ବନ୍ଧୁଗଣ, ସାଧାରଣତ ଆମ୍ଭେ ଯେଉଁ କାର୍ଯ୍ୟ କୁ ବାରମ୍ବାର କରିଥାଉ ତାହାକୁ ଆମ୍ଭେ ଆମ୍ଭର ଅଭ୍ୟାସ ବୋଲି କହିଥାଉ । ଅଭ୍ୟାସ ଦୁଇ ପ୍ରକାରର ହୋଇଥାଏ ତାହା ହେଉଛି ଭଲ ଏବଂ ମନ୍ଦ । ଆମ୍ଭ ଅଭ୍ୟାସ ର ଆମ୍ଭର ସ୍ୱାସ୍ଥ୍ୟ, ବ୍ୟକ୍ତିତ୍ଵ, ଆଚରଣ, ବ୍ୟବହାର, ରହଣି ସହଣି, ଖାଦ୍ୟ ପେୟ ଇତ୍ୟାଦି ଉପରେ ଗଭୀର ପ୍ରଭାବ ପଡିଥାଏ । ଏହା ସହିତ ଆମ୍ଭ ଭାଗ୍ୟ ଏଥିରେ ପ୍ରଭାବିତ ହୋଇଥାଏ । ଯଦି ଆମ୍ଭର ଅଭ୍ୟାସ ଉତ୍ତମ ରହିଥାଏ ତେବେ ନିଶ୍ଚିତ ରୂପରେ ଉନ୍ନତି ହେବ । ତେବେ ଆସନ୍ତୁ ଜାଣିବା କେଉଁ ୪ ଟି ଅଭ୍ୟାସ ରଖିବା ଦ୍ଵାରା ଜୀବନରେ ଏହାର ଉତ୍ତମ ପ୍ରଭାବ ପଡିବ ।
୧- ସକାଳୁ ଉଠି ସର୍ବ ପ୍ରଥମେ ଆମ୍ଭର ଆରାଧ୍ୟ ଦେବ ଙ୍କର ସ୍ମରଣ କରିବା ଆବଶ୍ୟକ । ଆମ୍ଭର ଉନ୍ନତି ନିମନ୍ତେ ଆମ୍ଭ ଉପରେ ଆମ୍ଭ କୂଳ ଦେବତା ଙ୍କ କୃପା ହେବା ନିହାତି ଆବଶ୍ୟକ । ପ୍ରତିଦିନ ନିଜ କୂଳ ଦେବତାଙ୍କୁ ପ୍ରଣାମ କରି ଆପଣଙ୍କ ଘରେ ବୃନ୍ଦାବତୀ ଅଥବା ମନ୍ଦିର ଥିଲେ ନିତ୍ୟ ଦୀପ ସେଠାରେ ଲଗାଇ ପ୍ରାର୍ଥନା କରନ୍ତୁ । ଏହି ଅଭ୍ୟାସ ଦ୍ଵାରା ଆପଣଙ୍କ ପରିବାର ଉପରେ ଆପଣଙ୍କ କୂଳ ଦେବତା ଙ୍କ ଆଶୀର୍ବାଦ ବନି ରହିଥାଏ ।
୨- ଆମ୍ଭ ଶାସ୍ତ୍ର ରେ ଏହା ମାନ୍ୟତା ରହିଅଛି ଯେ ବିନା ସ୍ନାନ କରି ରୋଷେଇ ଘରେ ପ୍ରବେଶ କରିବା ଅନୁଚିତ ହୋଇଥାଏ । ମାତ୍ର ଆଜିଭଳି ଦିନରେ ଏଭଳି କରିବା ଅସମ୍ଭବ ହୋଇଥାଏ । ଏଣୁ ଆପଣ ନିଜର ନିତ୍ୟକର୍ମ ସାରି ହାତମୁହଁ ଧୋଇ ରୋଷେଇ ଘରକୁ ଜାଆନ୍ତୁ । ଚୁଲା ରେ ଖାଦ୍ୟ ପ୍ରସ୍ତୁତି କରିବା ପୂର୍ବ ରୁ ତାହାକୁ ପ୍ରଣାମ ଅବଶ୍ୟ କରନ୍ତୁ ।
୩- କେବେ ମଧ୍ୟ ବିନା କାରଣରେ କାହାର ଅପମାନ କରନ୍ତୁ ନାହିଁ । ଆପଣ ନିଜ ବଡ ଲୋକଙ୍କୁ ଖରାପ ବ୍ୟବହାର କରନ୍ତୁ ନାହିଁ । ଘରର ମହିଳା ମାନଙ୍କ ସୁରକ୍ଷା ତଥା ଧ୍ୟାନ ରଖନ୍ତୁ । କୌଣସି ଅସହାୟ ବ୍ୟକ୍ତି ର ଯଥା ସମ୍ଭବ ସହାୟତା କରନ୍ତୁ । ଏହିଭଳି ଅଭ୍ୟାସ ରଖିଲେ ଭଗବାନ ଙ୍କ କୃପା ଆପଣଙ୍କ ଉପରେ ନିରନ୍ତର ରହିବ ।
୪- ମନୁଷ୍ୟ କୁ ଚାଲୁଥିବା ସମୟରେ ନିରନ୍ତର ଏହି ବିଷୟ ର ଧ୍ୟାନ ରଖିବା ଆବଶ୍ୟକ ଯେ ତାହାର ପାଦ ତଳେ କୌଣସି ଜୀବ ଙ୍କର ମୃ-ତ୍ୟୁ ନ ହେଉ । ଆପଣ ଘରୁ ବାହାରକୁ ବାହାରିବ ସମୟରେ ମୁଖରେ ଇଶ୍ଵର ଙ୍କ ନାମ ନେଇ ବାହାରନ୍ତୁ । ଆପଣ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ପାଦ ତଳେ କୌଣସି କୀଟ ଅଥବା ଜୀବ ର ମୃ-ତ୍ୟୁ ନ ହେଉ । ଯେଉଁ ମନୁଷ୍ୟ ଙ୍କ ଠାରେ ଏଭଳି ଅଭ୍ୟାସ ରହିଥାଏ, ସେହି ମନୁଷ୍ୟ କୁ ଦେବତା ମାନେ ମଧ୍ୟ ହାତ ଯୋଡି ପ୍ରଣାମ କରିଥାନ୍ତି ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ