସ୍ୟାର ପ୍ରଥମ ଚିକିତ୍ସା ହେଉଛି ମାଇକ୍ରୋ ନିଡଲିଙ୍ଗ ଓ ଦ୍ଵିତୀୟ ଚିକିତ୍ସାଟି ହେଉଛି ଏମଏନଆରଏଫ । ଏହି ଦୁଇଟି ଚିକିତ୍ସା ଆଜିକାଲି ଅନେକ କ୍ଲିନିକରେ କରାଯାଉଛି । ଆପଣ ମାନେ ଚାହିଁଲେ ଡାକ୍ତରଙ୍କ ପରାମର୍ଶରେ ଏହି ଚିକିତ୍ସା କରି ନିଜ ଶରୀରରେ ଥିବା ଷ୍ଟ୍ରେଚମାର୍କକୁ ଅତି ସହଜରେ ଦୂର କରିପାରିବେ । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *