ଭଗବାନ ଶ୍ରୀ କୃଷ୍ଣଙ୍କ କହିଛନ୍ତି ଭଲ ଲୋକଙ୍କ ସହିତ ଖରାପ କାହିଁକି ହୋଇଥାଏ ?

ନମସ୍କାର ବନ୍ଧୁଗଣ । ପ୍ରାୟତଃ ଦେଖାଯାଏ କି ଯେଉଁ ମାନେ ଧର୍ମ କର୍ମ ଓ ପୂଜା ପାଠ ଆଦି ସବୁବେଳେ କରନ୍ତି ସେହି ମାନଙ୍କର ଜୀବନ ରେ ହିଁ ଅଧିକରୁ ଅଧିକ ଦୁଃଖ କଷ୍ଟ ଲାଗି ରହିଥାଏ । ପୁଣି ଯେଉଁ ମାନେ ପାପ ଆଦି ଖରାପ କର୍ମ ସବୁ କରିଥାନ୍ତି, ସେମାନଙ୍କର ଜୀବନରେ ସୁଖ ହିଁ ସୁଖ ଲାଗି ରହିଥାଏ । ଏହି ସବୁ ଦେଖି ସାଧାରଣତଃ ସମସ୍ତ ଜନ ମାନସର ,ମନ ମଧ୍ୟରେ ପ୍ରଶ୍ନ ଉଠିଥାଏ କି, ଭଲ ଲୋକକ ଙ୍କ ସହ ହିଁ ଏପରି ଖରାପ କାହିଁକି ହୋଇଥାଏ ?

ବନ୍ଧୁଗଣ କହି ରଖୁଚୁ ଏପରି ଚିନ୍ତା ଧାରା ର ସିଧା ଅର୍ଥ ହେଉଛି କି ଧର୍ମ ଗ୍ରନ୍ଥ ଗୁଡିକୁ ଠିକ ଭାବରେ ନ ପଢିବା । କାରଣ ଯେଉଁ ମାନେ ଧର୍ମ ଶାସ୍ତ୍ର ଗୁଡିକୁ ଠିକ ଭାବରେ ଅଧ୍ୟୟନ କରିଛନ୍ତି ବା କରୁଛନ୍ତି ସେମାନଙ୍କ ମନରେ ଏଭଳି ପ୍ରଶ୍ନ ଆସେ ନାହିଁ । ବନ୍ଧୁଗଣ ଶ୍ରୀମଦ୍ ଭଗବତ ଗୀତା ରେ ଭଗବାନ ଶ୍ରୀ କୃଷ୍ଣ ଏହି ପ୍ରଶ୍ନ ର ଉତ୍ତର ୫୦୦୦ ବର୍ଷ ପୂର୍ବେ ହିଁ ଦେଇ ଯାଇଛନ୍ତି ।

ବନ୍ଧୁଗଣ ମହାଭାରତ ଯୁଦ୍ଧ ମଧ୍ୟରେ ଦିନେ ଅର୍ଜୁନ ମନରେ ମଧ୍ୟ ଏଭଳି ପ୍ରଶ୍ନ ଉଠିଥିଲା ଏବଂ ସେ ନିଜ ପ୍ରଶ୍ନ କୁ ନେଇ ଭଗବାନ ଶ୍ରୀ କୃଷ୍ଣ ଙ୍କ ନିକଟକୁ ଯାଇ ତାଙ୍କୁ ପଚାରିଥିଲେ, ହେ ନାରାୟଣ ! ଏ ଦୁନିଆ ରେ ଭଲ ମଣିଷ ଙ୍କ ସହ ହିଁ କାହିଁ ସବୁବେଳ ଖରାପ ହୋଇଥାଏ । ଅର୍ଜୁନ ଙ୍କ ଠାରୁ ଏପରି ପ୍ରଶ୍ନ ଶୁଣି ଶ୍ରୀ କୃଷ୍ଣ ସ୍ମିତ ହସି କହିଛନ୍ତି, ହେ ପାର୍ଥ ; ବାସ୍ତବରେ ସେପରି କିଛି ହୋଇନଥାଏ ।

ମାତ୍ର ନିଜର ଅଜ୍ଞାନତା ବଶତଃ ଉଚିତ ଅନୁଚିତ ନ ଜାଣି ମନୁଷ୍ୟ ଦୁଃଖ ଭୋଗ କରିଥାଏ । ଏହା ଶୁଣି ଅର୍ଜୁନ ଆଶ୍ଚର୍ଯ୍ୟ ହୋଇ ପଚାରିଛନ୍ତି, ହେ ପ୍ରଭୁ ଆପଣ କଣ କହୁଛନ୍ତି ମୁ କିଛି ବୁଝି ପାରୁନାହିଁ । ଏହା ଶୁଣି ଭଗବାନ କୃଷ୍ଣ କହିଲେ କି ମନୁଷ୍ୟ କୁ ସବୁବେଳେ ତାର କର୍ମ ର ଫଳ ହିଁ ମିଳିଥାଏ । ମନୁଷ୍ୟ କୁ କେବେ ମଧ୍ୟ ତାର କର୍ମ ର ବିପରୀତ ଫଳ ମିଳି ନଥାଏ । ଯଦି କେହି ଭଲ କର୍ମ କରେ, ତେବେ ତାର ଭାଗ୍ୟରେ ଥିବା ବଡରୁ ବଡ ବିପତ୍ତି ମଧ୍ୟ ଛୋଟ ରୂପେ କଟି ଚାଲି ଯାଇଥାଏ ।

ବନ୍ଧୁଗଣ ଯଦି ଭାଗ୍ୟରେ ଦୁଃଖ ଥିବ, ତେବେ ସେହି ଦୁଃଖ କୁ ଜୀବନ କୁ ଆସିବାକୁ କେହି ମଧ୍ୟ ଅଟକାଇ ପାରିବେନି । କିନ୍ତୁ ଯଦି ଆପଣ ଙ୍କର କର୍ମ ଭଲ ଥାଏ ବା ଆପଣ ଈଶ୍ଵର ପରାୟଣା ବ୍ୟକ୍ତି ହୋଇଥାନ୍ତି, ତେବେ ଆପଣଙ୍କ ଜୀବନରେ ଆସିଥିବା ସେହି ଦୁଃଖ ର କଷ୍ଟ ଆପଣଙ୍କୁ ଅନୁଭବ ହୋଇ ନଥାଏ । ୧୦୦ ରେ ଆସିଥିବା ବିପତ୍ତି ୧ ବା ୨ ହୋଇ ଚାଲିଯାଏ ।

ସେହିପରି ଯଦି କେହି ଖରାପ କର୍ମ କରେ, ତେବେ ସେ ମନୁଷ୍ୟ ନିଜ ହାତରେ ହିଁ ନିଜ ପୂର୍ବ ଅର୍ଜିତ କର୍ମ ର ସୁଫଳ ପ୍ରାପ୍ତ କରିବାରୁ ବଞ୍ଚିତ ହୋଇଯାଏ । ମନୁଷ୍ୟ କୁ ତାର କର୍ମ ଅନୁସାରେ ହିଁ ସୁଖ ବା ଦୁଃଖ ପ୍ରାପ୍ତ ହୋଇଥାଏ । ଭଲ କର୍ମ କରୁଥିବା ବ୍ୟକ୍ତି ର ଚିତ୍ତ ବଡ ବଡ ବିପତ୍ତି ରେ ଶାନ୍ତ ଥିବା ସମୟରେ ଖରାପ କର୍ମ କରୁଥିବା ବ୍ୟକ୍ତି ନିଜ ଜୀବନରେ ସବୁବେଳେ ଅଶାନ୍ତ ମୟ ହୋଇ ରହିଥାଏ । ଏହା ପରେ ଭଗବାନ କହିଛନ୍ତି କି; ପାର୍ଥ କଣ ବର୍ତ୍ତମାନ ତୁମକୁ ତୁମ ପ୍ରଶ୍ନ ର ଉତ୍ତର ମିଳିଲା, ଭଗବାନ ଭଲ ଲୋକଙ୍କର ଭଲ କର୍ମ ଗୁଡିକୁ ଅଣଦେଖା କରୁଛନ୍ତି, ଏହା ବାସ୍ତବରେ କେବେ ସତ୍ୟ ନୁହେଁ ।

ଭଗବାନ କେତେବେଳେ ମନୁଷ୍ୟ କୁ କେଉଁ କର୍ମର ଫଳ ଦେଉଛନ୍ତି ତାହା ମଣିଷ ସହଜରେ ବୁଝି ପାରି ନଥାଏ । ତେଣୁ ମନୁଷ୍ୟ କୁ କେବେ ମଧ୍ୟ ତାର ଭଲ କର୍ମ ଛାଡିବା ଠିକ ହୋଇ ନଥାଏ । ତେବେ ବନ୍ଧୁଗଣ ଏହି କାହାଣୀ ରୁ ଏହା ସ୍ପଷ୍ଟ ହୋଇ ଗଲା କି ମନୁଷ୍ୟ କୁ ତାର କର୍ମ ର ଫଳ ଏହି ଜନ୍ମ ରେ ହିଁ ପ୍ରାପ୍ତ ହୋଇ ଯାଇଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆଜିର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *