ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଯେଉଁ ବ୍ଯକ୍ତିର ନିଦ ଭୋର 3 ରୁ 5 ମଧ୍ୟରେ ଭାଙ୍ଗିଯାଏ, ସେମାନଙ୍କୁ ଭଗବାନ ଦେଇଥାନ୍ତି ଏହି ସଙ୍କେତ

ବନ୍ଧୁଗଣ, ଯେତେବେଳେ ଇଶ୍ଵର ଏହି ସୃଷ୍ଟି ର ରଚନା କରିଥିଲେ, ସେ କେତେକ ବିଷୟକୁ ଅପୂର୍ଣ୍ଣ ଛାଡି ଦେଇଥିଲେ । ସେ କେତେକ ରହସ୍ୟ କୁ ସେହିଭଳି ରହିବାକୁ ଦେଇଥିଲେ । ଏବଂ ତାହା ମନୁଷ୍ୟ ଉପରେ ଛାଡି ଦେଇଥିଲେ ଯେ କିଭଳି ସେହି ଅପୂର୍ଣ୍ଣ ବିଷୟକୁ ସଂପୂର୍ଣ୍ଣ କରୁଅଛି ? କିଭଳି ସେ ରହସ୍ୟମୟ ପ୍ରଶ୍ନ ର ଉତର ଖୋଜିବ ? ସାଧାରଣତ ଆମ୍ଭ ସହିତ ଦିନ ଜାକରେ ଯାହା ସବୁ ଘଟଣା ଘଟିଥାଏ ସେଥିରେ ଇଶ୍ଵର ଙ୍କର ହିଁ ଇଛା ହୋଇଥାଏ । ମାତ୍ର ଯଦି ଆମ୍ଭ ମନରେ ଇଶ୍ଵର ଙ୍କ ପ୍ରତି ଆସ୍ଥା ତଥା ବିଶ୍ଵାସ ରହିଥିବ ତେବେ ଆମ୍ଭେ ସେହି ସନ୍ଦେଶ କୁ ବୁଝିଥାଉ ।

ଆମ୍ଭ ମାନଙ୍କ ସହିତ ଏଭଳି ଅନେକ ସମୟରେ ଘଟିଥାଏ ତାହା ହେଉଛି ଅଧିକାଂଶ ସମୟରେ ୩ ରୁ ୫ ଘଟିକା ସମୟରେ ଆମ୍ଭ ମାନଙ୍କ ନିଦ ନିଶ୍ଚିତ ରୂପେ ଭାଙ୍ଗିଥାଏ । ଆପଣ ଚିନ୍ତା କରୁଥିବେ ନିଦ ହଟାତ ଭାଙ୍ଗିବା କେଉଁ ବଡ କଥା ଅଟେ ? ନିଦ ଏମିତି ରେ ଭାଙ୍ଗି ଯାଇଥାଏ । ମାତ୍ର ଏହି ସମୟ ମଧ୍ୟରେ ନିଦ ଭାଙ୍ଗିବା ନିଶ୍ଚିତ ଭାବରେ ଧ୍ୟାନ ଦେବା ଭଳି ବିଷୟ ଅଟେ । ସକାଳ ୩ ରୁ ୫ ଘଟିକା ସମୟ କୁ ବ୍ରହ୍ମ ମୂହୁର୍ତ୍ତ କୁହାଯାଇଥାଏ ।

ଅର୍ଥାତ ସୂର୍ଯ୍ୟ ଉଦୟ ର ଠିକ ୨ ଘଣ୍ଟା ପୂର୍ବ ର ସମୟ କୁ ବ୍ରହ୍ମ ମୂହୁର୍ତ୍ତ କୁହାଯାଇଥାଏ । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ବ୍ରହ୍ମ ମୂହୁର୍ତ୍ତ ଦିନର ସର୍ବଶ୍ରେଷ୍ଠ ସମୟ ଅଟେ । ଯେଉଁ ବ୍ୟକ୍ତି ପ୍ରତିଦିନ ଏହି ସମୟରେ ଉଠିଥାଏ ସେ ସର୍ବଦା ଉନ୍ନତି କରିଥାଏ । ଶ୍ରୀ କୃଷ୍ଣ କହିଛନ୍ତି ଯେ ସୃଷ୍ଟି ର ରଚନା ଭଗବାନ ବ୍ରହ୍ମା କରିଛନ୍ତି । ୩ ରୁ ୫ ଘଟିକା ସମୟ କୁ ବ୍ରହ୍ମ ମୂହୁର୍ତ୍ତ ର ନିର୍ମାଣ କାଳ ମଧ୍ୟ କୁହାଯାଇଥାଏ ।

ଏହି ସମୟରେ ବ୍ରାହମାଣ୍ଡ ର ନିର୍ମାଣ ର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଣୁ ଏହି ସମୟରେ ଆପଣ ମଧ୍ୟ ଶକ୍ତି ତଥା ଊର୍ଜା ର ନିର୍ମାଣ କରି ପାରିବେ । ଭଲ ତଥା ସୁନ୍ଦର ବିଚାରର ନିର୍ମାଣ କରି ପାରନ୍ତି । ଏହା ସହିତ ସମସ୍ତ ପ୍ରକାରର ସ୍ଵୟଂ ର ପୁନର୍ନିର୍ମାଣ କରି ଇଶ୍ଵର ଙ୍କୁ ନିଜ ସମୀପ କରି ଅଥବା ନିଜ ଭିତରେ ଅନୁଭବ କରି ପାରନ୍ତି । କିନ୍ତୁ ଆଜିଭଳି ଏହି ବ୍ୟସ୍ତ ଦିନରେ ବ୍ରହ୍ମ ମୂହୁର୍ତ୍ତ ରେ ଜାଗି ରହିବା ବହୁତ ବଡ କଷ୍ଟ କାର୍ଯ୍ୟ ଅଟେ ।

କେତେକ ଲୋକ ବହୁତ ଅଧିକ ଚେଷ୍ଟା କରି ମଧ୍ୟ ଏହି ସମୟରେ ଉଠି ପାରନ୍ତି ନାହିଁ । ଯଦି ଆପଣଙ୍କ ନିଦ ବ୍ରହ୍ମ ମୂହୁର୍ତ୍ତ ରେ ଆପେ ଆପେ ଖୋଲି ଯାଉଅଛି ତେବେ ଆପଣ ନିଶ୍ଚିତ ରୂପରେ ବହୁତ ବଡ ଭାଗ୍ୟଶାଳୀ ଅଟନ୍ତି । ବେଦ ତଥା ପୁରାଣ ଅନୁଯାୟୀ ମାନ୍ୟତା ରହିଅଛି ଯେ ବ୍ରହ୍ମ ମୂହୁର୍ତ୍ତ ରେ ଉଠୁଥିବା ଲୋକଙ୍କୁ ବଳ, ବୁଦ୍ଧି ତଥା ଆରୋଗ୍ୟର ପ୍ରାପ୍ତି ହୋଇଥାଏ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *