ଶ୍ରାବଣ ମାସରେ ଭୁଲରେ ବି ମହାଦେବଙ୍କୁ ଅର୍ପଣ କରନ୍ତୁ ନାହିଁ ଏହି 5 ଟି ଜିନିଷ, ହେବ ସର୍ବନାଶ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ମହାଦେବ ଙ୍କୁ ପ୍ରସନ୍ନ କରିବା ନିମନ୍ତେ ଲୋକମାନେ ବହୁତ ପ୍ରୟାସ କରନ୍ତି । ଭୋଳାନାଥ ଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ଶ୍ରାବଣ ମାସରେ ଆମିଷ ସେବନ କରନ୍ତି ନାହିଁ ଏବଂ କିଛି ବ୍ୟକ୍ତି ସପ୍ତାହ ର ସୋମବାର ଦିନ ଉପବାସ ମଧ୍ୟ କରିଥାନ୍ତି ।

ମହାଦେବ ଙ୍କ ଲିଙ୍ଗ ରେ କ୍ଷୀର, ପୁଷ୍ପ ଆଦି ଅର୍ପଣ ମଧ୍ୟ କରିଥାନ୍ତି । କିନ୍ତୁ ଶାସ୍ତ୍ର ରେ ଏଭଳି ୭ଟି ଜିନିଷ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ଯାହାକୁ ଭୁଲ ରେ ବି ମହାଦେବ ଙ୍କ ପୂଜା ରେ ବ୍ୟବହାର କରିବା ଉଚିତ ନୁହେଁ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ୭ ଟି ଜିନିଷ ସମ୍ବନ୍ଧରେ କହିବୁ ଯାହା କେବେବି ପ୍ରଭୁ ଭୋଳାନାଥ ଙ୍କ ପୂଜା କାର୍ଯ୍ୟ ରେ ବ୍ୟବହାର କରିବା ଉଚିତ ନୁହେଁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରାଚୀନ ଗ୍ରନ୍ଥ ଅନୁସାରେ ଶଙ୍ଖଚୁଡ଼ ନାମକ ଦୈତ୍ୟ ର ଅତ୍ୟାଚାର ରେ ସମସ୍ତ ଦେବୀ ଦେବତା ଅସୁବିଧା ରେ ଥିଲେ । ମହାଦେବ ହିଁ ନିଜର ତ୍ରିଶୂଳ ରେ ହିଁ ଶଙ୍ଖଚୁଡ଼ ର ଅନ୍ତ କରିଥିଲେ । ଏହା ମାନା ଯାଏ କି, ଶଙ୍ଖଚୁଡ଼ ର ଭସ୍ମ ରୁ ହିଁ ଶଙ୍ଖ ର ଉତ୍ପତ୍ତି ହୋଇଛି । ତେଣୁ କେବେବି ମହାଦେବ ଙ୍କ ପୂଜା ରେ ଶଙ୍ଖ ର ବ୍ୟବହାର କରନ୍ତୁ ନାହିଁ ଏବଂ ଶଙ୍ଖ ଦ୍ଵାରା ଜଳ ମଧ୍ୟ ଅର୍ପଣ କରନ୍ତୁ ନାହିଁ ।

୨. ପ୍ରାଚୀନ ପୁରାଣ ଗାଥା ଅନୁସାରେ ଜଳନ୍ଧର ନାମକ ଅସୁର ର ପତ୍ନୀ ବୃନ୍ଦା ଙ୍କ ଅଂଶ ରୁ ହିଁ ତୁଳସୀ ବୃକ୍ଷ ର ଉତ୍ପତ୍ତି ହୋଇଛି । ମହାଦେବ ଜଳନ୍ଧର ର ବଧ କରିଥିଲେ । ଯେଉଁ କାରଣରୁ ବୃନ୍ଦା ତାଙ୍କୁ ଅଭିଶାପ ଦେଇଥିଲେ ଯେ, ଶିବଲିଙ୍ଗ ର ପୂଜା ରେ ତୁଳସୀ ର ବ୍ୟବହାର ହେବ ନାହିଁ । ଏହି ଅଭିଶାପ ମହଦେବ ଗ୍ରହଣ କରିଥିଲେ । ତେଣୁ କେବେବି ଭଗବାନ ଶିବ ଙ୍କ ପୂଜା ରେ ତୁଳସୀ ପତ୍ର ର ବ୍ୟବହାର କରନ୍ତୁ ନାହିଁ ।

୩. ପ୍ରାଚୀନ ଗ୍ରନ୍ଥ ଅନୁସାରେ ଭଗବାନ ବିଷ୍ଣୁ ଙ୍କ ଦେହର ମଳି ରୁ ରାଶିର ଉତ୍ପନ୍ନ ହୋଇଛି । ତେଣୁ ଏହାକୁ ମହାଦେବ ଙ୍କ ପୂଜା ରେ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ବାରା ମହାଦେବ ଙ୍କ ଅପମାନ ହୋଇଥାଏ । ତେଣୁ ଏହି ଭୁଲ ଆଦୋୖ କରନ୍ତୁ ନାହିଁ ।

୪. ମହାଦେବ ଙ୍କୁ କେବେବି ଭଙ୍ଗା ଚାଉଳ ର ଅର୍ପଣ କରନ୍ତୁ ନାହିଁ । ବାଛି କରି ଭଲ ଚାଉଳ ଅର୍ପଣ କରନ୍ତୁ । ଆପଣଙ୍କ ଏହି ପରିଶ୍ରମ ଦ୍ୱାରା ମହାଦେବ ସନ୍ତୁଷ୍ଟ ହେବେ ଏବଂ ମହାଦେବ ଙ୍କ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହେବ ।

୫. ହିନ୍ଦୁ ଧର୍ମରେ କୁମକୁମ ସୌଭାଗ୍ୟ ର ପ୍ରତୀକ ଅଟେ । ଭଗବାନ ଶିବ ବୈରାଗୀ ଅଟନ୍ତି । କୁମକୁମ ର ବ୍ୟବହାର ହିନ୍ଦୁ ନାରୀ ମାନେ ନିଜ ପତି ଙ୍କ ଦୀର୍ଘାୟୁ ପାଇଁ କରନ୍ତି । ତେଣୁ ଶିବଲିଙ୍ଗ ପୂଜାରେ କୁମକୁମ ର ବ୍ୟବହାର କରନ୍ତୁ ନାହିଁ ।

୬. ଶ୍ରାବଣ ମାସରେ ଭୁଲ ରେ ବି ମହାଦେବ ଙ୍କ ପୂଜା କାର୍ଯ୍ୟ ରେ ହଳଦୀ ର ବ୍ୟବହାର କରନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ଆପଣଙ୍କ ଘରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ସର୍ବଦା ଅଭାବ ଅନଟନ ଲାଗି ରହିଥାଏ ।

୭. ଶିବଲିଙ୍ଗ ର ପୂଜା କାର୍ଯ୍ୟ ରେ ନଡ଼ିଆ ବ୍ୟବହୃତ ହୋଇଥାଏ । କିନ୍ତୁ ନଡ଼ିଆ ପାଣି ର ବ୍ୟବହାର ହୋଇନଥାଏ । କାରଣ ଦେବାଦେବୀ ଙ୍କ ପୂଜା କାର୍ଯ୍ୟ ରେ ଲାଗିଥିବା ନଡ଼ିଆ ପାଣି କୁ ଗ୍ରହଣ କରାଯାଇଥାଏ । ତେଣୁ ମହାଦେବ ଙ୍କ ପୂଜା କାର୍ଯ୍ୟ ରେ ନଡ଼ିଆ ପାଣି କୁ ବ୍ୟବହାର କରାଯାଇ ନଥାଏ । ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *