ନମସ୍କାର ବନ୍ଧୁଗଣ ଧାର୍ମିକ ମାନ୍ୟତା ଅନୁସାରେ ଶ୍ରାବଣ ମାସ ଭଗବାନ ଶିବ ଙ୍କ ର ଅଧିକ ପ୍ରିୟ ମାସ ଅଟେ । ସେଥିପାଇଁ ଶ୍ରାବଣ ର ସମ୍ପୂର୍ଣ୍ଣ ମାସ ଯାକ ମହାଦେବ ଙ୍କ ବିଶେଷ ପୂଜାର୍ଚ୍ଚନା କରା ଯାଇଥାଏ ।
ଶ୍ରାବଣ ମାସ କୁ ପ୍ରେମ ର ମାସ ବୋଲି ମଧ୍ୟ କୁହାଯାଏ । ଏହି ମାସ ରେ ଭକ୍ତ ମାନେ ଶ୍ରାବଣ ସୋମବାର ର ଵ୍ରତ ରଖିଥାନ୍ତି । କୁହାଯାଏ କି ଏହି ବ୍ରତ କରିବା ଦ୍ୱାରା ଭଗବାନ ଶିବ ସେହି ଭକ୍ତ ଉପରେ ବହୁତ ପ୍ରସନ୍ନ ହୋଇ ଯାଆନ୍ତି ଏବଂ ନିଜ ଭକ୍ତ ଙ୍କ ସବୁ ମନୋକାମନା କୁ ସେ ପୂର୍ଣ୍ଣ କରି ସୁଖୀ ଜୀଵନ ର ଆଶୀର୍ବାଦ କରିଥାନ୍ତି । ଶ୍ରାବଣ ମାସ ରେ ଭକ୍ତ ଗଙ୍ଗା ନଦୀ କିମ୍ବା ଅନ୍ୟ ପବିତ୍ର ନଦୀରୁ ଜଳ ଆଣିଥାନ୍ତି ଏବଂ ଭଗବାନ ଶିବ ଙ୍କ ଜଳ ଅଭିଷେକ କରିଥାନ୍ତି ।
ଏହା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାନ୍ତି । ତେବେ ଏହି ଶ୍ରାବଣ ମାସରେ କିଛି ଏଭଳି କାର୍ଯ୍ୟ ରହିଛି ଯାହାକୁ ଭୁଲ ରେ ବି କରିବା ଉଚିତ ନୁହେଁ । ଏହି ମାସ ହେଉଛି ଏକ ପବିତ୍ର ମାସ ତେଣୁ ଏହି ମାସ ରେ କାହାର ବି ଖରାପ ଚିନ୍ତା କରିବା ଉଚିତ ନୁହେଁ । କାହା ପାଇଁ ମନରେ ଘୃଣା ଭାବ ରଖିବା କିମ୍ବା ଅସଭ୍ୟ ଆଚରଣ କରିବା ଏହି ମାସ ରେ ମହାପାପ ଅଟେ ।
ତେବେ ନିଜର ଦୁଃଖ କଷ୍ଟ ଦୁର କରିବା ପାଇଁ ଏବଂ ନିଜର ଅଭାବ ଅନଟନ ରୁ ବଞ୍ଚିବା ପାଇଁ କିଛି ଉପାୟ କରିବାକୁ ପଡିଥାଏ ଏହି ମାସ ରେ ଏବଂ ମହାଦେବ ଙ୍କ ଆଶୀର୍ବାଦ ରହିଲେ ଏହି ସବୁ ଅସୁବିଧା ରୁ ମୁକ୍ତ ମଧ୍ୟ ହୋଇ ପାରିବା ତେବେ ଆସନ୍ତୁ ସେହି ଉପାୟ ଗୁଡିକ କଣ ଜାଣିନେବା । ଏହି ଶ୍ରାବଣ ମାସ ରେ ଯଦି ବୃଷଭ ଙ୍କ ର ପୂଜା କରାଯାଇଥାଏ ତେବେ ମହାଦେବ ବହୁତ ପ୍ରସନ୍ନ ମଧ୍ୟ ହୁଅନ୍ତି । ଏହା ସହିତ ସେହି ମଣିଷ ର ସମସ୍ତ ଦୁଃଖ କଷ୍ଟ ମଧ୍ୟ ଦୁର ହୋଇଥାଏ ।
କୁହାଯାଏ କି ବିନା ବୃଷଭ ପୂଜା ରେ ଶିବ ପୂଜା ବିଫଳ ହୋଇଥାଏ । ବୃଷଭ ମହାଦେବଙ୍କ ର ଅତି ପ୍ରିୟ ମଧ୍ୟ । ଅନେକ ମଣିଷ ବହୁତ ପରିଶ୍ରମ କରିଥାନ୍ତି ମାତ୍ର ସଫଳତା ପାଇଁ ପାରନ୍ତି ନାହିଁ । ପରିଶ୍ରମ ର ଫଳ ମିଳି ନଥାଏ । ସେମାନେ ଏଥିପାଇଁ ଭାଗ୍ୟ କୁ ଦୋଷ ଦେଇଥାନ୍ତି । କିଛି ଲୋକ ଟଙ୍କା ସଞ୍ଚୟ କରି ପାରନ୍ତି ନାହିଁ ଏବଂ ଅଭାବ ମଧ୍ୟ ଦେଖାଯାଏ ତେବେ ଯଦି ଏପରି କିଛି ଅସୁବିଧା ହୋଇଥାଏ ତେବେ ଆପଣ ଶ୍ରାବଣ ମାସର କୌଣସି ବି ଗୋଟିଏ ଦିନ ଶିବ ମନ୍ଦିର ଯାଆନ୍ତୁ ।
ପ୍ରଥମେ ମହାଦେବ ଙ୍କୁ ପୂଜା କରନ୍ତୁ ଏବଂ ପରେ ପାର୍ଶ୍ୱ ଦେବତାଙ୍କୁ ପୂଜା କରନ୍ତୁ ପରିକ୍ରମା କରନ୍ତୁ ଏବଂ ପରେ ବୃଷଭ କିମ୍ବା ନନ୍ଦୀ ଙ୍କ ପାଖରେ ପୂଜା କରନ୍ତୁ । ଦୀପ ଧୂପ ଲଗାନ୍ତୁ ଏବଂ କିଛି ମିଠା ଭୋଗ ରୂପେ ଅର୍ପଣ କରନ୍ତୁ ଏବଂ ତାଙ୍କ ପାଖରେ ବସି ଓଁ ନନ୍ଦିସ୍ୱରାୟଃ ନମଃ ମନ୍ତ୍ର ଜପ କରନ୍ତୁ । ଏହା ପରେ ବୃଷଭ ଙ୍କ କାନରେ ନିଜର ଦୁଃଖ କଷ୍ଟ କିମ୍ବା ନିଜର ମନୋକାମନା ଚୁପ କରି କହି ଦିଅନ୍ତୁ । ଏପରି କୁହନ୍ତୁ କି ତାହା ଯେପରି କେହି ନ ଶୁଣି ପାରିବେ ।
ବୃଷଭ ଙ୍କ କାମ ହୋଇଥାଏ କି ସେ ସମସ୍ତ ଭକ୍ତ ଙ୍କ ର ମନକଥା ମହାଦେବ ଙ୍କ ପାଖରେ ପହଞ୍ଚାଇ ପାରିବେ । ପୁରାଣ ଅନୁସାରେ ମହାଦେବ ନନ୍ଦୀ ଙ୍କୁ ବରଦାନ ଦେଇଥିଲେ କି ଯେଉଁ ଭକ୍ତ ନିଜର ଦୁଃଖ କଷ୍ଟ ନନ୍ଦୀ ଙ୍କୁ ଜଣାଇବ ତାହାର ସମସ୍ତ ଦୁଃଖ କଷ୍ଟ ଦୁର ହେବ ଏବଂ ମନୋକାମନା ମଧ୍ୟ ପୂର୍ଣ୍ଣ ହୋଇଯିବ । ତେଣୁ ଯଦି ଆପଣଙ୍କ ର କୌଣସି ମନୋକାମନା କିମ୍ବା ଦୁଃଖ କଷ୍ଟ ଥାଏ ତାହା ଆପଣ ବୃଷଭ ଙ୍କ କାନରେ କହି ଦିଅନ୍ତୁ ତାହା ନିଶ୍ଚିତ ସମାଧାନ ହୋଇଯିବ ।
ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।